Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁରେ ମାତିଲେ ଲୁଟେରା ଗ୍ୟାଙ୍ଗ: ୫ ଟି ସ୍ଥାନରୁ ୮ ମନ୍ଦିରରୁ ସିରିଜ ଲୁଟ
ଆଜିର ଖବର

ବାଲୁଗାଁରେ ମାତିଲେ ଲୁଟେରା ଗ୍ୟାଙ୍ଗ: ୫ ଟି ସ୍ଥାନରୁ ୮ ମନ୍ଦିରରୁ ସିରିଜ ଲୁଟ

February 14, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁରେ ମାତିଲେ ଲୁଟେରା ଗ୍ୟାଙ୍ଗ: ୫ ଟି ସ୍ଥାନରୁ ୮ ମନ୍ଦିରରୁ ସିରିଜ ଲୁଟ
ବାଲୁଗାଁରେ ମାତିଲେ ଲୁଟେରା ଗ୍ୟାଙ୍ଗ: ୫ ଟି ସ୍ଥାନରୁ ୮ ମନ୍ଦିରରୁ ସିରିଜ ଲୁଟ

ବାଲୁଗାଁ: ବାଲୁଗାଁ ବଜାରରେ ମାତିଲେ ଲୁଟେରା ଗ୍ୟାଙ୍ଗ। ବିଭିନ୍ନ ମନ୍ଦିରରୁ ସିରିଜ ଲୁଟ। ଲୁଟି ନେଲେ ମନ୍ଦିରର ଦେବା ଦେବୀଙ୍କ ଲକ୍ଷାଧିକ ଟଙ୍କାର ରୁପା ଓ ସୁନା ଅଳଙ୍କାର  ସହିତ ଦାନ ବାକ୍ସରୁ ସମସ୍ତ ଦାନ ଟଙ୍କା। ପ୍ରାୟ ୮ ଟି ମନ୍ଦିରରୁ ଲୁଟ ହୋଇଥିବା ସୂଚନା। ସମସ୍ତ ମନ୍ଦିରରୁ ଦେବା ଦେବୀଙ୍କ ରୁପାର କିରଟି, ବାହୁଟି, ଛତି, କଙ୍କଣ, ବଇଁଶୀ ସହିତ ସୁନାର ଚିତା ମଙ୍ଗଳସୂତ୍ର ଭଳି ମୂଲ୍ୟବାନ ଅଳଙ୍କାର ସବୁ ଲୁଟି ନେଇଛନ୍ତି ଲୁଟେରା ଗ୍ୟାଙ୍ଗ। ସାନ୍ତରାପୁର ଗ୍ରାମ ମନ୍ଦିର ରୁ ଦାନ ବାକ୍ସ ଭାଙ୍ଗି ଲକ୍ଷାଧିକ ଦାନ ଟଙ୍କା ମଧ୍ୟ ଲୁଟ ନେଉଛନ୍ତି। ସମସ୍ତ ଅଳଙ୍କାର ସହିତ ଦାନ ଟଙ୍କା ନେଇ ଅତି ଚତୁରତା ସହିତ ଘଟଣା ସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି  ଲୁଟେରା ଗ୍ୟାଙ୍ଗ।

ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ NAC ଅନ୍ତର୍ଗତ ବାଲୁଗାଁ ମୁଖ୍ୟ ରାସ୍ତାରେ ଥିବା ସରଳାପଦର ସ୍ଥିତ ଉତ୍ତରାୟଣୀ ମନ୍ଦିର ଓ  ମାଛ ମାର୍କେଟ ସ୍ଥିତ କାଳିଜାଇ ମନ୍ଦିର। ସାନ୍ତରାପୁର ଗ୍ରାମରେ ଥିବା ଦଧିବାବନ ମନ୍ଦିର , ଲକ୍ଷ୍ମୀ ମନ୍ଦିର, ହନୁମାନ ମନ୍ଦିର , ଗୁପ୍ତେଶ୍ୱର ଦେବ। ଗାନ୍ଧୀନଗର ସ୍ଥିତ ମା ଭଗବତୀ ଗିରି ଦୁର୍ଗା ମନ୍ଦିର ଓ ବିଦ୍ୟାଧରପୁର ସାହିରେ ଥିବା ମା’ ଖିଲାମୁଣ୍ଡା ମନ୍ଦିରରୁ ସମାନ ଢଙ୍ଗରେ ସମସ୍ତ ମନ୍ଦିରର ତାଲା ଭାଙ୍ଗି ଲୁଟିନେଇଛନ୍ତି ଦେବା ଦେବୀଙ୍କ ଲକ୍ଷାଧିକ ଟଙ୍କାର  ରୁପା ଓ ସୁନା ଅଳଙ୍କାର  ସହିତ ଦାନ ବାକ୍ସ ରୁ ସମସ୍ତ ଦାନ ଟଙ୍କା।

ପ୍ରାୟ ୮ ଟି ମନ୍ଦିରରୁ ଲୁଟ ହୋଇଥିବା ଦେଖିବାକୁ ମିଳିଛି। ଗୋଟିଏ ରାତିରେ ଏକକାଳୀନ ବଜାର ଅଞ୍ଚଳର ସବୁ ମନ୍ଦିରରୁ ତାଲା ଭାଙ୍ଗି ଚୋରୀ କରିବା ଚିନ୍ତାର ବିଷୟ ହୋଇଛି। ଯଦି ମନ୍ଦିର ସୁରକ୍ଷିତ ନୁହେଁ ତେବେ ଆମେ କେତେ ସୁରକ୍ଷିତ ବୋଲି ପୋଲିସ ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକ। ଏଥିରେ କୌଣସି ଏକ ବଡ଼ ଗ୍ରୁପ ସାମିଲ ଥିବା ସନ୍ଦେହ କରୁଛି ପୋଲିସ। ଏହି ଚୋର ମାନଙ୍କର ଚୋରି ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ତଦନ୍ତ କରୁଛି।

ଏପରିକି ଗତ ଚାରି ଦିନ ତଳେ ବାଲୁଗାଁ ଗାନ୍ଧୀ ଛକ ନିକଟରେ ଥିବା ବିନାୟକ ଲୁଗା ଦୋକାନ ସମ୍ମୁଖରେ ଚାରି ଜଣଙ୍କର ମୋବାଇଲ ଚୋରି ହୋଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା।

ବାଲୁଗାଁ ମାତିଲେ ଲୁଟେରା ସିରିଜ ଲୁଟ
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରେଟର ନୋଏଡା ବସ୍ ଅଗ୍ନିକାଣ୍ଡ: ବିଜେପି ନେତାଙ୍କ ପତ୍ନୀ ଏବଂ ପୁଅଙ୍କ ପ୍ରାଣହାନୀ

September 25, 2026

ଏସୀୟ କ୍ରୀଡ଼ାରେ ବଡ଼ ବିପର୍ଯ୍ୟୟ: କ୍ରିକେଟରେ ଆଫଗାନିସ୍ତାନକୁ ପରାସ୍ତ କଲା ନେପାଳ

September 25, 2026

ଏସୀୟ କ୍ରୀଡ଼ା: କବାଡିରେ ୨ ପଦକ ନିଶ୍ଚିତ; ଭାରତକୁ ମିଳିପାରେ ଦୁଇଟି ସ୍ୱର୍ଣ୍ଣ

September 25, 2026

ବାଘ ଆତଙ୍କ: ଘରେ ପଶିଲା ମହାବଳ, ଭୟଭୀତ ଅବସ୍ଥାରେ ଗ୍ରାମବାସୀ

September 25, 2026
Latest News

ଗ୍ରେଟର ନୋଏଡା ବସ୍ ଅଗ୍ନିକାଣ୍ଡ: ବିଜେପି ନେତାଙ୍କ ପତ୍ନୀ ଏବଂ ପୁଅଙ୍କ ପ୍ରାଣହାନୀ

September 25, 2026

ଏସୀୟ କ୍ରୀଡ଼ାରେ ବଡ଼ ବିପର୍ଯ୍ୟୟ: କ୍ରିକେଟରେ ଆଫଗାନିସ୍ତାନକୁ ପରାସ୍ତ କଲା ନେପାଳ

September 25, 2026

ଏସୀୟ କ୍ରୀଡ଼ା: କବାଡିରେ ୨ ପଦକ ନିଶ୍ଚିତ; ଭାରତକୁ ମିଳିପାରେ ଦୁଇଟି ସ୍ୱର୍ଣ୍ଣ

September 25, 2026

ଅଭିନେତା ମୁସ୍ତାକ ଖାନଙ୍କ ପରଲୋକ

September 25, 2026

ଜାତିସଂଘର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗ: ଭାରତ ସପକ୍ଷରେ ଠିଆ ହେଲା ଏହି ଦେଶ

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.