Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି
ଆଜିର ଖବର

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏନଏଚଆରସି
ଏନଏଚଆରସିଙ୍କ ହସ୍ତକ୍ଷେପ ପରେ ଥାଇଲ୍ୟାଣ୍ଡରୁ ଫେରିଲେ ନିର୍ଯାତିତ ଛଅ ଓଡ଼ିଆ ଶ୍ରମିକ

ଭୁବନେଶ୍ଵର: କେନ୍ଦ୍ରାପଡ଼ା ଜିଲ୍ଲାର ଅତି କମରେ ଛଅ ଜଣ ଶ୍ରମିକଙ୍କୁ ଥାଇଲ୍ୟାଣ୍ଡର ବ୍ୟାଂକକ ନିକଟସ୍ଥ ଏକ ଇଲାକାରେ ବେଆଇନ ଭାବେ ଅଟକ ରଖାଯାଇଛି। ସେମାନଙ୍କର ନିଯୁକ୍ତିଦାତା ଦୀର୍ଘ ଛଅ ମାସ ଧରି ବିନା ବେତନ ଓ ଉପଯୁକ୍ତ ଖାଦ୍ୟ ନଦେଇ ଅଟକ ରଖିଛି। ଗଣମାଧ୍ୟମରେ ଏ ସମ୍ପର୍କରେ ପ୍ରକାଶିତ ଖବରକୁ ନେଇ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି।  ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ଘଟଣା ୧୭ ଫେବୃଆରୀ ୨୦୨୬ରେ ସାମ୍ନାକୁ ଆସିଥିଲା ଯେତେବେଳେ ପୀଡ଼ିତମାନେ ନିଜର ତିକ୍ତ ଅନୁଭୂତିକୁ ନେଇ ଏକ ଭିଡ଼ିଓ ରେକର୍ଡ କରିଥିଲେ। ନିଯୁକ୍ତିଦାତା ସେମାନଙ୍କୁ କାରଖାନା ଭିତରେ ବନ୍ଦୀ କରି ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ସେମାନେ ଅଭିଯୋଗ ଆଣିଥିଲେ।

ଆୟୋଗ କହିଛନ୍ତି ଯେ ଯଦି ପ୍ରକାଶିତ ଖବରରେ ଦିଆଯାଇଥିବା ସୂଚନା ସତ୍ୟ ହୋଇଥାଏ ତେବେ ଏହା ପୀଡ଼ିତଙ୍କ ମାନବାଧିକାରର ଗମ୍ଭୀର ଉଲ୍ଲଙ୍ଘନ। ପୀଡ଼ିତ ପରିବାରକୁ କୌଣସି ପ୍ରକାରର ସହାୟତା ପ୍ରଦାନ କରିପାରିବେ କି ନାହିଁ ସେ ସମ୍ପର୍କରେ ଏକ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବା ଲାଗି ବିଦେଶ ମନ୍ତ୍ରଣାଳୟକୁ କହିଛନ୍ତି ଜାତୀୟ ମାନବାଧିକାର ଆୟୋଗ।

୧୯ ଫେବୃଆରୀ ୨୦୨୬ରେ ପ୍ରକାଶିତ ଗଣମାଧ୍ୟମ ରିପୋର୍ଟ ମୁତାବକ ପୀଡ଼ିତମାନେ ଗତ ବର୍ଷ ଅଗଷ୍ଟ ମାସରେ ଜଣେ ଶ୍ରମିକ ଠିକାଦାରଙ୍କ ଜରିଆରେ ଥାଇଲ୍ୟାଣ୍ଡ ଯାଇଥିଲେ। ସେଠାରେ ସେମାନଙ୍କୁ ଭଲ ବେତନ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଶ୍ରମିକମାନଙ୍କୁ ଗୋଟିଏ ପ୍ଲାଇଉଡ୍‌ କାରଖାନାରେ ବିନା ବେତନ ଓ ଉଚିତ୍‌ ଭୋଜନରେ ଦୈନିକ ୧୨ ଘଣ୍ଟା କାମ କରିବାକୁ ବାଧ୍ୟ କରାଯାଉଛି। ନିଯୁକ୍ତିଦାତା ସେମାନଙ୍କର ପାସପୋର୍ଟ ଜବତ କରି ନେଇଛି। ସେମାନଙ୍କୁ ଉଦ୍ଧାର କରି ସ୍ୱଦେଶ ଫେରାଇ ଆଣିବା ଲାଗି ଭାରତର ସରକାରୀ ଏଜେନ୍ସିଗୁଡ଼ିକୁ ସେମାନେ ନିବେଦନ କରି ଅଛନ୍ତି।

ଏନଏଚଆରସି କେନ୍ଦ୍ରାପଡା ଜିଲ୍ଲା ଥାଇଲାଣ୍ଡ ପାସପୋର୍ଟ ଜବତ ବ୍ୟାଂକକ ଭାରତୀୟ ଶ୍ରମିକ ଅଟକ ମାନସିକ ନିର୍ଯାତନା
Share. Facebook Twitter LinkedIn Email WhatsApp Copy Link

Related Posts

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

May 20, 2026

ଜଳୁଛି ଓଡ଼ିଶା: ୪o ଡିଗ୍ରି ଉପରେ ଅନେକ ସହର

May 20, 2026

ଗିରିରୋଡ୍ ବର୍ବରତା : ଦୁଇ ଗିରଫ

May 20, 2026

ମେକାପ ସେବକଙ୍କ ବିରୋଧରେ ଆକ୍ସନ

May 20, 2026
Latest News

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

May 20, 2026

ଜଳୁଛି ଓଡ଼ିଶା: ୪o ଡିଗ୍ରି ଉପରେ ଅନେକ ସହର

May 20, 2026

ଗିରିରୋଡ୍ ବର୍ବରତା : ଦୁଇ ଗିରଫ

May 20, 2026

ମେକାପ ସେବକଙ୍କ ବିରୋଧରେ ଆକ୍ସନ

May 20, 2026

ଭଦ୍ରକ ଜିଲ୍ଲାରେ ଆସନ୍ତା ୩୧ ପର୍ଯ୍ୟନ୍ତ ଅଙ୍ଗନବାଡି ବନ୍ଦ

May 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.