ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନଏସି ଅଞ୍ଚଳର ଜଣେ ଜଣାଶୁଣା ଚଳଚଞ୍ଚଳ ଥିବା ସମାଜସେବୀ ତଥା ଭାରତୀୟ ଜନତା ପାର୍ଟିର ରେଢ଼ାଖୋଲ ନଗର ସାଧାରଣ ସଂପାଦକ ଅଲେଖା ନନ୍ଦ ପ୍ରଧାନଙ୍କ ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଠାରେ ପରଲୋକ ହୋଇଯାଇଛି। ସେ ବଡ଼ବିଲରେ ତାଙ୍କ ପୁଅଙ୍କ ପାଖରେ ଗତ ୧୫ ଦିନ ହେଲା ରହୁଥିଲେ। ହେଲେ ଗତକାଲି ରାତି ୧୦ ଟା ସମୟରେ ହଠାତ୍ ଦେହ ଅସୁସ୍ଥ ହୋଇଥିଲା ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତାଙ୍କ ମୃତ୍ୟୁ ଖବର ଆଜି ଶନିବାର ସକାଳେ ଜଣାପଡିବା ପରେ ରେଢ଼ାଖୋଲ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ସକାଳ ୭ ଟା ସମୟରେ ମୃତ ଦେହ ରେଢ଼ାଖୋଲ ଖନ୍ଦାଢିପ ସ୍ଥିତ ବାସଭବନରେ ପହଞ୍ଚିବା ପରେ ସେଠାରେ ବନ୍ଧୁ ପରିଜନ ଶେଷ ଦର୍ଶନ କରିଥିଲେ। ଶେଷରେ ନିକଟ ଶ୍ମଶାନ ଘାଟରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।
ତାଙ୍କ ମୃତ୍ୟୁକୁ ନେଇ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଥିବାବେଳେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର , ବରିଷ୍ଠ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ, ପ୍ରତାପ ପ୍ରଧାନ, ଏନଏସି ଅଧ୍ୟକ୍ଷ ଶିବରାମ ସାହୁ, ବ୍ଳକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନ, ବିଜେପି ନଗର ସଭାପତି ସୁଷମା ମୁଣ୍ଡା, ପୂର୍ବତନ ଉପାଧ୍ୟକ୍ଷା ସୁନୀଲ ପ୍ରଧାନ, କାଉନସିଲର ଅମରେଶ ନାଏକଙ୍କ ସମେତ ବହୁ ଜନ ସାଧାରଣ ତାଙ୍କ ଶେଷ ଦର୍ଶନ କରି ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେ ବହୁ ମେଳାପି , ପରୋପକାରୀ ମିଷ୍ଠ ଭାଷି ଥିଲେ। ସହରରେ ନାମଯଜ୍ଞ , ରଥଯାତ୍ରା, ମହୋତ୍ସବ ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ସେ ବେସ ସକ୍ରିୟ ଭାବେ ଅଂଶଗ୍ରହଣ କରିଥାନ୍ତି।
ସେ ଛାତ୍ର ସମୟରୁ ରାଜନୀତି ଏବଂ ସମାଜସେବା, ଛାତ୍ର ଜୀବନରୁ ଜନତା ଦଳ, ଜାତୀୟ କଂଗ୍ରେସ ଓ ଗତ ୨୦୧୯ ରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ଜଣେ ସକ୍ରିୟ କର୍ମୀ ଭାବରେ ରହି ବର୍ତ୍ତମାନ ସେ ନଗର ସାଧାରଣ ସଂପାଦକ ଭାବରେ ଦାୟିତ୍ଵ ତୁଲାଉଥିଲେ।


