Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏସଆଇଆର ଉପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ
ଆଜିର ଖବର

ଏସଆଇଆର ଉପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ

March 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
State Chief Electoral Officer Holds Press Conference on SIR
State Chief Electoral Officer Holds Press Conference on SIR

ଭୁବନେଶ୍ଵର: ଆଗାମୀ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର)–୨୦୨୬ କାର୍ଯ୍ୟକ୍ରମ ପାଇଁ ୨୦୦୨ ମସିହାର ଭୋଟର ତାଲିକା ସହିତ ମ୍ୟାପିଂ ପ୍ରକ୍ରିୟା ଉପରେ ଏକ ବିସ୍ତୃତ ଉପସ୍ଥାପନା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମିଡ଼ିଆ ସେଣ୍ଟର ରେ ଆୟୋଜିତ ହୋଇଥିଲା।

ଏହି ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପଲନ ଅଧ୍ୟକ୍ଷତା କରି କହିଥିଲେ ଯେ, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁଯାୟୀ ୨୦୦୨ ଭୋଟର ତାଲିକାକୁ ଏକ ମୂଳ ଆଧାର (baseline) ଭାବେ ବ୍ୟବହାର କରି ୨୦୨୫ ଭୋଟର ତାଲିକା ସହିତ ମ୍ୟାପିଂ କରାଯିବ।

ମ୍ୟାପିଂ ସମୟରେ ଭୋଟରଙ୍କ ନାମ, ସମ୍ପର୍କୀୟଙ୍କ ନାମ, ବୟସ/ଜନ୍ମତାରିଖ, ମତଦାନ କେନ୍ଦ୍ର, ଭାଗ ସଂଖ୍ୟା ଓ EPIC ବିବରଣୀ ମିଳାଯିବ। ଏହି ପ୍ରକ୍ରିୟାରେ ବୁଥ ସ୍ତରୀୟ ଅଧିକାରୀମାନେ କ୍ଷେତ୍ର ସ୍ତରରେ ସହାୟତା କରିବେ ଏବଂ ଇସିଆଇ ନେଟ(ECINET) ପୋର୍ଟାଲ୍, ଭୋଟର ସେବା ପୋର୍ଟାଲ୍, CEO ଓଡ଼ିଶା ୱେବସାଇଟ୍ ଓ ECINET ମୋବାଇଲ୍ ଆପ୍ ମାଧ୍ୟମରେ ଭୋଟରମାନେ ତଥ୍ୟ ଯାଞ୍ଚ କରିପାରିବେ।

ନାଗରିକମାନଙ୍କୁ ନିଜ ନାମ ୨୦୨୫ ଓ ୨୦୦୨ ଭୋଟର ତାଲିକାରେ ଯାଞ୍ଚ କରି ସମ୍ବନ୍ଧିତ ବିବରଣୀ ବୁଥ ସ୍ତରୀୟ ଅଧିକାରୀଙ୍କୁ ଦେବାକୁ ଅନୁରୋଧ କରାଯାଇଛି।

ଯଦି ୨୦୦୨ ତାଲିକାରେ ନାମ ନ ମିଳେ, ତେବେ ନିଜ ପିତା/ମାତା ଙ୍କ ବିବରଣୀ ଦେଇ  ମ୍ୟାପିଂ କରାଇପାରିବେ।। ଯଦି ୨୦୦୨ ଭୋଟର ତାଲିକାରେ ନିଜର, ପିତା/ମାତା ଙ୍କର ନାମ ପାଇବାରେ ଅସମର୍ଥ ହୁଅନ୍ତି ତେବେ ନିଜର ଜେଜେବାପା/ଜେଜେମାଙ୍କ ବିବରଣୀ ଦେଇ ମ୍ୟାପିଂ କରାଇପାରିବେ।

ଶ୍ରୀ ଗୋପଲନ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ଏହି ମ୍ୟାପିଂ ପ୍ରକ୍ରିୟା ପାଇଁ କୌଣସି ଦସ୍ତାବିଜ କିମ୍ବା ଆଧାର କାର୍ଡ ଦେବା ଆବଶ୍ୟକ ନୁହେଁ ଏବଂ ଏସଆଇଆର ଆରମ୍ଭ ହେଲେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ନାମ ପଞ୍ଜିକରଣ କରାଯିବ।

ଏହି ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପଲନ ଙ୍କ ସମେତ ଅତିରିକ୍ତ ସିଇଓ ସୁଶାନ୍ତ କୁମାର ମିଶ୍ର, ଯୁଗ୍ମ ସିଇଓ ଗୋପୀନାଥ କୁଅଁର,ଡେ଼ପୁଟି ସିଇଓ ଡ. ଲଷ୍ମୀ ପ୍ରସାଦ ସାହୁ  ପ୍ରମୁଖ ଉପସ୍ଥିତ ଥିଲେ।

SIR ଏସଆଇଆର
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ବଡ଼ ନିଷ୍ପତ୍ତି: ନୀତି ଆୟୋଗର ନୂତନ ସିଇଓ ଭାବେ ନିଯୁକ୍ତି ପାଇଲେ ଅନୁରାଗ ଜୈନ

July 23, 2026

ଆଜି ଜୁଲାଇ ୨୩ ତାରିଖ ଗୁରୁବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2026

କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026

ଓଡ଼ିଶାର ୧୩ ଗୁଣ ବଢ଼ିଛି ରେଳ ବଜେଟ୍‌ ଆବଣ୍ଟନ

July 22, 2026
Latest News

ସମସ୍ତ ସଂସ୍କାରର ମୂଳରେ ନାଗରିକ କଲ୍ୟାଣ ରହିବା ଆବଶ୍ୟକ: ସଚିବମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀ

July 23, 2026

ସରକାରଙ୍କ ବଡ଼ ନିଷ୍ପତ୍ତି: ନୀତି ଆୟୋଗର ନୂତନ ସିଇଓ ଭାବେ ନିଯୁକ୍ତି ପାଇଲେ ଅନୁରାଗ ଜୈନ

July 23, 2026

ଛାତ୍ରଛାତ୍ରୀମାନଙ୍କ ପ୍ରତିବାଦ ପ୍ରତି ଯୁବରାଜ ସିଂହଙ୍କ ପ୍ରତିକ୍ରିୟା: ସମସ୍ତଙ୍କୁ ଜାଣିବା ଜରୁରୀ

July 23, 2026

ଇସ୍ତଫା ଦେବେ ଧର୍ମେନ୍ଦ୍ର ପ୍ରଧାନ?: ସ୍ପଷ୍ଟ କଲେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ

July 23, 2026

ଆଜି ଜୁଲାଇ ୨୩ ତାରିଖ ଗୁରୁବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.