Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଯୁକ୍ତି ପରବର୍ତ୍ତୀ ପ୍ରଶିକ୍ଷଣ ପରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ୬ ମହିଳା ଆଇଏଏସ୍ ଅଧିକାରୀ
ଆଜିର ଖବର

ନିଯୁକ୍ତି ପରବର୍ତ୍ତୀ ପ୍ରଶିକ୍ଷଣ ପରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ୬ ମହିଳା ଆଇଏଏସ୍ ଅଧିକାରୀ

March 18, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Six IAS officers met Anu Garg after LBSNAA Induction Training
Six IAS officers met Anu Garg after LBSNAA Induction Training

ଭୁବନେଶ୍ଵର: ଓଡ଼ିଶା ପ୍ରଶାସନିକ ସେବାରୁ ଭାରତୀୟ ପ୍ରଶାସନିକ ସେବାକୁ ପଦନ୍ନୋତି ପାଇଥିବା ୬ ଜଣ ମହିଳା ଆଇଏଏସ୍ ଅଧିକାରୀ (୨୦୧୪ ଓ ୨୦୧୫ ବ୍ୟାଚ୍ ) ଲାଲବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ (ଏଲବିଏସ୍ଏନଏଏ), ମସୌରୀରେ ଠାରେ ଅନୁଷ୍ଠିତ ୧୨୮ ତମ ନିଯୁକ୍ତି ପରବର୍ତ୍ତୀ ପ୍ରଶିକ୍ଷଣ (ଇଣ୍ଡକ୍ସନ ଟ୍ରେନିଂ) ରେ ଯୋଗଦେଇ ଓଡ଼ିଶାକୁ ଫେରିବା ପରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସେମାନେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଅଧିକାରୀମାନେ ପ୍ରଶିକ୍ଷଣ ଅବସରରେ ବିଭିନ୍ନ ଦକ୍ଷତା କାର୍ଯ୍ୟକ୍ରମ ଓ “ଭାରତ ଦର୍ପଣ” ପରିଭ୍ରମଣ ସଂପର୍କିତ ସେମାନଙ୍କର ଉପସ୍ଥାପନାରେ ଓଡ଼ିଶାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇ ନିଜର ଓ ରାଜ୍ୟ ପାଇଁ ଗୌରବ ଅର୍ଜନ କରି ପ୍ରଶଂସା ସାଉଁଟିଥିବାରୁ ମୁଖ୍ୟ ଶାସନ ସଚିବ ସେମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ସଫଳତାର ସହ ପ୍ରଶିକ୍ଷଣ ନେଇଥିବା ଏହି ଅଧିକାରୀମାନେ ହେଲେ ଆରାଧନା ଦାସ, ଲିଲି କୁମାରୀ କୁଲୁ, ନିବେଦିତା ମିଶ୍ର, ଯୁଗଳେଶ୍ୱରୀ ଦାଶ, ରେଗା ଗୀତାରାଣୀ ପଟ୍ଟନାୟକ ଏବଂ ସ୍ୱୟଂପ୍ରଭା ମହାନ୍ତି।

ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଆଦେଶ ଅନୁସାରେ ଏହି ଅଧିକାରୀମାନେ ଗତ ଫେବୃୟାରୀ ୨୭ରୁ ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ୧୫ ଦିନିଆ ନିଯୁକ୍ତି ପରବର୍ତ୍ତୀ ପ୍ରଶିକ୍ଷଣ ନେଇ ବିଭିନ୍ନ ଦକ୍ଷତା କାର୍ଯ୍ୟକ୍ରମ, ଭାରତ ଦର୍ପଣ କାର୍ଯ୍ୟକ୍ରମ, ବିଭିନ୍ନ କେସ ଷ୍ଟଡି ଉପସ୍ଥାପନା, ଦଳଗତ ଉପସ୍ଥାପନା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସହ ଅନ୍ୟ ପ୍ରଶିକ୍ଷାର୍ଥୀମାନଙ୍କ ସହିତ ପରସ୍ପରିକ ଜ୍ଞାନ, ଅନୁଭୂତି ଓ ଦକ୍ଷତା ଶିଖିବା (ପିଅର ଲର୍ଣ୍ଣି) କାର୍ଯ୍ୟକ୍ରମରେ ସଫଳତାର ସହ ଅଂଶ ଗ୍ରହଣ କରି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ, ଯିଏକି ପଦନ୍ନୋତି ପାଇଥିବା ଏହି ସମସ୍ତ ମହିଳା ଅଧିକାରୀମାନଙ୍କୁ ଏଲଏବିଏସଏନ୍ଏରେ ପ୍ରଶିକ୍ଷଣ ପାଇଁ ପଠାଇଥିଲା, ଯାହା ମହିଳା ସଶକ୍ତିକରଣ ଏବଂ ମହିଳାମାନଙ୍କ ଅଂଶଗ୍ରହଣ ଯେତ୍ରରେ ରାଜ୍ୟ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ବିଭିନ୍ନ ପ୍ରଦେଶରୁ ଏହି ପ୍ରଶିକ୍ଷଣରେ ୮୩ ଜଣ ଉଭୟ ପୁରୁଷ ଓ ମହିଳା ଅଧିକାରୀମାନେ ନିଯୁକ୍ତି ପରବର୍ତ୍ତୀ ପ୍ରଶିକ୍ଷଣ ନେଇଥିବା ବେଳେ ଚଳିତ ଥର ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ କେବଳ ଏହି ସମସ୍ତ ମହିଳା ଅଧିକାରୀମାନଙ୍କୁ ପଦନ୍ନୋତି ପରବର୍ତ୍ତୀ ନିଯୁକ୍ତି ପ୍ରଶିକ୍ଷଣ ପାଇଁ ପଠାଯାଇଥିଲା।

ପ୍ରଶିକ୍ଷଣ ପରିପ୍ରେକ୍ଷୀରେ ଏହି ଅଧିକାରୀମାନେ ଭରତରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହୋଦୟାଙ୍କୁ ନୂଆଦିଲ୍ଲୀରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ପ୍ରଶିକ୍ଷଣ ନେଇଥିବା ଆଇଏଏସ୍ ଅଧିକାରୀଙ୍କ ମଧ୍ୟରେ ଶ୍ରୀମତୀ ସ୍ୱୟଂପ୍ରଭା ମହାନ୍ତି ରାଜ୍ୟରେ ମହିଳା ସଶକ୍ତି କରଣ, ଓଡ଼ିଶାର ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ‘ସୁଭଦ୍ରା’ କାର୍ଯ୍ୟକାରିତା, ସ୍ୱାସ୍ଥ୍ୟସେବା, ମାତୃ ଓ ଶିଶୁମାନଙ୍କ ପୋଷଣ କାର୍ଯ୍ୟକ୍ରମ ଆଦିକୁ କେସ୍ ଷ୍ଟଡିଜ୍ ଭାବେ ସଫଳ ଉପସ୍ଥାପନାରେ ନିଜର ନୈପୁଣ୍ୟ ଓ ଦକ୍ଷତା ପ୍ରତିପାଦନ କରି ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି।

ସେହିପରି ଆଇଏଏସ୍ ଅଧିକାରୀ ଆରାଧନା ଦାସ ମଧ୍ୟ ଭାରତର ଐତିହ୍ୟ, ସଂସ୍କୃତି, ପରମ୍ପରା , ବିକାଶ ଓ ସମାଜିକ ଚିତ୍ର ଆଦି ସଂପର୍କିତ “ଭାରତ ଦର୍ପଣ” ଷ୍ଟଡି ଟୁର ସଂପର୍କିତ ଦଳଗତ ଉପସ୍ଥାପନାରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ପୁରସ୍କୃତ ହୋଇଛନ୍ତି। ସମସ୍ତ ଅଧିକାରୀମାନେ ପ୍ରଶିକ୍ଷଣ ଅବସରରେ ସେଠାରେ ଆୟୋଜିତ ସାସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ଓଡ଼ିଶାର କଳା ଓ ସଂସ୍କୃତିର ଉଚ୍ଚକୋଟୀର ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ।

ଅନୁ ଗର୍ଗ ଓଡିଶା ପ୍ରଶାସନିକ ସେବା ଭାରତୀୟ ପ୍ରଶାସନିକ ସେବା ମହିଳା ଆଇଏଏସ୍ ଅଧିକାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା : ଆଉ ୨ଜଣ ଅଭିଯୁକ୍ତ ଗିରଫ

May 19, 2026

ବଦଳିଲା CRUTର ନାଁ

May 19, 2026

RBI ର ବଡ଼ କାର୍ଯ୍ୟାନୁଷ୍ଠାନ, ଏହି ବ୍ୟାଙ୍କର ଲାଇସେନ୍ସ କଲା ବାତିଲ

May 19, 2026

ସମ୍ବଲପୁରରେ ପୁଣି ଏନକାଉଣ୍ଟର

May 19, 2026
Latest News

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା : ଆଉ ୨ଜଣ ଅଭିଯୁକ୍ତ ଗିରଫ

May 19, 2026

ବଦଳିଲା CRUTର ନାଁ

May 19, 2026

RBI ର ବଡ଼ କାର୍ଯ୍ୟାନୁଷ୍ଠାନ, ଏହି ବ୍ୟାଙ୍କର ଲାଇସେନ୍ସ କଲା ବାତିଲ

May 19, 2026

ସମ୍ବଲପୁରରେ ପୁଣି ଏନକାଉଣ୍ଟର

May 19, 2026

ଟେକ୍‌ଜିଅମ୍ ୨୦୨୬ରେ ଆଇଟିଇଆର ଛାତ୍ରଛାତ୍ରୀଙ୍କୁ ମିଳିଲା ପିପୁଲ୍ସ ଚଏସ୍ ଆୱାର୍ଡ

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.