Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନୁଗୋଳ ଡେରଜାଙ୍ଗ ଡ୍ୟାମ୍‌ରେ ‘ବୋଟିଂ ସୁବିଧା’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଅନୁଗୋଳ ଡେରଜାଙ୍ଗ ଡ୍ୟାମ୍‌ରେ ‘ବୋଟିଂ ସୁବିଧା’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

March 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅନୁଗୋଳ ଡେରଜାଙ୍ଗ ଡ୍ୟାମ୍‌ରେ ‘ବୋଟିଂ ସୁବିଧା’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ଅନୁଗୋଳ ଡେରଜାଙ୍ଗ ଡ୍ୟାମ୍‌ରେ ‘ବୋଟିଂ ସୁବିଧା’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଡେରଜାଙ୍ଗ /ଅନୁଗୋଳ:  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳ ଜିଲ୍ଲା ବଅଁରପାଳ ସ୍ଥିତ ଡେରଜାଙ୍ଗ ଠାରେ ବହୁପ୍ରତୀକ୍ଷିତ ‘ବୋଟିଂ ସୁବିଧା’ର ଶୁଭାରମ୍ଭ କରିଛନ୍ତି। ପ୍ରାୟ ୬ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପକୁ ଏକ ନୂତନ ପରିଚୟ ଦେବା ସହ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଅନୁଗୋଳ ଜିଲ୍ଲା ପ୍ରାକୃତିକ ଓ ସାଂସ୍କୃତିକ ବିଭବରେ ପରିପୂର୍ଣ୍ଣ। ସାତକୋଶିଆ ଅଭୟାରଣ୍ୟରୁ ଆରମ୍ଭ କରି ରେଙ୍ଗାଲି ଜଳଭଣ୍ଡାରର ସୌନ୍ଦର୍ଯ୍ୟ ଏବଂ ମା’ ବୁଢ଼ୀ ଠାକୁରାଣୀଙ୍କ ପୀଠ ପର୍ଯ୍ୟନ୍ତ, ଏହି ଅଞ୍ଚଳର ଏକ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି। ମହାନଦୀ ଓ ବ୍ରାହ୍ମଣୀ ଭଳି ଦୁଇ ପବିତ୍ର ନଦୀର ପ୍ରବାହ ଏହି ମାଟିକୁ ଗୌରବାନ୍ୱିତ କରିଛି। ଡବଲ ଇଞ୍ଜିନ ସରକାରର ମିଳିତ ପ୍ରୟାସରେ ଏହି ସମ୍ଭାବନାକୁ ଉପଯୋଗ କରି ଅନୁଗୋଳକୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ିତୋଳିବା ଆମର ମୁଖ୍ୟ ଲକ୍ଷ୍ୟ।

ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ଯେ, ଡେରଜାଙ୍ଗ ପ୍ରକଳ୍ପ ପୂର୍ବରୁ କେବଳ ଜଳସେଚନ ଓ ପାନୀୟ ଜଳ ଯୋଗାଣରେ ସୀମିତ ଥିଲା, କିନ୍ତୁ ଏବେ ଏହା ଏକ ଅତ୍ୟାଧୁନିକ ପର୍ଯ୍ୟଟନ ସ୍ଥଳୀ ଭାବେ ଉଭା ହୋଇଛି। ଏଠାରେ ପର୍ଯ୍ୟଟକମାନେ ସ୍ପିଡ୍ ବୋଟ୍, ପେଡାଲ୍ ବୋଟ୍, ଜେଟ୍ ସ୍କି ଏବଂ ପେଡାଲ୍ ସ୍ୱାନ ବୋଟ୍‌ର ମଜା ନେଇପାରିବେ। ଏହି ସୁବିଧା ସ୍ଥାନୀୟ ଯୁବକମାନଙ୍କ ପାଇଁ ନୂତନ ରୋଜଗାରର ସୁଯୋଗ ସୃଷ୍ଟି କରିବ। ଏଥିସହ ଆଗାମୀ ଦିନରେ ଜଙ୍ଗଲ ବିଭାଗ ପକ୍ଷରୁ ଏଠାରେ ଏକ ‘ଇକୋ ଲଜ୍’ ନିର୍ମାଣ ପାଇଁ ଯୋଜନା ରହିଛି, ଯାହା ପର୍ଯ୍ୟଟକଙ୍କୁ ଏକ ସ୍ମରଣୀୟ ଅନୁଭୂତି ପ୍ରଦାନ କରିବ। ଏହି ସାଧୁ ଉଦ୍ୟମ ପାଇଁ ସେ ଜିଲ୍ଲା ପ୍ରଶାସନ, ଜଙ୍ଗଲ ବିଭାଗ ଓ ଜଳସେଚନ ବିଭାଗକୁ ସାଧୁବାଦ ଜଣାଇଛନ୍ତି।

ଏହାପରେ କେନ୍ଦ୍ରମନ୍ତ୍ରୀ ବଡ଼କେରଜାଙ୍ଗ ମଣ୍ଡଳ ତରଫରୁ ଆୟୋଜିତ ‘ନାଗରିକ ସମ୍ବର୍ଦ୍ଧନା ସଭା’ ରେ ଯୋଗଦେଇଥିଲେ। ସେଠାରେ ଉପସ୍ଥିତ ଜନସାଧାରଣଙ୍କ ସ୍ନେହ ଓ ଶ୍ରଦ୍ଧା ପାଇଁ କୃତଜ୍ଞତା ଜଣାଇ ସେ କହିଥିଲେ ଯେ, ଆମ ସରକାରର ମୂଳ ମନ୍ତ୍ର ହେଉଛି ଗରିବ କଲ୍ୟାଣ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠାରୁ ଆରମ୍ଭ କରି ସାମାଜିକ ସୁରକ୍ଷା ଭତ୍ତା ପର୍ଯ୍ୟନ୍ତ, ପ୍ରତିଟି ସରକାରୀ ସୁବିଧା ଯେପରି ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସ୍ୱଚ୍ଛତାର ସହ ପହଞ୍ଚିବ, ସେଥିପାଇଁ ଆମେ ପ୍ରତିବଦ୍ଧ। ଜଳସେଚନର ବିସ୍ତାର, ଉନ୍ନତ ଗମନାଗମନ ଏବଂ ପର୍ଯ୍ୟାବରଣର ସନ୍ତୁଳନ ରକ୍ଷା କରିବା ଆମର ସର୍ବୋଚ୍ଚ ପ୍ରାଥମିକତା ରହିବ ବୋଲି ସେ କହିଥିଲେ।

‘ଇକୋ ଲଜ୍’ ଅନୁଗୋଳ ଡେରଜାଙ୍ଗ ଡ୍ୟାମ୍‌ ଧର୍ମେନ୍ଦ୍ର ପ୍ରଧାନ ବୋଟିଂ ସୁବିଧା
Share. Facebook Twitter LinkedIn Email WhatsApp Copy Link

Related Posts

Breaking News: ବିଜେଡ଼ି ରୁ ବିଦା ହେଲେ ୬ ବିଧାୟକ

March 21, 2026

ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ଶିଶୁ ଦିବସ ପାଳିତ

March 21, 2026

ସରକାରଙ୍କ ବଡ଼ ନିଷ୍ପତ୍ତି: ବାଣିଜ୍ୟିକ ଗ୍ୟାସ ଯୋଗାଣ ୨୦% କୁ ବୃଦ୍ଧି

March 21, 2026

ପୋଲସରାରେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ

March 21, 2026
Latest News

ଅନୁଗୋଳ ଡେରଜାଙ୍ଗ ଡ୍ୟାମ୍‌ରେ ‘ବୋଟିଂ ସୁବିଧା’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

March 21, 2026

Breaking News: ବିଜେଡ଼ି ରୁ ବିଦା ହେଲେ ୬ ବିଧାୟକ

March 21, 2026

ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ଶିଶୁ ଦିବସ ପାଳିତ

March 21, 2026

ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 21, 2026

ସରକାରଙ୍କ ବଡ଼ ନିଷ୍ପତ୍ତି: ବାଣିଜ୍ୟିକ ଗ୍ୟାସ ଯୋଗାଣ ୨୦% କୁ ବୃଦ୍ଧି

March 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.