Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଂସଦୀୟ କ୍ଷେତ୍ରର ବିକାଶ କାର୍ଯ୍ୟର ସମୀକ୍ଷା କଲେ ଭୁବନେଶ୍ବର ସାଂସଦ ଅପରାଜିତା
ଆଜିର ଖବର

ସଂସଦୀୟ କ୍ଷେତ୍ରର ବିକାଶ କାର୍ଯ୍ୟର ସମୀକ୍ଷା କଲେ ଭୁବନେଶ୍ବର ସାଂସଦ ଅପରାଜିତା

March 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Aparajita Sarangi Reviews Development Works in Bhubaneswar
Aparajita Sarangi Reviews Development Works in Bhubaneswar

ଭୁବନେଶ୍ଵର: ଭୁବନେଶ୍ବର ସର୍କିଟ ହାଉସରେ ସଂସଦୀୟ କ୍ଷେତ୍ରର ଦୁଇଟି ବିଭାଗର ମୁଖ୍ୟ ସଚିବ ଏବଂ ଭୁବନେଶ୍ବର ମହାନଗର ନିଗମ କମିଶନରଙ୍କ ଉପସ୍ଥିତିରେ ବିଭାଗର ବିକାଶ କାର୍ଯ୍ୟର ସମୀକ୍ଷା ବୈଠକ ହୋଇଯାଇଛି। ଆୟୋଜିତ ବୈଠକରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଅଧ୍ୟକ୍ଷତା କରିଥିଲେ।

ଏହି ବୈଠକରେ ପୂର୍ତ୍ତ ବିଭାଗର ପ୍ରିନ୍ସପାଲ୍ ସେକ୍ରେଟାରୀ ସଂଜୟ ସିଂ ଏବଂ ଜଳସଂପଦ ବିଭାଗର ପ୍ରିନ୍ସପାଲ୍ ସେକ୍ରେଟାରୀ ଶୁଭା ଶର୍ମା ଉପସ୍ଥିତ ରହିଥିଲେ। ରାଜଧାନୀ ଭୁବନେଶ୍ବରରେ ଟ୍ରାଫିକ୍ ସମସ୍ୟା ଦୂର କରିବାକୁ ବିଶେଷ ଭାବରେ ଆଲୋଚନା ହୋଇଥିଲା। ଏନେଇ ପୂର୍ତ୍ତ ବିଭାଗ ଅଧିନରେ 37ଟି ପ୍ରକଳ୍ପ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ରାଜଧାନୀକୁ କିପରି ଟ୍ରାଫିକ୍ ମୁକ୍ତ ବା ଟ୍ରାଫିକ୍ ଭିଡ କମାଯାଇ ପାରିବ, ସେ ଦିଗରେ ଆଲୋଚନା କରିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। 37ଟି ପ୍ରକଳ୍ପ ମଧ୍ୟରୁ 3ଟି ପ୍ରକଳ୍ପର ଟେଣ୍ଡର ହୋଇଯାଇଛି, ବାକି 34ଟି ପ୍ରକଳ୍ପର ଟେଣ୍ଡର କିପରି ଯଥାଶୀଘ୍ର ହୋଇ କାର୍ଯ୍ୟ ଆରମ୍ଭ ହେବ ତା ଉପରେ ବିଭାଗୀୟ ସଚିବ ସଂଜୟ ସିଂଙ୍କ ସହିତ ସବିଶେଷ ଆଲୋଚନା କରିଛନ୍ତି ସାଂସଦ ମହୋଦୟା । ସମୀକ୍ଷା ବୈଠକରେ ଜଳ ସମ୍ପଦ ବିଭାଗର ସଚିବଙ୍କ ସହିତ ଗଙ୍ଗୁଆ ନାଳର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟ କରଣ କାମ ସମ୍ପର୍କରେ ଆଲୋଚନା ହୋଇଥିଲା।

ଗଙ୍ଗୁଆ ନାଳ ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ ଦିଗରେ ମୋଟ୍ 8 ହଜାର 736 କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି। ରାଜଧାନୀ ଇଂଜିନିୟରିଂ କଲେଜ ନିକଟରୁ ଆରମ୍ଭ ହୋଇ ଗଙ୍ଗୁଆ ନାଳର ପୁନରୁଦ୍ଧାର କାର୍ଯ୍ୟ ଜଟଣୀ ନିକଟ କଣ୍ଟି ଗ୍ରାମ, ପ୍ରାୟ 33 କିଲୋମିଟର ପୁନରୁଦ୍ଧାର କରାଯିବ। ବିଭାଗୀୟ ମୁଖ୍ୟ ସଚିବ ଶୁଭା ସିଂଙ୍କ ସହିତ ଏ ଦିଗରେ କିପରି ଯଥାଶୀଘ୍ର କାମ ଆରମ୍ଭ ହେବ, ସେ ନେଇ ସବିଶେଷ ଆଲୋଚନା କରିଛନ୍ତି ଭୁବନେଶ୍ବର ସାଂସଦ। ଏହା ସହିତ ଦୟା ପଶ୍ଚିମ କେନାଲର ପୁନରୁଦ୍ଧାର ଓ ବିକାଶ ସମ୍ପର୍କରେ ଆଲୋଚନା ହୋଇଛି। ବାରଙ୍ଗଠାରୁ ଆରମ୍ଭ କରି ଜଟଣୀ ପର୍ଯ୍ୟନ୍ତ ପ୍ରାୟ 34.86 କିଲୋମିଟର ଦୂର ଦୟା ପଶ୍ଚିମ କେନାଲର ପୁନରୁଦ୍ଧାର ହାତକୁ ନିଆଯାଇଛି। ଏହି ପ୍ରକଳ୍ପର ମୋଟ୍ ବ୍ୟୟ ଅଟକଳ 448 କୋଟି ଟଙ୍କା ରହିଛି।

ଏହି ବୈଠକରେ ଜଳସଂପଦ ବିଭାଗ ମୁଖ୍ୟ ସଚିବ ଶୁଭା ଶର୍ମା ଏବଂ ଅନ୍ୟ ଅଧିକାରୀଙ୍କ କହିତ କିପରି ଦୟା ପଶ୍ଚିମ କେନାଲର କାମ ଯଥାଶୀଘ୍ର ଆରମ୍ଭ ହୋଇପାରିବ, ସେ ଦିଗରେ ଆଲୋଚନା କରିଥିଲେ। ବିଶେଷ କରି ଗଙ୍ଗୁଆ ନାଳର ପୁନରୁଦ୍ଧାର ଏବଂ ଦୟା ପଶ୍ଚିମ କେନାଲର ପୁନରୁଦ୍ଧାର ହୋଇପାରିଲେ, ଏହା ବହୁ ପରିମାଣରେ ଲୋକଙ୍କୁ ସହାୟକ ହେବ। ଯେପରିକି ଏହା ଟ୍ରାଫିକ୍ ସମସ୍ୟା ଦୂର କରିବ ଏବଂ ମାଟିତଳେ ଜଳସ୍ତର ରକ୍ଷା କରିବାରେ ବିଶେଷ ଭୂମିକା ନେବ ବୋଲି ସମୀକ୍ଷା ବୈଠକରେ ମତ ପ୍ରକାଶ ପାଇଛି।

ଆୟୋଜିତ ସମୀକ୍ଷା ବୈଠକରେ ଜଳ ସମ୍ପଦ ବିଭାଗ ପୂର୍ତ୍ତ ବିଭାଗକୁ ସମସ୍ତ କାର୍ଯ୍ୟରେ ସହାୟତା କରିବାକୁ କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ବର ମହାନଗର ନିଗମ ଅଧ୍ୟକ୍ଷଙ୍କ ସହିତ ଡ୍ରେନ ସମସ୍ୟାର ସମୀକ୍ଷା କରିଥିଲେ ସାଂସଦ। ବର୍ଷା ଦିନ ପୂର୍ବରୁ ସମସ୍ତ ଡ୍ରେନେଜ ସଫେଇ ଓ ପୁନରୁଦ୍ଧାର କାମ ସାରିବାକୁ କହିଛନ୍ତି ଭୁବନେଶ୍ବର ସାଂସଦ।

Aparajita Sarangi bhubaneswar development works ଭୁବନେଶ୍ବର ଭୁବନେଶ୍ବର ସାଂସଦ ସର୍କିଟ ହାଉସ
Share. Facebook Twitter LinkedIn Email WhatsApp Copy Link

Related Posts

ଦେଶ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଅଭିଯୋଗରେ ଭୁବନେଶ୍ବରରୁ ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ ପୁଲିସ

April 12, 2026

ଆଉ ଗୋଟିଏ ବର୍ଷ ପର୍ଯ୍ୟନ୍ତ ବଢିଲା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅବଧି

April 12, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 12, 2026

ସବୁ ଉଚ୍ଚ ଶିକ୍ଷାକୁ ନିଃଶୁଳ୍କ କରି ପିଲାଙ୍କୁ ଶିକ୍ଷା ଋଣ ମୁକ୍ତ କର: ଓଡିଶା ଅଭିଭାବକ ମହାସଂଘ

April 12, 2026
Latest News

ଦେଶ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଅଭିଯୋଗରେ ଭୁବନେଶ୍ବରରୁ ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ ପୁଲିସ

April 12, 2026

ଆଉ ଗୋଟିଏ ବର୍ଷ ପର୍ଯ୍ୟନ୍ତ ବଢିଲା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅବଧି

April 12, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 12, 2026

ସବୁ ଉଚ୍ଚ ଶିକ୍ଷାକୁ ନିଃଶୁଳ୍କ କରି ପିଲାଙ୍କୁ ଶିକ୍ଷା ଋଣ ମୁକ୍ତ କର: ଓଡିଶା ଅଭିଭାବକ ମହାସଂଘ

April 12, 2026

ନିଯୁକ୍ତି ସନ୍ଧାନକାରୀ ନୁହେଁ, ନିଯୁକ୍ତି ସୃଷ୍ଟିକାରୀ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.