Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନୁଗୋଳ ଆଠମଲ୍ଲିକର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ
ଆଜିର ଖବର

ଅନୁଗୋଳ ଆଠମଲ୍ଲିକର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

April 1, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଧର୍ମେନ୍ଦ୍ର ପ୍ରଧାନ
ଅନୁଗୋଳ ଆଠମଲ୍ଲିକର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ/ଆଠମଲ୍ଲିକ: ୧୯୩୬ ଏପ୍ରିଲ ୧ରେ ଭାଷାଭିତ୍ତିକ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା। ୨୦୩୬ରେ ଆମେ ଓଡ଼ିଶା ଗଠନର ଶତବାର୍ଷିକୀ ପାଳନ କରିବା। ଏହି ସମୟ ମଧ୍ୟରେ ‘ବିକଶିତ ଭାରତ’ ଓ ‘ବିକଶିତ ଓଡ଼ିଶା’ର ସ୍ୱପ୍ନ ସେତେବେଳେ ସାକାର ହେବ, ଯେତେବେଳେ ଆମ ଓଡ଼ିଆ ପିଲାମାନେ ସୁସ୍ଥ ରହିବା ସହ ଉତ୍ତମ ଶିକ୍ଷା ପାଇବେ। ଏହି ଲକ୍ଷ୍ୟ ପୂରଣ ପାଇଁ ଆମ ସମସ୍ତଙ୍କର ଦାୟିତ୍ୱ ରହିଛି ବୋଲି ‘ଉତ୍କଳ ଦିବସ’ର ଗୋଟିଏ ଦିନର ଅବ୍ୟବହିତ ପୂର୍ବରୁ ଆଠମଲ୍ଲିକରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ମଙ୍ଗଳବାର ଆଠମଲ୍ଲିକର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରାୟ ୨୦୪ କୋଟି ୩୨ ଲକ୍ଷ ଟଙ୍କାରୁ ଅଧିକ ବ୍ୟୟରେ ବିଭିନ୍ନ ଜନହିତକର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବକା ସାଥ୍, ସବକା ବିକାଶ’ ମନ୍ତ୍ରରେ ଅଞ୍ଚଳର ପ୍ରଗତି ପଥକୁ ପ୍ରଶସ୍ତ କରିବ । ସେ ଆହୁରି କହିଛନ୍ତି, ଆଠମଲ୍ଲିକ ହେଉଛି ଅପାର ସମ୍ଭାବନାର ଅଞ୍ଚଳ । ଡବଲ ଇଞ୍ଜିନ ସରକାର ଏଠାକାର ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ ସହାୟତା ପାଇଁ ଆବାସ ଯୋଜନାରେ ଶହ ଶହ ନୂଆ ପକ୍କାଘର ନିର୍ମାଣର ଲକ୍ଷ୍ୟ ରଖିଛନ୍ତି ।  ଏଥିପାଇଁ ଜିଲ୍ଲାପାଳଙ୍କୁ ଏକ ଆଧୁନିକ ହାଉସିଂ ପ୍ରୋଜେକ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ୱାରା ଅଞ୍ଚଳର ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଉପକୃତ ହୋଇପାରିବେ । ସେହିପରି ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ନୂଆ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରି ଆମ ସରକାର ‘ଅନ୍ତ୍ୟୋଦୟ’ ଲକ୍ଷ୍ୟ ପୂରଣ ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି ।

ଆଠମଲ୍ଲିକ ଏକ କୃଷି ପ୍ରଧାନ ଅଞ୍ଚଳ ହୋଇଥିବାରୁ ଏଠାରେ ଚିନାବାଦାମ, ଡାଲି ଜାତୀୟ ଶସ୍ୟ, ପନିପରିବା ସହିତ ଆମ୍ବ, ପଣସ, ଲିଚୁ ଓ ଲେମ୍ବୁ ଭଳି ଫଳ ବହୁ ପରିମାଣରେ ଉତ୍ପାଦିତ ହେଉଛି । ଏହି କୃଷିଜାତ ଦ୍ରବ୍ୟଗୁଡ଼ିକର ସଠିକ୍ ବିକ୍ରୟ ପାଇଁ ଏକ ବ୍ୟବସାୟିକ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଏବଂ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ସାତକୋଶିଆର ବିକାଶ ପାଇଁ ଭାରତ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି । ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରେ ରହୁଥିବା ଲୋକମାନଙ୍କର ସମସ୍ୟା ଓ ସେମାନଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଆସନ୍ତା ଏପ୍ରିଲ ମାସରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ, ଯେଉଁଠାରେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣାଯିବା ସହ ସମାଧାନର ବାଟ ବାହାର କରାଯାଇ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ।

ଏହି ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟ ସୁବିଧା ସହ କଳା ଓ ସଂସ୍କୃତିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି । ଏହା ବ୍ୟତୀତ ମହିଳାମାନଙ୍କ ଆର୍ଥିକ ବିକାଶ ପାଇଁ ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଏବଂ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ପାଇଁ ଉପଯୁକ୍ତ ବଜାର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଲୋକମାନଙ୍କର ବିଭିନ୍ନ ସମସ୍ୟା ଓ ଦାବିପତ୍ର ଗୁଡ଼ିକୁ ସ୍ଥାନୀୟ ବିଡିଓ, ତହସିଲଦାର ଏବଂ ସବ-କଲେକ୍ଟରଙ୍କ ଜରିଆରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି । ଆଗାମୀ ଦିନରେ ଏହି ଅଞ୍ଚଳର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରାଯିବ, ଯାହାଦ୍ୱାରା ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେବ ଏବଂ ଅଞ୍ଚଳର ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି ଶ୍ରୀ ପ୍ରଧାନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ସମୁଦାୟ ୨୦୪.୩୨ କୋଟି ଟଙ୍କାର ୯୧ଟି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏଥିମଧ୍ୟରୁ ୧୮୩.୮୫ କୋଟି ଟଙ୍କା ବ୍ୟୟରେ ୬୨ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିବା ବେଳେ ୨୦.୪୭ କୋଟି ଟଙ୍କା ବିନିଯୋଗରେ ନିର୍ମିତ ୨୯ଟି ପ୍ରକଳ୍ପର ଲୋକାର୍ପଣ କରାଯାଇଛି । ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଥିବା ଏହିସବୁ ପ୍ରକଳ୍ପ ଆଗାମୀ ଦିନରେ ଆଠମଲ୍ଲିକ ଅଞ୍ଚଳର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଜନସାଧାରଣଙ୍କ ଜୀବନଧାରଣରେ ବ୍ୟାପକ ପରିବର୍ତ୍ତନ ଆଣିବ ।

ଶ୍ରୀ ପ୍ରଧାନ ଏହି ଗସ୍ତକାଳରେ ଆଠମଲ୍ଲିକ ସ୍ଥିତ ଶ୍ରୀ ରଘୁନାଥ ମନ୍ଦିର ଓ ଅଇଡ଼ା ଓଲଥ ସ୍ଥିତ ଶ୍ରୀରାମ ମନ୍ଦିର ଦର୍ଶନ କରିଥିଲେ।

‘ଓଡ଼ିଶା ଦିବସ’ ଅନୁଗୋଳ ଆଠମଲ୍ଲିକ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026
Latest News

ଅନୁଗୋଳ ଆଠମଲ୍ଲିକର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

April 1, 2026

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.