Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ

April 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Dharmendra
ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଜିଲ୍ଲାରେ କୋଇଲା ପରିବହନ ଏବଂ ଶିଳ୍ପ ଭିତ୍ତିଭୂମିକୁ ସଦୃଢ଼ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି । ଏହି ସମ୍ପର୍କରେ ଏକ ପତ୍ର ଲେଖି ଶ୍ରୀ ପ୍ରଧାନ ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ (ଏସଏଚ- ୬୩) ର ପ୍ରଶସ୍ତିକରଣ ଓ ବାଇପାସ ନିର୍ମାଣ ପାଇଁ ପ୍ରସ୍ତାବ ଦେବା ସହ ଛେଣ୍ଡିପଦା-ଜରପଡ଼ା ଜିଲ୍ଲା ମୁଖ୍ୟ ରାସ୍ତାର ସମ୍ପ୍ରସାରଣ ପାଇଁ ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟର କେନ୍ଦ୍ରଭାଗରେ ଅବସ୍ଥିତ ଅନୁଗୋଳ ଜିଲ୍ଲାର ଜନସଂଖ୍ୟା ପ୍ରାୟ ୧୫ ଲକ୍ଷ ଏବଂ ଏହା ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସଡିପି) ରେ ପ୍ରାୟ ୫ ପ୍ରତିଶତ ଅବଦାନ ଦେଉଛି। କୋଇଲା ସମ୍ପଦରେ ସମୃଦ୍ଧ ଏହି ଜିଲ୍ଲାର ବାର୍ଷିକ କୋଇଲା ଉତ୍ପାଦନ ବର୍ତ୍ତମାନର ୧୧୬ ମିଲିୟନ ଟନ୍ (ଏମଟି) ରୁ ବୃଦ୍ଧି ପାଇ ୨୦୩୩ ସୁଦ୍ଧା ୨୫୦-୩୦୦ ମିଲିୟନ ଟନ୍‌ରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏହି ଜିଲ୍ଲା ଇସ୍ପାତ, ଆଲୁମିନିୟମ ଏବଂ ତାପଜ ବିଦ୍ୟୁତ କେନ୍ଦ୍ର ଭଳି ଭାରୀ ଶିଳ୍ପ, ଉନ୍ନତ ବିନିର୍ମାଣ(Advanced Manufacturing) ଏବଂ ଆନୁସଙ୍ଗିକ ଏମଏସଏମଇ ଗୁଡ଼ିକ ପାଇଁ ଏକ ଉତ୍ତମ ବାତାବରଣ ତିଆରି କରୁଛି।  ଅନୁଗୋଳରେ ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ, ଏନଟିପିସି  କଣିହାଁ, ତାଳଚେର ସୁପର ଥର୍ମାଲ ପାୱାର ଷ୍ଟେସନ ଏବଂ ମହାନଦୀ କୋଲଫିଲ୍ଡସ ଲିମିଟେଡର  ବ୍ୟାପକ କୋଇଲା ଖଣି ଭଳି ପ୍ରମୁଖ ଶିଳ୍ପ ଓ ଶକ୍ତି କେନ୍ଦ୍ରଗୁଡ଼ିକ ରହିଛି, ଯାହା ରାଜ୍ୟର ଶକ୍ତି ନିରାପତ୍ତାର ମେରୁଦଣ୍ଡ ସାଜିଛି।

ବିଶେଷ କରି ଛେଣ୍ଡିପଦା ତହସିଲ ଅଞ୍ଚଳ ଭାରତର କୋଇଲା ଗଚ୍ଛିତ ଭଣ୍ଡାରର ପ୍ରାୟ ଏକ-ଷଷ୍ଠାଂଶ ହୋଇଥିବାରୁ, ଏହା ଦେଶର ଶକ୍ତି ନିରାପତ୍ତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ବର୍ତ୍ତମାନର ସଡ଼କ ଭିତ୍ତିଭୂମି, ବିଶେଷ କରି ରାଜ୍ୟ ରାଜପଥ-୬୩ ଏବଂ ଛେଣ୍ଡିପଦା-ଜରପଡ଼ା ଜିଲ୍ଲା ମୁଖ୍ୟ ରାସ୍ତା, ଅତ୍ୟଧିକ କୋଇଲା ପରିବହନ ପାଇଁ ଅନୁପଯୁକ୍ତ ହୋଇପଡ଼ିଛି। ଏହି ରାସ୍ତାଗୁଡ଼ିକ ଜନବସତି ଦେଇ ଯାଉଥିବାରୁ ଟ୍ରାଫିକ ଜାମ୍, ଦୁର୍ଘଟଣା ଏବଂ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଥିବା ସେ ଦର୍ଶାଇଛନ୍ତି।

ଏହି ସମସ୍ୟାର ସମାଧାନ ପାଇଁ ଶ୍ରୀ ପ୍ରଧାନ ଦୁଇଟି ପ୍ରମୁଖ ପ୍ରସ୍ତାବ ରଖିଛନ୍ତି । ପ୍ରଥମତଃ, ଛେଣ୍ଡିପଦାରୁ ଅନୁଗୋଳ ପର୍ଯ୍ୟନ୍ତ ଯାଇଥିବା ରାଜ୍ୟ ରାଜପଥ-୬୩କୁ ଦୁଇ ଲେନ୍‌ରୁ ଚାରି ଲେନ୍‌କୁ ପ୍ରଶସ୍ତିକରଣ କରିବା ସହ ଜନବସତି ଅଞ୍ଚଳରେ ବାଇପାସ ନିର୍ମାଣ କରିବାକୁ ସେ ଅନୁରୋଧ କରିଛନ୍ତି । ଦ୍ୱିତୀୟରେ, ଛେଣ୍ଡିପଦା-ଜରପଡ଼ା ମୁଖ୍ୟ ଜିଲ୍ଲା ରାସ୍ତାକୁ ପ୍ରଶସ୍ତ କରିବାକୁ ପ୍ରସ୍ତାବ ଦେଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଏହି ରାସ୍ତାଟି ଖଣି ଅଞ୍ଚଳକୁ ୫୫ ନମ୍ବର ଜାତୀୟ ରାଜପଥ ଓ ରେଳ କରିଡର ସହ ଯୋଡୁଛି। ଏହାର ପ୍ରଶସ୍ତିକରଣ ଦ୍ୱାରା ରାଜ୍ୟ ରାଜପଥ- ୬୩ ଉପରୁ ଯାନବାହନ ଚାପ କମିବ ଏବଂ ଏକ ବିକଳ୍ପ ପରିବହନ ମାର୍ଗ ସୃଷ୍ଟି ହେବ। ଉନ୍ନତ ସଡ଼କ ସଂଯୋଗୀକରଣ ଦ୍ୱାରା କେବଳ କୋଇଲା ପରିବହନ ସହଜ ହେବ ନାହିଁ, ବରଂ ଏହା ଅଞ୍ଚଳରେ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ସହ ସ୍ଥାନୀୟ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ କରିଛନ୍ତି।

ଅନୁଗୋଳ ଅନୁଗୋଳ ଜିଲ୍ଲା କେନ୍ଦ୍ରମନ୍ତ୍ରୀ ଛେଣ୍ଡିପଦା ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

‘ସୁନା ଚେନ୍’ ମାମଲା: ଏହି କ୍ରିକେଟରଙ୍କ ଅଭିଯୋଗ ପରେ ଅଭିନେତ୍ରୀଙ୍କୁ ଗିରଫ କଲା ପୋଲିସ 

April 2, 2026

ଆଇପିଏଲ-୨୦୨୬: ସରିଲା ସମସ୍ତ ଦଳର ମ୍ୟାଚ, ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ପରେ ବଦଳିଲା ପଏଣ୍ଟ ଟେବୁଲ

April 2, 2026

କଟକରେ ପ୍ରଥମ ଥର ଆୟୋଜିତ ହେବ ସର୍ବଭାରତୀୟ ଇଣ୍ଡୋର ରୋଇଂ ଚାମ୍ପିଅନସିପ୍’ 

April 2, 2026

ଦୃଢ଼ ସଂକଳ୍ପ ଆଗରେ ହାର ମାନିଲା ପ୍ରତିବନ୍ଧକ: ନିମାପଡାର ଅନିତା ସାହୁଙ୍କ ସ୍ୱପ୍ନକୁ ଶକ୍ତି ଦେଇଛି ଜିଓ

April 2, 2026
Latest News

ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ

April 2, 2026

‘ସୁନା ଚେନ୍’ ମାମଲା: ଏହି କ୍ରିକେଟରଙ୍କ ଅଭିଯୋଗ ପରେ ଅଭିନେତ୍ରୀଙ୍କୁ ଗିରଫ କଲା ପୋଲିସ 

April 2, 2026

ତାମିଲନାଡୁ ନିର୍ବାଚନ: ଏଆଇଏଡିଏମକେ-ବିଜେପିର ଚିନ୍ତା ବଢାଇଲା ପ୍ରାକ୍-ନିର୍ବାଚନ ସର୍ଭେ

April 2, 2026

ଆଇପିଏଲ-୨୦୨୬: ସରିଲା ସମସ୍ତ ଦଳର ମ୍ୟାଚ, ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ପରେ ବଦଳିଲା ପଏଣ୍ଟ ଟେବୁଲ

April 2, 2026

କଟକରେ ପ୍ରଥମ ଥର ଆୟୋଜିତ ହେବ ସର୍ବଭାରତୀୟ ଇଣ୍ଡୋର ରୋଇଂ ଚାମ୍ପିଅନସିପ୍’ 

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.