Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ସହରରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
ଆଜିର ଖବର

ଖୋର୍ଦ୍ଧା ସହରରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

April 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା ସହରରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
ଖୋର୍ଦ୍ଧା ସହରରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ୱାଟକୋ କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ସହରରେ ଥିବା ସମସ୍ତ ୱାର୍ଡକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ସରକାରଙ୍କର ଅତ୍ୟାବଶ୍ୟକ ମୌଳିକ ସେବା ଅଭିନବ ଯୋଜନା ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ‘ଡ୍ରିଙ୍କ ଫ୍ରମ ଟ୍ୟାପ’ ପ୍ରକଳ୍ପ ଶୁଭ ଶିଳାନ୍ୟାସ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କରକମଳରେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଅଛି। ନିଜ ଅଭିଭାଷଣରେ ସାଂସଦ କହିଲେ ଯେ, ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ପାନୀୟଜଳ ଆମର ସବୁଠାରୁ ବଡ଼ ମୌଳିକ ଆବଶ୍ୟକତା ଅଛି। ଖୋର୍ଦ୍ଧା ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଆଜି ୨୭ କୋଟି ୭୬ ଲକ୍ଷ ୮୧ ହଜାର ୫୩୩ ଟଙ୍କା ମୁଲ୍ୟ ବ୍ୟୟ ଅଟକଳରେ ଏକ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ଖୋର୍ଦ୍ଧାବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ, ଯାହା ପାନୀୟ ଜଳ ଯୋଗାଣରେ ସରକାରଙ୍କର ବଡ଼ ଯୋଜନା ଯେଉଁ ସେବା ଆପଣ ଉପଲବ୍ଧ କରିବାକୁ ଯାଉଛନ୍ତି ବୋଲି ସାଂସଦ ପ୍ରକାଶ କରିବା ସହ ଖୋର୍ଦ୍ଧା ସହରକୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ସାଂସଦ ଉଦବୋଧନ ରଖିଥିଲେ।

ସମ୍ମାନିତ ଅତିଥିଭାବେ ମାନ୍ୟବର ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗ ଦେଇ କହିଲେ ଯେ, ୬୬ ବର୍ଷ ପରେ ଖୋର୍ଦ୍ଧା ପୌର ପରିଷଦର ନୂଆ କଳେବର ଆରମ୍ଭ ହୋଇଯାଇଅଛି। ଖୋର୍ଦ୍ଧା ସହରକୁ ସର୍ବାଙ୍ଗ ସୁନ୍ଦର କରି ଗଢି ତୋଳିବା ଏବଂ ସହର ବାସୀଙ୍କୁ ସମସ୍ତ ମୌଳିକ ସେବା ଯୋଗାଇଦେବା ପାଇଁ ମାନ୍ୟବର ସାଂସଦଙ୍କ ପ୍ରଚେଷ୍ଟାକୁ ସେ ସମ୍ମାନ ଜଣାଇଥିଲେ।

ପ୍ରକାଶ ଥାଉକି ଖୋର୍ଦ୍ଧା ପୌର ପରିଷଦର ୨୨ ଟି ୱାର୍ଡ ର ୬୦,୨୦୦ ଜନସଂଖ୍ୟା ତଥା ୮୯୪୭ ଘରକୁ ପିଇବା ପାଣି ଯୋଗାଇଦିଆଯିବ। ୱାଟକୋ କାର୍ଯ୍ୟାଳୟ ପରିସରରେ ୬୦ ଲକ୍ଷ ଲିଟର ମୁଖ୍ୟ ଜଳ ଭଣ୍ଡାର ଓ ଭାଲିଆବାଡ଼ି ଏବଂ ଜେମାଦେଇ ଠାରେ ୧୫ ଲକ୍ଷ ଲିଟର ଦୁଇ ଗୋଟି ପାଣି ଟାଙ୍କି ନିର୍ମାଣ ହେବ l ସ୍ୱୟଂ ଚାଳିତ କାଡା ପଦ୍ଧତିରେ ଜଳ ଯୋଗାଇ ଦିଆଯିବ ଅତିରିକ୍ତ ୫୦୦ ଘରକୁ ତଥା ୫୦୦୦ ଲୋକ ଉପକୃତ ହେବାପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି l ଏଇ ଶିଳା ନ୍ୟାସ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କନକ ଲକ୍ଷ୍ମୀ ମହାନ୍ତି , ଉପାଧ୍ୟକ୍ଷ ସୌର୍ଯ୍ୟ ରଞ୍ଜନ ମହାନ୍ତି, ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ମହାପ୍ରବନ୍ଧକ, ୱାଟକୋ ଖଣ୍ଡ ୨, ଭୁବନେଶ୍ୱର ଈଂ ରାଜେନ୍ଦ୍ର ସେଠୀ ମଞ୍ଚାଷିନ ରହି ଥିବା ବେଳେ ସମସ୍ତ କର୍ପୋରେଟର, ସହରର ଜନସାଧାରଣ, ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ, ସମାଜ ସେବୀ ନିକୁଞ୍ଜ ପଟ୍ଟନାୟକ,ଜନପ୍ରତିନିଧି ଓ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ l

'ଡ୍ରିଙ୍କ ଫ୍ରମ୍ ଟ୍ୟାପ' ପ୍ରକଳ୍ପ ଖୋର୍ଦ୍ଧା ସହର ଡ୍ରିଙ୍କ ଫ୍ରମ୍ ଟ୍ୟାପ ପାନୀୟ ଜଳ ଯୋଗାଣ ଭିତ୍ତିପ୍ରସ୍ତର ସ୍ଥାପନ
Share. Facebook Twitter LinkedIn Email WhatsApp Copy Link

Related Posts

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026
Latest News

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.