Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ପୋଲିସ ପକ୍ଷରୁ ପେନସନ ଏବଂ ଜିପିଏଫ ଅଦାଲତ
ଆଜିର ଖବର

ଓଡ଼ିଶା ପୋଲିସ ପକ୍ଷରୁ ପେନସନ ଏବଂ ଜିପିଏଫ ଅଦାଲତ

April 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ପୋଲିସ ପକ୍ଷରୁ ପେନସନ ଏବଂ ଜିପିଏଫ ଅଦାଲତ
ଓଡ଼ିଶା ପୋଲିସ ପକ୍ଷରୁ ପେନସନ ଏବଂ ଜିପିଏଫ ଅଦାଲତ

ଭୁବନେଶ୍ୱର: ଆଜି ଓଡ଼ିଶା ପୋଲିସ ପକ୍ଷରୁ ଭୁବନେଶ୍ୱରସ୍ଥିତ ସପ୍ତମ ବାଟାଲିୟନ ପରିସରରେ ଅକାଉଣ୍ଟାଣ୍ଟ ଜେନେରାଲ, ଓଡ଼ିଶା, ଭୁବନେଶ୍ଵର ଓ ଓଡ଼ିଶା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଆନୁକୂଲ୍ୟରେ ପେନସନ ଏବଂ ଜିପିଏଫ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଅଦାଲତରେ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ପୋଲିସ ବିଭାଗର ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ପେନସନ ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗର ଶୁଣାଣି କରାଯାଇଥିଲା।

ଏହି ଅଦାଲତରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଗ୍ରାଚୁଇଟି, ଜି.ପି.ଏଫ୍., ପରିବାର ପେନସନ ଏବଂ ଅନ୍ୟାନ୍ୟ ଆର୍ଥିକ ସମସ୍ୟା ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗର ପ୍ରାଥମିକତା ଭିତ୍ତିରେ ଶୁଣାଣି କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଉଦଘାଟନ କରିବା ସହ ଓଡ଼ିଶା ପୋଲିସ କର୍ମଚାରୀମାନଙ୍କ ପାଇଁ ପ୍ରଥମଥର ପାଇଁ ଏହି ପେନସନ ଅଦାଲତ ଆୟୋଜନ କରିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ପଦକ୍ଷେପ ପେନସନ ଉପଭୋକ୍ତାଙ୍କ କଲ୍ୟାଣ ନିମନ୍ତେ ଏକ ମାଇଲଷ୍ଟୋନ ଭାବେ ପରିଗଣିତ ହେବ ବୋଲି ସେ କହିଥିଲେ। ଏହାସହ ସେ Principal Accountant General (A&E), Odisha କାର୍ଯ୍ୟାଳୟର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ।

ଏହି ଅଦାଲତରେ ମୋଟ ୬୮ ଜଣ ପେନସନର / ଫ୍ୟାମିଲି ପେନସନର ଉପସ୍ଥିତ ହୋଇ ନିଜର ଅଭିଯୋଗ ଓ ସମସ୍ୟା ଉପସ୍ଥାପନ କରିଥିଲେ। ସମସ୍ତ ମାମଲାକୁ ସଠିକ ଭାବରେ ପରୀକ୍ଷା କରାଯାଇ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହାସହ ୧୬ଟି Pension Payment Order (PPO)/ Gratuity Payment Order (GPO) / GPF ସୂଚନା ପତ୍ର ଉପଭୋକ୍ତାମାନଙ୍କୁ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ପ୍ରିୟଦର୍ଶୀ ଏବଂ ଶ୍ରୀ ସ୍ୱାମୀ ଶୁଭମ ବୈଜନାଥ , IA&AS, ଉପ ମହାଲେଖାକାର, A.G. (A&E), ଓଡ଼ିଶା, ଭୁବନେଶ୍ୱରଙ୍କ ଦ୍ୱାରା ବିତରଣ କରାଯାଇଥିଲା ।

ଏହି ଅଦାଲତରେ ମମତା ମଲ୍ଲିକ (ଆର୍ଥିକ ପରାମର୍ଶଦାତା, ରାଜ୍ୟ ପୋଲିସ ମୁଖ୍ୟାଳୟ), ସରୋଜ କୁମାର ନାଏକ, ଅର୍ଥ ଅଧିକାରୀ, ରାଜ୍ୟ ପୋଲିସ ମୁଖ୍ୟାଳୟ, କଟକ ଏବଂ ଏ.ଜି. କାର୍ଯ୍ୟାଳୟର ବରିଷ୍ଠ ଆକାଉଣ୍ଟ ଅଫିସର ଶରତ କୁମାର ମହାପାତ୍ର, ବିଶ୍ଵାସ କୁମାର ସିହ୍ନା ଓ ରବି କୁମାରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ପେନସନରମାନଙ୍କ ଅଭିଯୋଗକୁ ପ୍ରତ୍ୟକ୍ଷ ଭାବେ ଶୁଣିଥିଲେ ଏବଂ ସମାଧାନ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।

ଓଡ଼ିଶା ପୋଲିସର ପୂର୍ବତନ କର୍ମଚାରୀମାନେ ନିଜର ନ୍ୟାଯ୍ୟ ପ୍ରାପ୍ୟ ପାଇଁ ଯେପରି ଅଫିସକୁ ବାରମ୍ବାର ଦୌଡ଼ି ଅଯଥା ହଇରାଣ ନ ହୁଅନ୍ତି, ସେଥିପାଇଁ ଓଡ଼ିଶା ପୋଲିସ ଏହି ଅଭିନବ ପ୍ରୟାସ କରିଛି। ପେନସନଭୋଗୀଙ୍କ ପ୍ରତି ସମ୍ମାନ ଏବଂ ସେବା ମନୋଭାବ ପ୍ରଦର୍ଶନ କରିବା ଏହି ଅଦାଲତର ମୁଖ୍ୟ ଉଦ୍ଦେଶ୍ୟ ଅଟେ।

ଓଡିଶା ପୋଲିସ ଜିପିଏଫ ପେନସନ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ: ୩୪୩୫ ସିଲିଣ୍ଡର ଜବତ

April 8, 2026

ସୋଆ ଆଇଏଏସ୍ ର ୨-ଦିନିଆ ବାର୍ଷିିକ ଉତ୍ସବ ‘ଅର୍ଣ୍ଣ-୨୦୨୬’ ଉତ୍ସବର ଶୁଭାରମ୍ଭ

April 8, 2026

ଆସନ୍ତାକାଲିଠୁ ‘୮ମ ପୋଷଣ ପକ୍ଷ ୨୦୨୬’

April 8, 2026

ମାତ୍ର ୨୫ଟି ଶବ୍ଦ ଲେଖିପାରିଲେନି ୩ କ୍ଲର୍କ: ପିଅନ ପଦବୀରେ ନିଯୁକ୍ତ କଲେ ଜିଲ୍ଲାପାଳ

April 8, 2026
Latest News

ଓଡ଼ିଶା ପୋଲିସ ପକ୍ଷରୁ ପେନସନ ଏବଂ ଜିପିଏଫ ଅଦାଲତ

April 8, 2026

ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ: ୩୪୩୫ ସିଲିଣ୍ଡର ଜବତ

April 8, 2026

ଫସଫେଟ୍‌ ଓ ପଟାସ ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡିକୁ କ୍ୟାବିନେଟ୍‌ ମଞ୍ଜୁରି

April 8, 2026

ସୋଆ ଆଇଏଏସ୍ ର ୨-ଦିନିଆ ବାର୍ଷିିକ ଉତ୍ସବ ‘ଅର୍ଣ୍ଣ-୨୦୨୬’ ଉତ୍ସବର ଶୁଭାରମ୍ଭ

April 8, 2026

ଆସନ୍ତାକାଲିଠୁ ‘୮ମ ପୋଷଣ ପକ୍ଷ ୨୦୨୬’

April 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.