Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ୧୦ଟି ଜିଲ୍ଲାକୁ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମକୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ
ଆଜିର ଖବର

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ୧୦ଟି ଜିଲ୍ଲାକୁ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମକୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

April 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Govt. Directs 10 LWE-Affected Districts to Implement ‘Gramoday’ Programme
Govt. Directs 10 LWE-Affected Districts to Implement ‘Gramoday’ Programme

ଭୁବନେଶ୍ଵର: ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ୧୦ଟି ଜିଲ୍ଲା ଯଥା – ବରଗଡ଼, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ାର ଜିଲ୍ଲାପାଳମାନଙ୍କୁ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମକୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଏହି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୧୯ ମାର୍ଚ୍ଚ ୨୦୨୬ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକର ଆଲୋଚନା ଅନୁଯାୟୀ, ‘ଗ୍ରାମୋଦୟ’ ଯୋଜନାର ଲକ୍ଷ୍ୟ ହେଉଛି ମାଓବାଦୀ ପ୍ରଭାବିତ ଗ୍ରାମଗୁଡିକରେ ସରକାରୀ ଯୋଜନା ଏବଂ ମୌଳିକ ସୁବିଧାସୁଯୋଗ ସୁଚାରୁରୂପେ ପହଞ୍ଚାଇବା ସହିତ ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ଦୂରତା ହ୍ରାସ କରି ବିଶ୍ବାସ ବୃଦ୍ଧି କରିବା। ଏଥିନିମନ୍ତେ ସମ୍ପୃକ୍ତ ଜିଲ୍ଲାମାନଙ୍କୁ ସମୟସୀମା ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ କୁହାଯାଇଛି।

ଏହି ପଦକ୍ଷେପଗୁଡ଼ିକ ମଧ୍ୟରେ ୩୯ଟି ବ୍ଲକର ୪୮୪ଟି ଗ୍ରାମରେ ରହୁଥିବା ବାସହୀନ ପରିବାରଙ୍କୁ ୧୫ ମେ ୨୦୨୬ ମଧ୍ୟରେ ସର୍ଭେକ୍ଷଣ ମାଧ୍ୟମରେ ଚିହ୍ନଟ କରି ‘ବସୁନ୍ଧରା ଯୋଜନା’ ଅନ୍ତର୍ଗତ ଭୂମି ପ୍ରଦାନ ଓ ଜମିପଟ୍ଟା ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏହି ସବୁ ଅଞ୍ଚଳରେ ଇ – ଡିଷ୍ଟ୍ରିକ୍ଟ୍ ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ବାସସ୍ଥାନ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଉତ୍ତରାଧିକାରୀ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର ଆଦିକୁ ସମୟସୀମା ଭିତରେ ପ୍ରାଥମିକତା ଆଧାରରେ ପ୍ରଦାନ କରିବାକୁ ଏହି ଚିଠିରେ ନିର୍ଦ୍ଦେଶ ରହିଛି।

‘ଗ୍ରାମୋଦୟ’ ଯୋଜନାର ଅଗ୍ରଗତି ସମ୍ପର୍କିତ ସମସ୍ତ ଡାଟା ସଂରକ୍ଷଣ ଏବଂ ଜିଲ୍ଲାପାଳମାନଙ୍କ ଦ୍ୱାରା ସମୟୋପଯୋଗୀ ସମୀକ୍ଷା ମାଧ୍ୟମରେ ନିୟମିତ ନିରୀକ୍ଷଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ରାଜସ୍ୱ ବିଭାଗର ଖାଲି ପଦବୀଗୁଡିକୁ ପ୍ରାଥମିକତା ଭିତ୍ତିରେ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜିଲ୍ଲାମାନଙ୍କୁ ବିଭିନ୍ନ ସଫଳତା କାହାଣୀ, ଫଟୋ ଓ ଭିଡିଓ ସଂଗ୍ରହ କରି ବିଭାଗର ୱେବସାଇଟ୍ରେ ପ୍ରକାଶିତ ହେବା ସହ ପ୍ରଚାରପ୍ରସାର ନିମନ୍ତେ ପ୍ରେରଣ କରିବାକୁ କୁହାଯାଇଛି। ସେହିପରି ଏହି ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ଅଧିକ ଫଳପ୍ରଦ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କ ଠାରୁ ଉପାଦେୟ ପ୍ରସ୍ତାବ ମଧ୍ୟ ଆହ୍ଵାନ କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ଵାରା ଏହି ପଦକ୍ଷେପମାନଙ୍କ ମାଧ୍ୟମରେ ମାଓପ୍ରବଣ ଅଞ୍ଚଳର ସାମଗ୍ରିକ ଉନ୍ନତିକୁ ସୁଦୂରପ୍ରସାରୀ କରିବା ସହ ଲୋକାଭିମୁଖି ସୁଶାସନକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ରାଜସ୍ୱ ସଚିବ ଗୁରୁତ୍ୱାରୋପ କରିଛନ୍ତି।

‘Gramoday’ Programme LWE-Affected Districts ଓଡିଶା ସରକାର ଗ୍ରାମୋଦୟ’ କାର୍ଯ୍ୟକ୍ରମ ତ୍ୱରିତ କାର୍ଯ୍ୟକାରୀ ବାମପନ୍ଥୀ ଉଗ୍ରବାଦ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଉଠା ଜଳସେଚନ ନିଗମର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

April 10, 2026

ଆଜି ଏପ୍ରିଲ ୧୦ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଶତ୍ରୁମାନେ ହେବେ ପରାସ୍ତ

April 10, 2026

ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତିରେ ଗୁରୁତର ବିପର୍ଯ୍ୟୟ ଆଶଙ୍କା

April 9, 2026

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଗ୍ନିକାଣ୍ଡ

April 9, 2026
Latest News

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ୧୦ଟି ଜିଲ୍ଲାକୁ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମକୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

April 10, 2026

ଓଡ଼ିଶା ଉଠା ଜଳସେଚନ ନିଗମର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

April 10, 2026

ଆଜି ଏପ୍ରିଲ ୧୦ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଶତ୍ରୁମାନେ ହେବେ ପରାସ୍ତ

April 10, 2026

ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତିରେ ଗୁରୁତର ବିପର୍ଯ୍ୟୟ ଆଶଙ୍କା

April 9, 2026

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଗ୍ନିକାଣ୍ଡ

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.