ପୁରୀ: ବାହାର ରତ୍ନଭଣ୍ଡାର ଗଣତି ମଣତି ସରିବା ପରେ ଆଜିଠାରୁ ଭିତର ରତ୍ନଭଣ୍ଡାରର ଗଣତି ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନର ଗଣତି ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ଯେ, ଭିତର ଭଣ୍ଡାରର ଅଳଙ୍କାର ମଣତି ହୁଏ ନାହିଁ । ୧୯୭୮ ତାଲିକା ସହ କେବଳ ମେଳକ କରାଯାଉଛି । ଓଜନ ମାପ କରାଯିବା ସହ ଫଟୋଗ୍ରାଫି ଓ ଥ୍ରୀଡ଼ି ମ୍ୟାପିଂ ମଧ୍ୟ କରାଯାଉଛି । ଏସମସ୍ତ କାର୍ଯ୍ୟ ବ୍ୟବସ୍ଥିତ ଢଙ୍ଗରେ କରାଯାଉଛି, ପେଯରି ଭବିଷ୍ୟତରେ ସମସ୍ୟା ହେବ ନାହିଁ ବୋଲି କହିଛନ୍ତି ଶ୍ରୀ ପାଢୀ । ସୁନାକୁ ହଳଦିଆ କପଡ଼ାରେ ଓ ରୂପାକୁ ଧଳା କପଡ଼ାରେ ଗୁଡ଼ା ହୋଇ ରଖାଯାଉଛି । ୧୯୭୮ ଓ ୨୦୨୬ ଗଣତି ନେଇ କ୍ରମିକ ସଂଖ୍ୟା ମଧ୍ୟ ଦିଆଯାଉଛି । ଭିତର ଭଣ୍ଡାରର ଗଣତି କେବଳ ଭିତର ଭଣ୍ଡାରରେ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ପାଢୀ ।


