Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ରୋଡ୍- ପୁରୀ ସେକ୍ସନର ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ
ଆଜିର ଖବର

ଖୋର୍ଦ୍ଧା ରୋଡ୍- ପୁରୀ ସେକ୍ସନର ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

April 14, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୂର୍ବତଟ ରେଳପଥ ମହାପ୍ରବନ୍ଧକ
ଖୋର୍ଦ୍ଧା ରୋଡ୍- ପୁରୀ ସେକ୍ସନର ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ଖୋର୍ଦ୍ଧା ରୋଡ୍ – ପୁରୀ ସେକ୍ସନ ନିରୀକ୍ଷଣ କରିବା ସହିତ ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ଷ୍ଟେସନରେ ଚାଲିଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିଛନ୍ତି।

ନିରୀକ୍ଷଣ ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ ରେଳ ସେକ୍ସନରେ ଟ୍ରାକ୍ ସ୍ଥିତି, ସିଗ୍ନାଲିଂ ପ୍ରଣାଳୀ ଓ ସମଗ୍ର ପରିଚାଳନାଗତ ଦକ୍ଷତାର ମୂଲ୍ୟାଙ୍କନ କରିଛନ୍ତି। ବିଶେଷକରି ପ୍ରମୁଖ ପର୍ବ ପର୍ବାଣି ସମୟରେ ଯାତ୍ରୀଙ୍କ ଯାତାୟତରେ ହେଉଥିବା ଉଲ୍ଳେଖନୀୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ସମୀକ୍ଷା କରାଯାଇଥିଲା।

ପୁରୀ ଷ୍ଟେସନରେ ମହାପ୍ରବନ୍ଧକ ତୀର୍ଥଯାତ୍ରା କେନ୍ଦ୍ରିକ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଇ ଚାଲୁଥିବା ପୁନର୍ବିକାଶ ଏବଂ ଯାତ୍ରୀ ସୁବିଧା ବୃଦ୍ଧି କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିଥିଲେ। ରଥ ଯାତ୍ରା ସମୟରେ ଭକ୍ତମାନଙ୍କର ବିପୁଳ ଆଗମନକୁ ଦୃଷ୍ଟିରେ ରଖି, ଯାତ୍ରୀମାନଙ୍କର ସୁଗମ ପରିଚାଳନା ଏବଂ ଉନ୍ନତ ସୁବିଧା ସୁନିଶ୍ଚିତ କରିବା ଉପରେ ବିଶେଷ ଜୋର ଦିଆଯାଇଥିଲା।

ସମୀକ୍ଷା ସମୟରେ, ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଯାତ୍ରୀ ସୁବିଧାଗୁଡ଼ିକର ବୃଦ୍ଧି ଏବଂ ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା, ଯେଉଁଥିରେ ପ୍ଲାଟଫର୍ମ, ସର୍କୁଲେଟିଂ ଏରିଆ, ପ୍ରତୀକ୍ଷାଳୟ ଗୁଡ଼ିକର ବିକାଶ ସହିତ ବିଭିନ୍ନ ସୁବିଧା ଓ ଗତିବିଧିକୁ ସୁଗମ କରିବା ପାଇଁ ଯାତ୍ରୀକୈନ୍ଦ୍ରିକ ଭିତ୍ତିଭୂମିରେ ସାମଗ୍ରିକ ଉନ୍ନତି ଅନ୍ତର୍ଭୁକ୍ତ।

ରଥଯାତ୍ରା ପୂର୍ବରୁ ପୁରୀ ଷ୍ଟେସନରେ ସମସ୍ତ ପୁନର୍ବିକାଶ କାର୍ଯ୍ୟ ଠିକ୍ ସମୟରେ ସମାପ୍ତ କରିବା ଉପରେ ମହାପ୍ରବନ୍ଧକ ବିଶେଷ ଗୁରୁତ୍ୱାରୋପ କରିଥିଲେ, ଅଧିକାରୀମାନଙ୍କୁ କାର୍ଯ୍ୟର ଅଗ୍ରଗତି ଉପରେ କଡ଼ା ନଜର ରଖିବାକୁ ଏବଂ ରଥ ଯାତ୍ରା ପୂର୍ବରୁ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ତୀର୍ଥଯାତ୍ରୀମାନଙ୍କ ନିରାପଦ, ସୁଗମ ଏବଂ ଆରାମଦାୟକ ଯାତାୟାତକୁ ସୁଗମ କରିବା ପାଇଁ ସମସ୍ତ କାର୍ଯ୍ୟକୁ ଯାତ୍ରୀ-କୈନ୍ଦ୍ରିକ ଆଭିମୁଖ୍ୟ ସହିତ କରାଯିବା ଉଚିତ।

ମହାପ୍ରବନ୍ଧକ ତୀର୍ଥଯାତ୍ରା ସମୟରେ ଦକ୍ଷ ଟ୍ରେନ ପରିଚାଳନା ସୁନିଶ୍ଚିତ କରିବା, ଯାତ୍ରୀ ସୁରକ୍ଷା, ଷ୍ଟେସନରେ ପରିସ୍କାର ପରିଚ୍ଛନ୍ନ ଏବଂ ଆନ୍ତଃବିଭାଗୀୟ ସମନ୍ୱୟର ଉଚ୍ଚ ମାନଦଣ୍ଡ ବଜାୟ ରଖିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ବିଭାଗୀୟ ପ୍ରମୁଖ ମୁଖ୍ୟ ଏବଂ ଖୋର୍ଦ୍ଧା ରୋଡ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ନିରୀକ୍ଷଣ ସମୟରେ ମହାପ୍ରବନ୍ଧକଙ୍କ ସହିତ ଉପସ୍ଥିତ ଥିଲେ।

ଏହି ପଦକ୍ଷେପ ଗୁଡିକ ଜାତୀୟ ସ୍ତରର ଗୁରୁତ୍ୱପୂର୍ଣ୍ଣ ଧାର୍ମିକ କାର୍ଯ୍ୟକ୍ରମ ସମୟରେ ନିରବଚ୍ଛିନ୍ନ, ନିରାପଦ ଏବଂ ଯାତ୍ରୀ ଅନୁକୂଳ ସେବା ସୁନିଶ୍ଚିତ କରିବା ପ୍ରତି ପୂର୍ବ ତଟ ରେଳପଥର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

ପରମେଶ୍ୱର ଫୁଙ୍କୱାଲ ପୁରୀ ଷ୍ଟେସନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ନେଇ ଯାଆ..ରେ ମେଘ ମୋତେ..ଗୀତର ଗାୟିକା ଏସ ଜାନକୀ ଆଉ ନାହାଁନ୍ତି, ୮୮ ବର୍ଷ ବୟସରେ ପରଲୋକ

July 12, 2026

ଶ୍ରେଷ୍ଠତା ସଂପର୍କରେ ଜାଣିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ବତାଇଛନ୍ତି ପାଞ୍ଚୋଟି ପ୍ରସଂଗ

July 12, 2026

ସରକାରଙ୍କ ବିଭିନ୍ନ ସଫଳତାର ଗାଥାକୁ ନେଇ ପ୍ରକାଶିତ ଦୁଇଟି ବିଶେଷ ପୁସ୍ତକ ବାଣ୍ଟିଲେ ଉପ ମୁଖ୍ୟମନ୍ତ୍ରୀ

July 12, 2026

ଡିଜିଟାଲ ବ୍ୟବସାୟ ଜରିଆରେ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରୁଛି ଇ-ସରସ ଅନଲାଇନ୍‌ ବଜାର ଓ ମେଳା

July 12, 2026
Latest News

ନେଇ ଯାଆ..ରେ ମେଘ ମୋତେ..ଗୀତର ଗାୟିକା ଏସ ଜାନକୀ ଆଉ ନାହାଁନ୍ତି, ୮୮ ବର୍ଷ ବୟସରେ ପରଲୋକ

July 12, 2026

ଶ୍ରେଷ୍ଠତା ସଂପର୍କରେ ଜାଣିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ବତାଇଛନ୍ତି ପାଞ୍ଚୋଟି ପ୍ରସଂଗ

July 12, 2026

ସରକାରଙ୍କ ବିଭିନ୍ନ ସଫଳତାର ଗାଥାକୁ ନେଇ ପ୍ରକାଶିତ ଦୁଇଟି ବିଶେଷ ପୁସ୍ତକ ବାଣ୍ଟିଲେ ଉପ ମୁଖ୍ୟମନ୍ତ୍ରୀ

July 12, 2026

ଡିଜିଟାଲ ବ୍ୟବସାୟ ଜରିଆରେ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରୁଛି ଇ-ସରସ ଅନଲାଇନ୍‌ ବଜାର ଓ ମେଳା

July 12, 2026

ଭାରତ-ନ୍ୟୁଜିଲ୍ୟାଣ୍ଡ ମିଳିତ ବିବୃତ୍ତି

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.