ଭୁବନେଶ୍ୱର: ଓୟୁଏସ୍ଏସ୍ଏସ୍ସି ପାଇଁ ୭୨ଟି ନୂତନ ପଦବୀ ସୃଷ୍ଟି କରିବାକୁ ସରକାର ଅନୁମୋଦନ ଦେଇଛନ୍ତି । ସଚିବ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ଊପ-ସଚିବ, ଅନୁସଚିବ, ସେକ୍ସନ ଅଫିସର, ପ୍ରୋଗାମର ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ଆଦି ପଦବୀ ଅନ୍ତର୍ଭୁକ୍ତ ରହିଛି । ସମସ୍ତ ସମ୍ପୃକ୍ତ ବିଭାଗକୁ ପଦବୀଗୁଡ଼ିକୁ କ୍ୟାଡରଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ରହିଛି । ସଚିବ ପଦବୀରେ ଜଣେ ଓଏଏଏସ୍ ଅଧିକାରୀ ରହିବେ ।


