Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା’ଭଗବତୀଙ୍କ ପୀଠରେ ବୈଶାଖୀ ପର୍ବ: ପଣାଯାତ୍ରା ସାରି ଭାଟପଡ଼ାରୁ ଫେରିଲେ ମା’ କାଠି ଠାକୁରାଣୀ
ଆଜିର ଖବର

ମା’ଭଗବତୀଙ୍କ ପୀଠରେ ବୈଶାଖୀ ପର୍ବ: ପଣାଯାତ୍ରା ସାରି ଭାଟପଡ଼ାରୁ ଫେରିଲେ ମା’ କାଠି ଠାକୁରାଣୀ

April 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମା’ ଭଗବତୀ
ମା'ଭଗବତୀଙ୍କ ପୀଠରେ ବୈଶାଖୀ ପର୍ବ: ପଣାଯାତ୍ରା ସାରି ଭାଟପଡ଼ାରୁ ଫେରିଲେ ମା' କାଠି ଠାକୁରାଣୀ

ବାଣପୁର: ଓଡ଼ିଆ ନବବର୍ଷ ମହାବିଷୁବ ସଂକ୍ରାନ୍ତି, ସୂର୍ଯ୍ୟଦେବଙ୍କ ଉତ୍ତରାୟଣ ଗତି ଆରମ୍ଭ, ନୂତନ ବର୍ଷର ପ୍ରଥମ ଦିନରେ ମା’ ଭଗବତୀଙ୍କ ଉତ୍ତର ଦିଗ ରକ୍ଷାକାରିଣୀ ଭାଟପଡ଼ା ଦୁର୍ଗ ର ଇଷ୍ଟଦେବୀ ଭଉଣୀ ମା’ ଶିଦ୍ଧେଶ୍ୱରୀଙ୍କ ପୀଠକୁ ଯାତ୍ରା କଲେ ମା’କାଠି ଠାକୁରାଣୀ। ବିଷୁବରେ ପ୍ରତ୍ୟୁଷରୁ ମନ୍ଦିର ଶୋଧ ପରେ ମା’ଙ୍କ ଅବକାଶ, ଅଙ୍ଗରାଗ ମାଜଣା, ପରେ ବେଶ, ସାହାଣମେଲା, ମହାପ୍ରସାଦ ଅର୍ପଣ, ବଲ୍ଲଭ ଆଳତି ପରେ ଶଙ୍କୁଡ଼ି ଧୂପ ପହଡ଼, ଅପରାହ୍ନରେ ନିଶଙ୍କୁଡ଼ିରେ ଖଜାଖେଇ, କାନ୍ତି ,ଶର ପୁଳି,ମାଠପୁଳି ପଣା ସାରି ସଂଧ୍ୟା ଛଘଟିକାରେ ନିଯୋଗୀ ସେବାୟତଙ୍କ ସହ ଥାଟ ପଟୁଆର, ବାଜାରୋଷଣି, ଘଣ୍ଟା ଘଣ୍ଟ, କାହାଳି, ବାଦନରେ ପିତ୍ରାଳୟଦକ୍ଷପ୍ରଜାପତି ମନ୍ଦିରରୁ ବାହାରିଲେ ମା’ ସ୍ତମ୍ବେଶ୍ୱରୀ।

ଅଗଣିତ ଶ୍ରଦ୍ଧା ଳୁଙ୍କ ହୁଳହୁଳି ଜୟଜୟକାର ଧ୍ଵନୀରେ ଯାତ୍ରା କଲାବେଳେ ବଡ଼ହନ୍ତୁଆଡ଼ ଗ୍ରାମ ରାଜରାଜେଶ୍ଵର ଦଣ୍ଡଠାକୁର ଐତିହାସିକ ପଲଟଣ ପଡ଼ିଆରୁ ବାଜାରୋଷଣିରେ ପାଛୋଟି ନେଇ ଗ୍ରାମପରିକ୍ରମା ପରେ ମା’ଭାଟପଡ଼ା ଦୁର୍ଗ ଅଭିମୁଖେ ଯାତ୍ରା କରିଥିଲେ। ବାଟରେ ଅନ୍ଧାର ରାତିରେ ମିଞ୍ଜିମିଞ୍ଜି ମଶାଲଆଲୁଅରେ ଶୋଲରୀ ପାହାଡ଼ ପାଦଦେଶରେ ଅରମା କଣ୍ଟାଲଟା ରାସ୍ତାରେ ଯାଇ ରାମଚନ୍ଦ୍ରପୁରଗ୍ରାମ ନିକଟ ପାହାଡ଼ିରାସ୍ତା କଡ଼ରେ ପୂଜା ପାଉଥିବା ଡ଼ାଳଖାଇ ଠାକୁରାଣୀଙ୍କ ପାଖରେ କିଛି ସମୟ ବିଶ୍ରାମ ନେଇ ପରମ୍ପରା କ୍ରମେ ସେବାୟତ ମାନେ ଗଛରୁଡ଼ାଳ ଭାଙ୍ଗି ମା’ଙ୍କୁ ଅର୍ପଣ କରି ଆଶୀର୍ବାଦ କାମନା ପରେପୁଣି ଯାତ୍ରା ଆରମ୍ଭ କରିଥିଲେ।

ଶେଷରେ ଭାଟପଡ଼ାଗ୍ରାମ ନିକଟରେ ପହଞ୍ଚିବା ପରେ ଗଡ଼ ଦଳବେହେରା ମାନବେନ୍ଦ୍ର ମହାରଥା ମା’ଙ୍କୁ ବନ୍ଦାପନା କରି ସମର୍ପିତ ହୋଇଥିଲେ। ପରେ ମା ଶିଦ୍ଧେଶ୍ୱରୀଙ୍କ ପୀଠରୁ ବିଶୋଇ ସେବକ ଧଳା ବସ୍ତ୍ର ଆପାଦମସ୍ତକ ଘୋଡ଼େଇ ହୋଇ ମା’ଙ୍କ ଆଜ୍ଞାମାଳ ନେଇ ଥାଟପଟୁଆର ବାଜାରୋଷଣୀରେ ଭାଟପଡ଼ା ଗ୍ରାମ ଶେଷରେ ବିଶ୍ରାମ ନେଇଥିବା ମା’ ଭଗବତୀ କାଠି ଠାକୁରାଣି ଙ୍କୁଲାଗି କରାଇବା ପରେ ମା’ ସେଠାରୁ ନାଚ଼ିନାଚ଼ି ଶୋଲରୀ ପାହାଡ଼ ଗୁମ୍ଫା, ଶିଦ୍ଧେଶ୍ଵରୀଙ୍କ ମନ୍ଦିର ରେ ନିଯୋଗୀ ସେବାୟତ ସହିତ ପହଞ୍ଚିବା ପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା।

ସେଠାରେ ରାତ୍ର ୩ଘଡ଼ି ଠାରେ ମନ୍ଦିର ପୂଜକ ବିଶୋଇ ସେବକଙ୍କ ସହିତ ପରିଚ୍ଛା ପ୍ରସନ୍ନ ମହାପାତ୍ର ଦୁଇମା’ଙ୍କୁ ଏକତ୍ର ଚୁଡ଼ାଗୁଡ଼ ଦହି ନୈବେଦ୍ୟ ଖପରାରେ ପଞ୍ଚ ଉପଚାରରେ ପୂଜା କରିବା ପରେ ଆଗାମୀ ଶାରଦୀୟ ପର୍ବରେ ଯୋଗଦେବା ନିମନ୍ତେ ଭଉଣୀ ମା’ ସିଦ୍ଧେଶ୍ଵରୀଙ୍କ ଆଜ୍ଞାମାଳ କରାଇ ସାଥିରେ ନେଇ ଦଳବେହେରାଙ୍କ ଦ୍ଵାରେ ପହଞ୍ଚି ପଣାପନ୍ତି ଭୋଗ ସାରି ରାତ୍ର ଦୁଇ ଘଡ଼ି ଥାଇ ମନ୍ଦିରକୁ ବାହୁଡ଼ିଲେ। ବାଟରେ ଆରାଧ୍ୟା ଦେବୀ ଟିକିରାଇଙ୍କ ମନ୍ଦିରରେ ମୁଆଁପଣା ସାରି ରାଜାଙ୍କ ଖମାର ପଡ଼ିଆରେ ମୁଆଁଭୋଗ ସାରିବାପରେ ପିତ୍ରାଳୟଶ୍ରୀଦକ୍ଷପ୍ରଜାପତି ମନ୍ଦିରକୁ ଫେରିଲେ ମା’ ଭଗବତୀ କାଠିଠାକୁରାଣୀ।

ବର୍ଷର ପ୍ରଥମ ଦିନ ରୁହିଁ ଶାରଦୀୟ ପର୍ବକୁ ନିମନ୍ତ୍ରଣକାହିଁ କେଉଁ କାଳରୁ ପ୍ରଚଳିତ ଏହି ନିଆରା ପରମ୍ପରା କେବଳ ମା’ ଉଗବତୀଙ୍କ ପୀଠର ଅନନ୍ୟ ପରମ୍ପରା। ରାମଚ଼ନ୍ଦ୍ରପୁର ଓ ଭାଟପଡ଼ା ଗ୍ରାମବାସୀ ଙ୍କ ସହଯୋଗରେ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମା’ଙ୍କୁ ଦର୍ଶନ କରିବାପାଇଁ ଅଗଣିତ ଶ୍ରଦ୍ଧାଳୁ ଡାଳଖାଇ ଠାକୁରାଣୀଙ୍କ ପାଖରେ ଜମିଥିଲେ । ମା’ଙ୍କ ଯାତ୍ରା ପଥରେ ଥିବା ମନଇଚ୍ଛାପୁର, ବାଞ୍ଚାନିଧିପୁର, ରୁଅପଡ଼ା, ନଛିପୁର, ତୋର ସିଂହ ଗ୍ରାମବାସୀଙ୍କ ସହିତ ମନ୍ଦିର ପରିଚାଳନା କମିଟି, ସ୍ଥାନୀୟ ପ୍ରଶାସନ, ବାଣପୁର ଥାନା ଆରକ୍ଷୀ ଅଧିକାରୀ, କାର୍ଯ୍ୟାଳୟ ର କର୍ମଚାରୀଙ୍କ ମିଳିତ ସହଯୋଗରେ ଏହି ପର୍ବ ଶୃଙ୍ଖଳିତ ଭାବରେ ଶେଷ ହୋଇଥିବା କଥା କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।

ପଣାଯାତ୍ରା ବୈଶାଖୀ ପର୍ବ ଭାଟପଡ଼ା ଦୁର୍ଗ ମା' କାଠି ଠାକୁରାଣୀ ମା'ଭଗବତୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶାଖାପାଟଣା ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ସାପ୍ତାହିକ ଏକ୍ସପ୍ରେସ ଟ୍ରେନ

May 7, 2026

ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା

May 6, 2026

‘ସ୍କୁଲ ମ୍ୟାନେଜମେଣ୍ଟ କମିଟି ଗାଇଡଲାଇନ-୨୦୨୬’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

May 6, 2026

୧.୮୪ ଲକ୍ଷରୁ ଅଧିକ ୫ କେଜି ଏଫଟିଏଲ୍ ସିଲିଣ୍ଡର ବିକ୍ରି କଲା ପିଏସୟୁ ଓଏମସି

May 6, 2026
Latest News

ଇନଷ୍ଟାଗ୍ରାମରୁ ହଟିବ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍, ଆପଣଙ୍କର ବ୍ୟକ୍ତିଗତ ଚାଟ୍ ଆଉ ସୁରକ୍ଷିତ ରହିବ ନାହିଁ କି ଜାଣନ୍ତୁ

May 7, 2026

ବିଶାଖାପାଟଣା ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ସାପ୍ତାହିକ ଏକ୍ସପ୍ରେସ ଟ୍ରେନ

May 7, 2026

ଭାରତ ଏବଂ ଭିଏତନାମ ମଧ୍ୟରେ ଉନ୍ନତ ବ୍ୟାପକ ରଣନୈତିକ ସହଭାଗୀତା ଉପରେ ମିଳିତ ବିବୃତ୍ତି

May 7, 2026

ଆଜି ମେ ସାତ ତାରିଖ ଗୁରୁବାରରେ ଏହି ଆଠଟି ରାଶି ପାଇଁ ରହିଛି ମଙ୍ଗଳମୟ

May 7, 2026

ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା

May 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.