ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଈଶାନେଶ୍ୱର ବସ୍ତିରେ ଛୁରାମାଡ଼ ହୋଇଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ପାରିବାରିକ କଳହ ଯୋଗୁଁ ସ୍ୱାମୀ ସ୍ତ୍ରୀକୁ ଛୁରାମାଡ଼ କରିଛି । ଯାହାଫଳରେ ସ୍ତ୍ରୀଜଣକ ଗୁରୁତର ହୋଇପଡିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀଟିକୁ ଉଦ୍ଧାର କରାଯାଇଥିବାବେଳେ ଅଭିଯୁକ୍ତ ସ୍ୱାମୀ ଜଣକ ଫେରାର ଅଛନ୍ତି । ମୁହଁରେ ଓ ଶରୀରରେ ଏକାଧିକ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବାବେଳେ ଏହି ଦୃଶ୍ୟଟି ସିସିଟିଭି କ୍ୟାମେରାରେ କଏଦ ହୋଇଛି ।
ସ୍ୱାମୀ ସ୍ତ୍ରୀର ସମ୍ପର୍କ ଆଉ ସାତ ଜନ୍ମର ସମ୍ପର୍କ ହୋଇ ରହିନାହିଁ । ଫି’ଦିନ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଫାଟ, ଝଗଡ଼ା ଏପରିକି ହତ୍ୟାକାଣ୍ଡ ହେଉଥିବାର ଖବର ଦେଖିବାକୁ ମିଳୁଛି । ନିକଟରେ ଯାଜପୁରଠାରେ ସ୍ତ୍ରୀଜଣକ ପ୍ଲାନ୍ କରି ସ୍ୱାମୀଙ୍କୁ ଗୁଳି କରି ମାରିଥିବାବେଳେ ଭୁବନେଶ୍ୱରରେ ଜଣେ ଅବସରପ୍ରାପ୍ତ ଏଜି ଅଫିସର୍ ନିଜ ସ୍ତ୍ରୀକୁ ମାରି ଘରେ ଲୁଚାଇ ରଖିଥିଲେ ।


