ଭୁବନେଶ୍ବର: ଓଡ଼ିଶାରେ ଭୋଟର ତାଲିକାରୁ ୯ ଲକ୍ଷ ୮୦ ହଜାର ନାଁ କଟିବା ପରେ ଗୃହ ଵିଭାଗ କଡା ଯାଞ୍ଚ କରିବାକୁ ନିର୍ଦେଶ ଦେଇଛି । । ତେବେ ପୁନଃଯାଞ୍ଚ ଏକ ସ୍ୱାଭାବିକ ପ୍ରକ୍ରିୟା, ରାଜ୍ୟବାସୀଙ୍କୁ ଚିନ୍ତିତ ହେବାର କାରଣ ନାହିଁ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଭୁଲରେ ନାମ କଟିଥିଲେ ଯୋଡ଼ାଯାଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଆର ସନ୍ଥ ଗୋପାଳନ କହିଛନ୍ତି । ଫର୍ମ -୬ ବିଏଲଓ ପାଖରେ ଦାଖଲ କାଲେ ପୁଣି ନାମ ଯୋଡି ହେବ ବୋଲି ସୂଚନା ରହିଛି । ଇଆର୍ଓ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଯେ, ମୃତ ଭୋଟରଙ୍କ ନାମ ପୂର୍ଣ୍ଣ ଯାଞ୍ଚ ପରେ ହିଁ କାଟିବେ । ଏନେଇ ପରିବାରବର୍ଗ କିମ୍ୱା ନିକଟ ସମ୍ପର୍କୀୟ ଫର୍ମ-୭ ଦାଖଲ କରିବେ । ସନ୍ଦେହଜନକ, ନକଲି କିମ୍ବା ତଥ୍ୟରେ ତ୍ରୁଟି ଥିଲେ ନୋଟିସ କରି ଯାଞ୍ଚ ପାଇଁ କୁହାଯାଇଛି । ସେହିପରି ଫର୍ମ-୭ ଆବେଦନର ୫୦ ପ୍ରତିଶତ ମାମଲାରେ ଫିଜିକାଲ ଭେରିପିକେସନକୁ ବାଧ୍ୟତାମୂଳକ କରାଯାଇଛି । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କମ ନା କଟିଛି । ୯୫ ପ୍ରତିଶତ ମ୍ୟାପିଂ ସରିଛି । ଅନ୍ୟ ପକ୍ଷରେ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ।


