Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ଆଜିର ଖବର

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଚିଲିକାରେ ଉଦଘାଟିତ ହୋଇଯାଇଛି ପ୍ରଥମ ଚିଲିକା ପୁସ୍ତକ ମେଳା। ବାଲୁଗାଁ କଲେଜ ପଡ଼ିଆଠାରେ ଏହି ପୁସ୍ତକ ମେଳା ଆରମ୍ଭ ହୋଇଛି। ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ପୁସ୍ତକ ମେଳା ୨୮ତାରିଖ ପର୍ଯ୍ୟନ୍ତ ଚାଲିବ। ଦୀର୍ଘ ୫ ଦିନ ଧରି ଚାଲିବାକୁ ଥିବା ଏହି ପୁସ୍ତକ ମେଳାରେ ରାଜ୍ୟର କୋଣ ଅନୁକୋଣରୁ ୮୦ରୁ ଊର୍ଦ୍ଧ୍ୱ ପ୍ରକାଶକ, ବିତରକ, ବିକ୍ରେତା ଯୋଗ ଦେଇଛନ୍ତି।

ଆଜିର ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଉପମୁଖ୍ୟମନ୍ତ୍ରୀ ସହିତ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଏବଂ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ମଧ୍ୟ ଯୋଗ ଦେବେ। ବୈଷୟିକ ଅଭିବୃଦ୍ଧି ଓ ଅନଲାଇନ ସରଫିଙ୍ଗରେ ନୂଆପିଢ଼ିର ଯୁବବର୍ଗ ଏତେ ନିମଗ୍ନ ରହୁଛନ୍ତି ଯେ ବହିପଢ଼ା ସଂସ୍କୃତିରେ ଶିଥିଳତା ଆସିଯାଇଛି। ଏଭଳି ସ୍ଥିତିରେ ପଠନ ଅଭ୍ୟାସକୁ ଜାରି ରଖିବା କ୍ଷେତ୍ରରେ ପୁସ୍ତକ ମେଳାର ଗୁରତ୍ଵପୂର୍ଣ୍ଣ ଭୂମିକା ରହିଛି।

https://thesamikhsya.com/odia/wp-content/uploads/2026/04/WhatsApp-Video-2026-04-26-at-10.10.47.mp4

ଆଜିର ଅନଲାଇନ ମାନିଆରେ ହାତରେ ପୁସ୍ତକ ଧରିବା ଏକ ଶୁଭ ସଂକେତ। ଡିଜିଟାଲ ଯୁଗରେ ଆଜିର ଯୁବପିଢ଼ି ଧୀରେଧୀରେ ପୁସ୍ତକର ପ୍ରାଧାନ୍ୟତାକୁ ଭୁଲିବାକୁ ବସିଥିବାବେଳେ ପୁସ୍ତକମେଳା ପୁସ୍ତକର ପ୍ରାସଙ୍ଗିକତାକୁ ହୃଦୟଙ୍ଗମ କରାଇଥାଏ। ପୁସ୍ତକ ହିଁ ମଣିଷର ସବୁଠୁ ଭଲ ସାଙ୍ଗ। ଆଜିର ସମୟରେ ପୁସ୍ତକ ଆଡକୁ ଆଉଥରେ ଫେରେଇନେବାର ଏକ ସଫଳ ପ୍ରୟାସ ହେଉଛି ପୁସ୍ତକମେଳା।

ସନ୍ଧ୍ୟା ହେଲେ ପାଠକ, ସାରସ୍ୱତ, ସାଧକ ଓ ନବପ୍ରତିଭା ମାନକ ଭିତରେ ଅପୂର୍ବ ମିଳନ ଦେଖିବାକୁ ମିଳୁଛି ଏହି ମେଳାରେ। ପାଠକ ସବୁ ବର୍ଗର ପୁସ୍ତକ ଗୋଟିଏ ସ୍ଥାନରେ ପୁଣି ରିହାତି ଦରରେ ପାଇପାରୁଛନ୍ତି। କେବଳ ପୁସ୍ତକ ନୁହେଁ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏଠାରେ ପଡିଥିବା ଖାଇବା ଷ୍ଟଲ ମଧ୍ୟ ଲୋକକୁ ଆକୃଷ୍ଟ କରୁଛି।

balugaon banpur chilika chilikapustakmela prabhatiparida PrithvirajHarichandan SampadSwain
Share. Facebook Twitter LinkedIn Email WhatsApp Copy Link

Related Posts

ବେଗୁନିଆରେ ପଞ୍ଚମ ସାଂସଦ ଚିକିତ୍ସା ଶିବିର ଅନୁଷ୍ଠିତ

May 18, 2026

ଶ୍ରୀଶ୍ରୀ ବାବା ପ୍ରତାପେଶ୍ବର ମହାଦେବଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ ପୃଥ୍ୱୀରାଜ ହରିଚନ୍ଦନ

May 18, 2026

ପ୍ରଧାନମନ୍ତ୍ରୀଙ୍କ ଆଫସ୍ଲୁଇଟଡିଜକ୍ ଡ୍ୟାମ୍ ପରିଦର୍ଶନ

May 18, 2026

ଶପଥ ଗ୍ରହଣ ଉତ୍ସବ ପୂର୍ବରୁ କେରଳ କ୍ୟାବିନେଟ ଘୋଷଣା

May 17, 2026
Latest News

ବେଗୁନିଆରେ ପଞ୍ଚମ ସାଂସଦ ଚିକିତ୍ସା ଶିବିର ଅନୁଷ୍ଠିତ

May 18, 2026

ଶ୍ରୀଶ୍ରୀ ବାବା ପ୍ରତାପେଶ୍ବର ମହାଦେବଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ ପୃଥ୍ୱୀରାଜ ହରିଚନ୍ଦନ

May 18, 2026

ପ୍ରଧାନମନ୍ତ୍ରୀଙ୍କ ଆଫସ୍ଲୁଇଟଡିଜକ୍ ଡ୍ୟାମ୍ ପରିଦର୍ଶନ

May 18, 2026

ଶପଥ ଗ୍ରହଣ ଉତ୍ସବ ପୂର୍ବରୁ କେରଳ କ୍ୟାବିନେଟ ଘୋଷଣା

May 17, 2026

ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.