Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ -୨୦୨୬’ରେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ -୨୦୨୬’ରେ କେନ୍ଦ୍ରମନ୍ତ୍ରୀ

May 5, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ -୨୦୨୬’ରେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ -୨୦୨୬’ରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଲୋକଙ୍କ ସମସ୍ୟା ଦୂର କରିବା ହିଁ ପ୍ରକୃତ ଇନୋଭେସନ୍। କାଗଜପତ୍ର, ପେଟେଣ୍ଟ କିମ୍ବା ଆଇପିଓ ମାଧ୍ୟମରେ ପ୍ରଗତିକୁ ମାପିବାର ସମୟ ଏବେ ଶେଷ ହୋଇଛି ବୋଲି ଆଜି ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ -୨୦୨୬’ କୁ ଉଦ୍‌ଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍‌ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗବେଷଣା, ବିକାଶ(ଆର ଆଣ୍ଡ୍ ଡି) ଏବଂ ନବାଚାର ପାଇଁ ୧ ଲକ୍ଷ କୋଟି ଟଙ୍କାର ପାଣ୍ଠି ତିଆରି କରିଛନ୍ତି। ବର୍ତ୍ତମାନ ଦେଶରେ ସରକାର ଗବେଷଣାକୁ ବିଶେଷ ଭାବରେ ପ୍ରୋତ୍ସାହନ ଦେଉଛନ୍ତି। ତେବେ ଆଗାମୀ ଦିନରେ ଶିଳ୍ପ ସଂସ୍ଥା ଏବଂ ସରକାରଙ୍କ ମଧ୍ୟରେ ଭାଗିଦାରୀ ରହିଲେ ହିଁ ଭାରତର ଇନୋଭେସନ ବ୍ୟବସ୍ଥା ଆନ୍ତର୍ଜାତୀୟ ସ୍ତରର ହୋଇପାରିବ ବୋଲି ସେ କହିଛନ୍ତି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆଇଆଇଟି ମାଡ୍ରାସ ଦ୍ୱାରା ‘ଇନଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ’ (ଆଇଓଇ) ଢାଞ୍ଚା ଅଧୀନରେ ପ୍ରତିଷ୍ଠିତ ୧୫ଟି ଉତ୍କର୍ଷ କେନ୍ଦ୍ରର ଗବେଷଣା ଭିତ୍ତିଭୂମି ଉପରେ ଆଧାରିତ। ଏଠାରେ ସ୍ୱାସ୍ଥ୍ୟସେବା ଏବଂ ସ୍ଥାୟୀ ବିକାଶ ଠାରୁ ଆରମ୍ଭ କରି ସେମିକଣ୍ଡକ୍ଟର, ଉର୍ଜା ଏବଂ ଅତ୍ୟାଧୁନିକ ସାମଗ୍ରୀ ପର୍ଯ୍ୟନ୍ତ ସାମାଜିକ ଆହ୍ୱାନଗୁଡ଼ିକର ସିଧାସଳଖ ସମାଧାନ କରୁଥିବା ପ୍ରଯୁକ୍ତିବିଦ୍ୟାଗୁଡ଼ିକୁ ପ୍ରଦର୍ଶିତ କରାଯାଉଛି। “ଫର୍ମ ଆଇଆଇଟିଏମ ଫର୍ ଭାରତ. ବଲ୍ଡିଂ ଟୁଗେଦର” ଶୀର୍ଷକ ବିଷୟବସ୍ତୁ ବାସ୍ତବରେ ଆତ୍ମନିର୍ଭର ଭାରତକୁ ପ୍ରତିଫଳିତ କରୁଛି। ସେ ଆହୁରି କହିଛନ୍ତି ଯେ, ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ହେବା ସହ ବିଶ୍ୱର ପ୍ରଗତିଶୀଳ ରାଷ୍ଟ୍ର ବା ‘ଗ୍ଲୋବାଲ ସାଉଥ୍’ ପାଇଁ ଏକ ମଡେଲ ସାଜିବ। ଏଥିପାଇଁ ଆମର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ ସେମାନଙ୍କ ଗବେଷଣାକୁ ବ୍ୟବସାୟିକ ଭାବେ ସଫଳ ଓ ସାମାଜିକ ଭାବେ ଗ୍ରହଣୀୟ କରିବାକୁ ପଡ଼ିବ।

ଏହି ସମ୍ମିଳନୀରେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଜୟନ୍ତ ଚୌଧୁରୀ, ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ପ୍ରଫେସର ଭି. କାମାକୋଟି, ଶିକ୍ଷା ସଚିବ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ପରିଶେଷରେ ମନ୍ତ୍ରୀ ସମ୍ମିଳନୀ ପରିସରରେ ଆୟୋଜିତ ଏକ ବୃହତ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନୀକୁ ବୁଲି ଦେଖିବା ସହ ଯୁବ ଗବେଷକମାନଙ୍କୁ ଉତ୍ସାହିତ କରିଥିଲେ।

ଆଇଆଇଟି ମାଡ୍ରାସ ଟେକ୍ନୋଲୋଜି ସମିଟ୍ -୨୦୨୬ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଂଗର କିଏ ହେବ ମୁଖ୍ୟମନ୍ତ୍ରୀ ? ବାଛିବେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ

May 5, 2026

ବଙ୍ଗଳାରେ ବିଜୟ ପରେ ବିଜେପିକୁ ପ୍ରଶଂସା କଲା ପାକିସ୍ତାନ: ବାଂଲାଦେଶରୁ ମଧ୍ୟ ଆସିଲା ପ୍ରତିକ୍ରିୟା

May 5, 2026

ବିଜେଡି ଖୋର୍ଦ୍ଧା ଓ ବାଲେଶ୍ବର ଜିଲ୍ଲାର ସଭାପତିଙ୍କ ନାମ କଲା ଘୋଷଣା, ଛଅଟି ଜିଲ୍ଲାରେ କାର୍ଯ୍ୟକାରୀ ସଭାପତି

May 5, 2026

ଭୀମଭୋଇ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ମାନସିକ ନିର୍ଯ୍ୟାତନା ଅଭିଯୋଗ

May 5, 2026
Latest News

ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ -୨୦୨୬’ରେ କେନ୍ଦ୍ରମନ୍ତ୍ରୀ

May 5, 2026

ଗୋଦାବରୀଶ ମହାବିଦ୍ୟାଳୟରେ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

May 5, 2026

ପଶ୍ଚିମବଂଗର କିଏ ହେବ ମୁଖ୍ୟମନ୍ତ୍ରୀ ? ବାଛିବେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ

May 5, 2026

ବଙ୍ଗଳାରେ ବିଜୟ ପରେ ବିଜେପିକୁ ପ୍ରଶଂସା କଲା ପାକିସ୍ତାନ: ବାଂଲାଦେଶରୁ ମଧ୍ୟ ଆସିଲା ପ୍ରତିକ୍ରିୟା

May 5, 2026

ବିଜେଡି ଖୋର୍ଦ୍ଧା ଓ ବାଲେଶ୍ବର ଜିଲ୍ଲାର ସଭାପତିଙ୍କ ନାମ କଲା ଘୋଷଣା, ଛଅଟି ଜିଲ୍ଲାରେ କାର୍ଯ୍ୟକାରୀ ସଭାପତି

May 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.