ଭୁବନେଶ୍ଵର : ଭୁବନେଶ୍ଵର ମୈତ୍ରୀବିହାର ଥାନା ଆଗରୁ ଯୁବକଙ୍କୁ ଅପହରଣ ଅଭିଯୋଗ । ଅପହରଣକାରୀଙ୍କ କବଜାରୁ ଖସି ଆସିବା ପରେ ଥାନାରେ ଅଭିଯୋଗ । ସ୍ପେଶାଲ ସ୍କ୍ବାର୍ଡ କହି ଉଠାଇ ନେଇଥିବା ଯୁବକ ଅଭିଯୋଗ କରିଛନ୍ତି । ଯୁବକଙ୍କ ନାମ ଜିତେନ୍ଦ୍ର ସାହୁ । ଅପହରଣ ପରେ ତାଙ୍କୁ ବନ୍ଦ ଘରେ ରାଖୀ ମାଡ ମାରିବା ସହିତ ତାଙ୍କ ଆକାଉଣ୍ଟରୁ ୭୦ ହଜାର ଟଙ୍କା ଉଠେଇ ନେଇଥିବାର ସେ ଅଭିଯୋଗ କରିଛନ୍ତି ।


