ଭୁବନେଶ୍ୱର: ଯାତ୍ରୀମାନଙ୍କୁ ଅଧିକ ଆରାମଦାୟକ ଭ୍ରମଣ ସୁବିଧା ଯୋଗାଇଦେବା ଏବଂ ଆଗାମୀ ସପ୍ତାହରେ ବଢୁଥିବା ଯାତ୍ରୀଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ ଟ୍ରେନରେ ଅସ୍ଥାୟୀ ଭାବେ ଅତିରିକ୍ତ କୋଚ୍ ସଂଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି।
* ହାୱଡ଼ା ଏବଂ ପୁରୀ ମଧ୍ୟରେ ଯାତ୍ରୀଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଟ୍ରେନ୍ ନମ୍ବର ୧୨୮୩୭ ହାୱଡ଼ା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସରେ ମେ ୦୯ ରୁ ମେ ୧୫, ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ସ୍ଲିପର୍ କ୍ଲାସ୍ କୋଚ୍ ସଂଯୋଗ କରାଯିବ।
* ସେହିଭଳି, ଟ୍ରେନ୍ ନମ୍ବର ୧୮୦୪୫ ଶାଲିମାର-ଚାର୍ଲାପାଲ୍ଲୀ ଇଷ୍ଟ କୋଷ୍ଟ ଏକ୍ସପ୍ରେସରେ ମେ ୦୯ ରୁ ମେ ୧୫, ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ ସଂଯୋଗ କରାଯିବ।
* ଆହୁରିମଧ୍ୟ ଟ୍ରେନ୍ ନମ୍ବର ୧୮୦୬୩ ସାନ୍ତ୍ରାଗାଛି-ୟେଲାହାଙ୍କା ଏସି ଏକ୍ସପ୍ରେସରେ ଆସନ୍ତା ମେ ୧୪, ୨୦୨୬ ରିଖରେ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ ସଂଯୋଗ କରାଯିବ।
ଏହି ଅସ୍ଥାୟୀ କୋଚ୍ ବୃଦ୍ଧି ଫଳରେ ଗୁରୁତ୍ୱପୂର୍ଣ୍ଣ ରୁଟ୍ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଅଧିକ ବର୍ଥ ଉପଲବ୍ଧ ହେବ ଏବଂ ଏହି ସମୟ ମଧ୍ୟରେ ବଢୁଥିବା ଯାତ୍ରା ଚାହିଦାକୁ ପୂରଣ କରିବାରେ ସହାୟକ ହେବ।


