Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନୁଦାନରୁ ବଞ୍ଚିତ ବିଦ୍ୟାଳୟରେ ଏ-୧ ଓ ଏ-୨ ର‌୍ୟାଙ୍କରେ ଉତ୍ତୀର୍ଣ୍ଣ ହେବା ଗର୍ବର ବିଷୟ: ଓଷ୍ଟା
ଆଜିର ଖବର

ଅନୁଦାନରୁ ବଞ୍ଚିତ ବିଦ୍ୟାଳୟରେ ଏ-୧ ଓ ଏ-୨ ର‌୍ୟାଙ୍କରେ ଉତ୍ତୀର୍ଣ୍ଣ ହେବା ଗର୍ବର ବିଷୟ: ଓଷ୍ଟା

May 9, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Odisha Matric result
ଅନୁଦାନରୁ ବଞ୍ଚିତ ବିଦ୍ୟାଳୟରେ ଏ-୧ ଓ ଏ-୨ ର‌୍ୟାଙ୍କରେ ଉତ୍ତୀର୍ଣ୍ଣ ହେବା ଗର୍ବର ବିଷୟ: ଓଷ୍ଟା

ଭୁବନେଶ୍ୱର: ଜୀବନତମାମ୍ ବିନା ପାରିଶ୍ରମିକରେ ବିଦ୍ୟାଳୟରେ ପିଲାମାନଙ୍କୁ ପାଠପଢ଼ାଇ କୌଣସି ସରକାରୀ ଅନୁଦାନ ପାଇନଥିବା ଯୋଗ୍ୟବିବେଚିତ ବିଦ୍ୟାଳୟର ଛାତ୍ରଛାତ୍ରୀ ଚଳିତ ମାଟ୍ରିକ ପରୀକ୍ଷାରେ ଏ-୧, ଏ-୨ ଭଳି ର‌୍ୟାଙ୍କରେ ଉତ୍ତୀର୍ଣ୍ଣ ହେବା ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ର ସାଧାରଣ ସଂପାଦକ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି।

ସୂଚନାଥାଉକି, ଓଡ଼ିଶାରେ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଗୁଡ଼ିକ ସରକାରୀ ନିୟମକୁ ପାଳନ କରି ଅନୁଦାନ ପାଇବା ନିମନ୍ତେ ୨୦୧୩ ମସିହା ସୁଦ୍ଧା ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ବିଗତ ସରକାରଙ୍କ ବୈମାତୃକ ଭାବ ଓ କାଳକ୍ଷେପଣ ନୀତି ଯୋଗୁ ଅନୁଦାନରୁ ବଞ୍ଚିତ ହୋଇଥିଲେ। ବର୍ତ୍ତମାନର ସରକାର ଆସିବାର ଦୁଇବର୍ଷ ପୂରଣ ହେବାକୁ ଯାଉଛି। କିନ୍ତୁ ଉକ୍ତ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ତଥା ଛାତ୍ରଛାତ୍ରୀମାନେ କୌଣସି ସରକାରୀ ସୁବିଧା ପାଇଲେ ନାହିଁ। ଏହି ବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ  ଶିକ୍ଷକ ଶିକ୍ଷାକର୍ମଚାରୀମାନଙ୍କୁ  ସରକାର ଅଣଦେଖା କରି ଅନୁଦାନ ପ୍ରଦାନରୁ ବଞ୍ଚିତ କରି ରଖିଛନ୍ତି। ମାତ୍ର ସଂପୃକ୍ତ ବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ ଶିକ୍ଷକମାନେ ତାଙ୍କର ଶିକ୍ଷାଦାନରେ କେବେ କାର୍ପଣ୍ୟତା ପ୍ରଦର୍ଶନ କରି ନାହାଁନ୍ତି।

ସେହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ମାଟ୍ରିକ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରି ଉଚ୍ଚ ର‌୍ୟାଙ୍କରେ ଉତ୍ତୀର୍ଣ୍ଣ ହେଉଥିବାର ନଜିର ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଦେଖିବାକୁ ମିଳିଛି। ଉଦାହରଣ ସ୍ୱରୂପ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଧିନସ୍ଥ ବାଲୁଙ୍କେଶ୍ୱର ଦେବ ବିଦ୍ୟାପୀଠ, ପମ୍ପାଲରୁ ୫ ଜଣ ଛାତ୍ରଛାତ୍ରୀ ଏ-୧ ଏବଂ ୬ ଜଣ ଏ-୨ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଂଶୁମାନ ଦାସ ୫୭୩ ନମ୍ବର ରଖି ବ୍ଳକରେ ଟପ୍ପର ହୋଇପାରିଛନ୍ତି।

ସେହିପରି ବାଲିଅନ୍ତା ବ୍ଲକର ଅଚ୍ୟୁତାନନ୍ଦ ଆଦର୍ଶ ବିଦ୍ୟାପୀଠ, ପୁରୋହିତପୁରରୁ ଜଣେ ଏ-୧ ଏବଂ ୧୦ଜଣ ଛାତ୍ରଛାତ୍ରୀ ଏ-୨ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ବର୍ଗରେ ଥିବା ବିଦ୍ୟାଳୟ ଗୁଡ଼ିକରୁ ଖୋର୍ଦ୍ଧା ଜିଲ୍ଲାର ପାଖାପାଖି ୫୦ ଜଣ ଛାତ୍ରଛାତ୍ରୀ ଏ-୨ ର‌୍ୟାଙ୍କ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମଗ୍ର ରାଜ୍ୟରେ ଅନ୍ୟାନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ ଯଦି ହିସାବ ଦେଖାଯାଏ ପାଖାପାଖି ଏ-୧ ଓ ଏ-୨ ସଂଖ୍ୟା ଶତପ୍ରତିଶତରୁ ଅଧିକ ହେବ। ତେଣୁ ସରକାର ଅନୁଦାନରୁ ବଞ୍ଚିତ ବିଦ୍ୟାଳୟ ସମ୍ପର୍କରେ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସର୍ବସାଧାରଣରେ ଦାବି ହେଉଛି।

ରାଜ୍ୟର ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଗୁଡ଼ିକ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ଏବେବି ଅନୁଦାନରୁ ବଞ୍ଚିତ ହୋଇ ରହିଛନ୍ତି। ୨୦୦୦ ମସିହା ପୂର୍ବରୁ ଖୋଲିଥିବା ପଞ୍ଚାୟତର ଦ୍ୱିତୀୟ ଓ ତୃତୀୟ ବିଦ୍ୟାଳୟଗୁଡ଼ିକ ୨୦୦୮ରେ ଅଷ୍ଟମ ରେକଗ୍‌ନିସନ(ସ୍ୱୀକୃତି) ଓ ପଞ୍ଚାୟତର ପ୍ରଥମ ବିଦ୍ୟାଳୟଗୁଡ଼ିକ ୨୦୧୧ରେ ଅଷ୍ଟମ ସ୍ୱୀକୃତି ପାଇ ୨୦୧୩ ମସିହା ସୁଦ୍ଧା ଅନୁଦାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ମାତ୍ର ବିଭିନ୍ନ କାରଣରୁ ଏହି ବିଦ୍ୟାଳୟଗୁଡ଼ିକ ୨୦୧୩ ମସିହା ଅନୁଦାନ ଆଇନ୍‌ରୁ ବଞ୍ଚିତ ହୋଇଥିଲେ। ଏହି ବିଦ୍ୟାଳୟ ଗୁଡ଼ିକ ଶିକ୍ଷାଦାନ କ୍ଷେତ୍ରରେ ଦୀର୍ଘ ୩୦ରୁ ୩୨ ବର୍ଷ ଅତିକ୍ରମ କରିସାରିଛି ଏବଂ ୧୨ ରୁ୧୩ ବର୍ଷ ଧରି ଅନୁଦାନ ପାଇଁ ଯୋଗ୍ୟ ବିବେଚିତ ହୋଇ ପଡ଼ିରହିଛି। ଏହି ବିଦ୍ୟାଳୟଗୁଡ଼ିକ ୨୦୧୫ ବିଜ୍ଞପ୍ତି ଅନୁସାରେ ୩୧.୦୩.୨୦୧୩ ପରେ ସରକାରଙ୍କର ସମସ୍ତ ନୀତି ନିୟମ ପୂରଣ କରିଥିଲେ ସୁଦ୍ଧା ସେମାନଙ୍କୁ ଟଙ୍କାଟିଏ ଅନୁଦାନ ନମିଳିବା ଅତ୍ୟନ୍ତ ଦୁଃଖଦାୟକ।

ରାଜ୍ୟରେ ଅନୁଦାନଯୋଗ୍ୟ ବିଦ୍ୟାଳୟମାନଙ୍କରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍ୟ ବିଦ୍ୟାଳୟ ପରି ମଧ୍ୟାହ୍ନ ଭୋଜନ, ପାଠ୍ୟଉପକରଣ, ପୋଷାକ ଓ ସାଇକେଲ ଆଦି କୌଣସି ସୁବିଧା ନଦେଇ ପିଲାମାନଙ୍କ ମନରେ ବାଛବିଚାର ସୃଷ୍ଟି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଯୋଗ୍ୟବିବେଚିତ ବିଦ୍ୟାଳୟଗୁଡ଼ିକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା ସହ ଛାତ୍ରଛାତ୍ରୀମାନଙ୍କର ନ୍ୟାଯ୍ୟ ଦାବି ପୂରଣ ନ ହେବାରୁ ରାଜ୍ୟର ଶିକ୍ଷାବିତ୍‌, ଅଭିଭାବକ, ବୁଦ୍ଧିଜୀବୀ ଓ ଜନସାଧାରଣମାନେ ଦୃଢ଼ ଦାବି ପୋଷଣ କରୁଛ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ବୋଲି ସଂଗଠନ ତରଫରୁ କୁହାଯାଇଛି।

ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ଅନୁଦାନ ପ୍ରତ୍ୟାଶୀ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଙ୍କୁ ଅନୁଦାନ ପ୍ରଦାନ କରି ହଜାର ହଜାର ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କ ସହିତ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଅନ୍ତୁ ଓ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରନ୍ତୁ ବୋଲି ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜ କିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ଓ ଶିକ୍ଷାପ୍ରଦୀପ ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।

ଅନୁଦାନରୁ ବଞ୍ଚିତ ବିଦ୍ୟାଳୟ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ମାଟ୍ରିକ ପରୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.