ଚେନ୍ନାଇ: ତାମିଲନାଡୁର ରାଜନୈତିକ ନାଟକ ନୂଆ ମୋଡ଼ ନେବାରେ ଲାଗିଛି ଏବଂ ଶପଥ ଗ୍ରହଣ ଉତ୍ସବକୁ ନେଇ ସସପେନ୍ସ ଜାରି ରହିଛି। ଏବେ ବିଜୟଙ୍କ ପାଖରେ ମାତ୍ର ୧୧୬ ସଦସ୍ୟ ରହିଛନ୍ତି। ଏଏମଏମକେ ଓ ମୁସଲିମ ଲିଗକୁ ନେଇ ପେଞ୍ଚ ରହିଛି। ମୁସଲିମ ଲିଗ (ଆଇଇଉଏମଏଲ) ଟିଭିକେକୁ ସେ ସମର୍ଥନ ଦେଇନାହାନ୍ତି ବୋଲି କହିଛି।
ଟିଭିକେକୁ କଂଗ୍ରେସ, ସିପିଆଇଏମ, ଭିସିକେ ସମର୍ଥନ ଦେଇଛନ୍ତି। ଏହା ଭିତରେ ଭିସିକେ ଉପମୁଖ୍ୟମନ୍ତ୍ରୀ ପଦ ଦାବି କରିଛି। ଏପରି ସ୍ଥିତିରେ ସରକାର ଗଠନକୁ ନେଇ ଦ୍ଵନ୍ଦ୍ଵ ଉପୁଜୁଛି। ଏସବୁ ଭିତରେ ଟିଭିକେ ଗୋଟିଏ, ଦୁଇଟି ପ୍ରାର୍ଥୀପାଇଁ ୫ରୁ ଅଧିକ ଦଳର ସହାୟତା ନେଇଛନ୍ତି। ଏତେ ଦଳଙ୍କ ଭିତରେ ସରକାର ଗଠନ କେତେ ଯେ ସହଜ ହେବ ତାହା ଆଗାମୀ ସମୟ କହିବ। ଅପରପକ୍ଷରେ AMMKର ଦିନାକରଣ ମଧ୍ୟ TVK ଉପରେ ବିଧାୟକଙ୍କ ଘୋଡା ବେପାର କିମ୍ବା କିଣାବିକା ଅଭିଯୋଗ କରିଛନ୍ତି।
ରାଜନୀତିରେ ସବୁବେଳେ ଛକାପଞ୍ଛା ଲାଗି ରହେ। ମାତ୍ର ଚଳିତ ତାମିଲନାଡୁ ବିଧାନସଭା ନିର୍ବାଚନରେ କୌଣସି ଏକ ଦଳ ସଂଖ୍ୟା ଗରିଷ୍ଠ ପାଇ ପାରିଲାନି, ଯାହା ସରକାର ଗଠନ ନେଇ ବହୁ ସମସ୍ୟା ସୃଷ୍ଟି କରୁଛି। ଏମିତିରେ ଜନଦେଶ ବିଜୟଙ୍କ ପକ୍ଷେ ଯାଇଥିବାବେଳେ ସଂଖ୍ୟା ଗଣିତ ଯୋଗୁଁ ସରକାର ଗଢିବା ସମ୍ଭବ ହୋଇପାରୁନହିଁ।


