Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା’ ଭଗବତୀଙ୍କ ଚାପ କ୍ରୀଡ଼ା: ସାତଦେବା ଦେବୀଙ୍କୁ ସାଥିରେ ଧରି ଭଉଁରୀ ଖେଳିଲେ ମା’ ସାଆନ୍ତାଣି
ଆଜିର ଖବର

ମା’ ଭଗବତୀଙ୍କ ଚାପ କ୍ରୀଡ଼ା: ସାତଦେବା ଦେବୀଙ୍କୁ ସାଥିରେ ଧରି ଭଉଁରୀ ଖେଳିଲେ ମା’ ସାଆନ୍ତାଣି

May 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମା' ଭଗବତୀଙ୍କ ଚାପ କ୍ରୀଡ଼ା: ସାତଦେବା ଦେବୀଙ୍କୁ ସାଥିରେ ଧରି ଭଉଁରୀ ଖେଳିଲେ ମା' ସାଆନ୍ତାଣି
ମା' ଭଗବତୀଙ୍କ ଚାପ କ୍ରୀଡ଼ା: ସାତଦେବା ଦେବୀଙ୍କୁ ସାଥିରେ ଧରି ଭଉଁରୀ ଖେଳିଲେ ମା' ସାଆନ୍ତାଣି

ବାଣପୁର: ଲୀଳାମୟୀ ଠାକୁରାଣି। ମାନବୀୟ ଲୀଳାର ପ୍ରତୀକ ପ୍ରତିଟି ପର୍ବକୁ ନିଜଇଚ୍ଛାରେ ଲୀଳାଖେଳା କରନ୍ତି ମା’। କେତେବେଳେ ଶୋଲରୀ ପାହାଡ଼ ଚଢ଼ି ଭଉଣୀ ଘରକୁ ଯାଇ ପଣାଯାତ୍ରା କରନ୍ତିତ କେତେବେଳେ ଶାଳିଆ ନଦୀରେ ପଶି ପଦଧୌତ କରି ଅଶୋକା ଯାତ୍ରା ପାଳନ୍ତି। କେତେବେଳେ ଭାଦ୍ରବର ଝିପିଝିପି ବର୍ଷାରେ ଭିଜି ଭିଜି ଚ଼ିଲିକାର ନୀଳ ଜଳରାଶିରେ ନୌବିହାର କରନ୍ତି ତ ପୁଣି ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ର ତାପରେ ସନ୍ତାପିତ ଶରୀରକୁ ଚନ୍ଦନ ଲେପନ ସହିତ ସାଂଧ୍ୟକାଳରେ ରଘୁନାଥ ସାଗରରେ ସୁସଜ୍ଜିତ ଚାପରେ ସାତଦେବାଦେବୀଙ୍କୁ ସାଥିରେ ନେଇ ଜଳକ୍ରୀଡ଼ା କରନ୍ତି।

ମା’ଙ୍କ ପୀଠର ଏଭଳି ବିଚିତ୍ର ପ୍ରାଚୀନ ପରମ୍ପରା ସମଗ୍ର ଉତ୍କଳରେ ନିଆରା କହିଲେ ଅତ୍ୟୁକ୍ତି ହେବନାହିଁ। ଜ୍ୟେଷ୍ଠ କୃଷ୍ଣ ଷଷ୍ଠୀରୁ ଆରମ୍ଭ ପ୍ରସିଦ୍ଧ ଉଉଁରୀ ଯାତ୍ରାର ଗତକାଲିଥିଲା ଦ୍ୱିତୀୟ ଦିବସ। ରଘୁନାଥ ସାଗରର ସୁଲୁସୁଲିଆସାଂଧ୍ୟପବନ ମା’ଙ୍କ ଶ୍ରୀଅଙ୍ଗକୁ ଯେତିକିଶୀତଳ ପ୍ରଦାନ କରୁଥିଲା ଅଗଣିତ ଶ୍ରଦ୍ଧାଳୁଙ୍କ ମା ଭଗବତୀଙ୍କ ଜୟଜୟକାର ଧ୍ୱନୀରେ ସାଗରର ତଟଦେଶ ଏକଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଥିଲା। ଚାପରେ ଜଗତ ଜନନୀ ମା’ ଭଗବତୀ ଦୁର୍ଗାଙ୍କ ସହିତ ମଧୁସୂଦନ ଶ୍ରୀଗୋପୀନାଥ ମାଧବ ଏହିପରି ଦୁର୍ଗାମାଧବଙ୍କୁ ଏକତ୍ର ଦର୍ଶନ କଲେ ପୁର୍ନଜନ୍ମ ହୁଏ ନାହିଁ ବୋଲି ସ୍ଥାନୀୟ ଅଞ୍ଚଳରେ ବିଶ୍ୱାସ ଅଛି। ସୁନ୍ଦର ପାଟପତନି ପରିଧାନ ସହିତ, ମନ୍ଦାର ବେଲପତ୍ର, ମଲ୍ଲୀ , ଚମ୍ପା, ପଦ୍ମ, ନାଗେଶ୍ଵର ସୁଗନ୍ଦରାଜ ,ରାଜନୀଗନ୍ଧା ର ପୁଷ୍ପମାଳଗୋଭାରେ ନାଇ ତିନି ବ୍ରାହ୍ମଣ ଶାସନର ବାଜାରୋଷଣି ଥାଟପଟୁଆର , ଛତ୍ର ତରାଶ, ଘଣ୍ଟ ଘଣ୍ଟା କାହାଳୀ ବାଦନର ତାଳେ ତାଳେ ଝୁଲି ଝୁଲି ଅପୂର୍ବ ଠାଣିରେ ସଂଧ୍ୟାରେ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରୁ ବିଜେ କରିଥିଲେ ମା’ସ୍ତମ୍ଵେଶ୍ଵରୀ କାଠି ଠାକୁରାଣି। ସାଥିରେ ଥିଲେ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଦେବ, ଗୋପୀନାଥଦେବ, ଶ୍ରୀରଙ୍କନାଥ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀଶ୍ରୀମଦନମୋହନ ଦେବ।

ବଜାର ପରିକ୍ରମା ପରେ ଗୋପାଳପୁର ଶାସନର ଆରାଧ୍ଯ ଠାକୁର ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵରଦେବ ଅଧା ବାଟକୁ ଆସି ମା’ଙ୍କୁ ଯୋଡ଼ି ମଶାଲ ସହିତ ପୁଷ୍ପଚନ୍ଦନରେ ବନ୍ଦାପନା କରି ସସମ୍ମାନେ ଚନ୍ଦନ ଚକଡ଼ାକୁ ନିମନ୍ତ୍ରିତ କରି ନେଇଥିଲେ। ସେଠାରେ ମା’ ଠାକୁରାଣୀ ପ୍ରଥମେ ଆସନ ଗ୍ରହଣ କରିବାପରେ ଶ୍ରୀ ଶ୍ରୀ ଦକ୍ଷେଶ୍ଵର ଗୋପୀନାଥଦେବ, ଆଠଶାସନର ଆରାଧ୍ୟ ଶ୍ରୀ ଶ୍ରୀରଙ୍କ ନାଥ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀଶ୍ରୀମଦନମୋହନ ଦେବ , ଚନ୍ଦନଯାତ୍ରାର ମୁଖ୍ୟ ଆୟୋଜକ ଗୋପାଳପୁର ଶାସନର ବିଜେ ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵର ଦେବ, କୋଟ ବିଦ୍ୟାଧରପୁରର ଶାସନର ବିଜେ ଶ୍ରୀ ଶ୍ରୀନୀଳକଣ୍ଠେଶ୍ଵର ଦେବ, ପାଟପୁର ଶାସନର ବିଜେ ଶ୍ରୀ ଶ୍ରୀ କପିଳେଶ୍ଵର ଦେବ,ମା’କନକଦୁର୍ଗା ଓ ଶ୍ରୀ ଶ୍ରୀ ଗୋପୀନାଥଦେବ ଆସ୍ଥାନ ଗ୍ରହଣ କରିବା ପରେ ଦେବା ଦେବୀଙ୍କୁ ଆସନ ପୁଷ୍ପ ଚନ୍ଦନ ଦୀପ ଧୂପ ଏବଂ ଶୀତଳ ମଣୋହୀରେ ପଞ୍ଚପୋଚାରରେ ପୂଜାର୍ଚ୍ଚନା ପରେ ସୁସଜ୍ଜିତ ଚାପରେ ବିଜେ କରାଯାଇଥିଲା।

ମଧ୍ୟରାତ୍ର ପର୍ଯ୍ୟନ୍ତ ଅଗଣିତ ଶ୍ରଦ୍ଧାଳୁ ମା’ଙ୍କ ଏହି ମନୋମୁଗ୍ଧକର ଯାତ୍ରା ପରିଦର୍ଶନ କରିବା ସହିତ ଗ୍ରାମବାସୀଙ୍କ ସହଯୋଗରେ ମଞ୍ଚସ୍ଥ ଆଧ୍ୟାତ୍ମିକ “ରାମନାଟକ” “ଉପଭୋଗ କରୁଥିଲେ। ମନ୍ଦିର ପରିଚାଳନା କମିଟି, ସ୍ଥାନୀୟ ଦେବୋତ୍ତର କାର୍ଯ୍ୟାଳୟ, ତିନି ଶାସନ ନିବାସୀ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ,ସ୍ଥାନୀୟ ଥାନାଧିକାରୀ ଜୟପ୍ରକାଶପରୀଡ଼ାଙ୍କ ପ୍ରତ୍ୟକ୍ଷ ସହଯୋଗରେ ଏହି ଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଥିଲା।

ଚାପ କ୍ରୀଡ଼ା ବାଣପୁର ମା’ ଭଗବତୀ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.