Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା – ବାଲୁଗାଁ ରୋଟାରୀ କ୍ଲବ ପରିଦର୍ଶନରେ ରୋଟାରୀ ଗଭର୍ଣ୍ଣର
ଆଜିର ଖବର

ଚିଲିକା – ବାଲୁଗାଁ ରୋଟାରୀ କ୍ଲବ ପରିଦର୍ଶନରେ ରୋଟାରୀ ଗଭର୍ଣ୍ଣର

May 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଚିଲିକା ରୋଟାରୀ କ୍ଲବରେ ଆନୁଷ୍ଠାନିକ ରୋଟାରୀ ଗଭର୍ଣ୍ଣରଙ୍କ ପରିଦର୍ଶନ ଆଜି ସ୍ଥାନୀୟ ଦିଗନ୍ତିକା ହୋଟେଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ରୋଟାରୀ ସଭାପତି ରୋଟାରୀଆନ ଗଜେନ୍ଦ୍ର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ରୋଟାରୀ ପ୍ରାନ୍ତପାଳ ରୋଟାରୀଆନ ମନୋଜ କୁମାର ତ୍ରିପାଠୀ ଓ ସହ -ପ୍ରାନ୍ତପାଳ ନନ୍ଦକିଶୋର ମିଶ୍ର ପ୍ରଥମେ ଶ୍ରୀ ଜଗନ୍ନାଥ ଓ ରୋଟାରୀ ସଂସ୍ଥାପକ ପଲ ହରିଶଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଭାପତିଙ୍କ ନିର୍ଦ୍ଦେଶରେ ଜାତୀୟ ସଂଗୀତ ଗାନ କରାଯାଇଥିଲା l ସଭାପତି ଗଜେନ୍ଦ୍ର ସେଠି ସ୍ୱାଗତ ଭାଷଣ ଦେବା ପରେ ସମ୍ପାଦକ ରୋଟାରୀଆନ ଯଦୁମଣି ତରାଇ ବାର୍ଷିକ ପ୍ରକଳ୍ପ ବିବରଣୀ ଉପସ୍ଥାପନ କରିଥିଲେ l

ଏହାପରେ ସହ ପ୍ରାନ୍ତପାଳ ନନ୍ଦକିଶୋର ମିଶ୍ର ଅନ୍ତର୍ଜାତୀୟ ରୋଟାରୀ କ୍ଲବରେ ନିଜର ଅଭିଜ୍ଞତା ଉପସ୍ଥାପନ କରିବା ପରେ ରୋଟାରୀ ପ୍ରାନ୍ତପାଳ ମନୋଜ କୁମାର ତ୍ରିପାଠୀ ଓ ରୋଟାରୀ ଜିଲ୍ଲାର ପ୍ରଥମ ମହିଳା ମଧୁସ୍ମିତା ତ୍ରିପାଠୀ ବାଲୁଗାଁ ରୋଟାରୀ କ୍ଲବର ବିଭିନ୍ନ ଜନହିତକର ପ୍ରକଳ୍ପର ଭୁୟସୀ ପ୍ରଶଂସା କରିବା ପରେ ରୋଟାରୀ ପାଇଁ ଅଧିକ ଉତ୍ସର୍ଗୀକୃତ ହେବା ପାଇଁ ଆହ୍ୱାନ ଦେଇଥିଲେ l ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ବରିଷ୍ଠ ରୋଟାରୀଆନ ଜାନକୀ ବଲ୍ଲଭ ପଟ୍ଟନାୟକ l

ଏହି ଅବସରରେ ବାଣପୁର ବ୍ଲକର ମାଟ୍ରିକ ଟପର ସୁଶ୍ରୀ ରୁପା ସେଣ ଓ ଚିଲିକା ବ୍ଲକର ମାଟ୍ରିକ ଟପର ଶୁଭ ଲଷ୍ମୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିସହ ଆଗାମୀ ରୋଟାରୀ ବର୍ଷର ସଭାପତି ଯଦୁମଣି ତରାଇ ଓ ଦ୍ୱାରିକାନାଥ ନନ୍ଦ, ସମ୍ପାଦକ ପିୟୁଷ ହରିଚନ୍ଦନ ଓ ସୁରେଶ ମହାପାତ୍ର ଓ କ୍ଲବ ର ପ୍ରଥମ ମହିଳା ପ୍ରତିମା ସେଠିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିସହ ପଲ ହରିଶ ଫାଉଣ୍ଡେସନ ପାଇଁ ମନୋନୀତ ହୋଇଥିବା ରୋଟାରୀଆନମାନଙ୍କୁ ଅତିଥି ମଧୁସ୍ମିତା ତ୍ରିପାଠୀ ସମ୍ବର୍ଦ୍ଧିତ କରିଥିଲେ l ଖୋର୍ଦ୍ଧା ଓ ଜଟଣୀ ରୋଟାରୀ କ୍ଲବର ଆସିଷ୍ଟାଣ୍ଟ ଗଭର୍ଣ୍ଣର ଡକ୍ଟର କୈଳାସ ଚନ୍ଦ୍ର ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ।

ବରିଷ୍ଠ ରୋଟାରୀଆନ ତଥା ସୁନାମଧନ୍ୟ ଚିକିତ୍ସକ ଡକ୍ଟର ସୁରେନ୍ଦ୍ରନାଥ ଦାସ, l କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପ୍ରାକ୍ତନ ସଭାପତି ସତ୍ୟନ୍ଦ୍ର ସ୍ୱାଇଁ, ନମିତା ଝା, ସତ୍ୟନାରାୟଣ ମହାପାତ୍ର, ସବିତା ପାତ୍ର, ଶ୍ରୀକାନ୍ତ ପାଇକରାୟ ପଞ୍ଚାନନ ଜେନ, ପଞ୍ଚାନନ ପ୍ରଧାନ,ଆଲୋକ କୁମାର ପାଟଶାଣୀ, ସତ୍ୟନାରାୟଣ ଜେନା, ଉଷାରାଣୀ ମିଶ୍ର,ତ୍ରିଲୋଚନ ବାରିକ ନାମ ପ୍ରମୁଖ ରୋଟାରୀଆନ ବୃନ୍ଦ ।

ଚିଲିକା-ବାଲୁଗାଁ ରୋଟାରୀ କ୍ଲବ
Share. Facebook Twitter LinkedIn Email WhatsApp Copy Link

Related Posts

ବିସ୍ତୃତ ରାଶିଫଳ: ଜୁନ ୨୨ ତାରିଖ ସାତୋଟି ରାଶିର ଲୋକେ ହେବେ ଲକ୍ଷପତି

June 22, 2026

ଛାତ୍ରୀ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡ ଗିରଫ

June 21, 2026

ମା’ ମଣିନାଗଙ୍କ ପଞ୍ଚଦିନାତ୍ମକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

June 21, 2026

ସାମୂହିକ ଯୋଗ କାର୍ଯ୍ୟକ୍ରମରେ ଯୋଗଦେଲେ ଅଶ୍ୱିନୀ ବୈଷ୍ଣବ ଓ ଅର୍ଜୁନ ରାମ ମେଘୱାଲ

June 21, 2026
Latest News

ପୁଣି କଂଗ୍ରେସର ମତଠାରୁ ଭିନ୍ନ!: ଜମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ବିବୃତ୍ତି ଦେଲେ ଶଶି ଥରୁର

June 22, 2026

ବିସ୍ତୃତ ରାଶିଫଳ: ଜୁନ ୨୨ ତାରିଖ ସାତୋଟି ରାଶିର ଲୋକେ ହେବେ ଲକ୍ଷପତି

June 22, 2026

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026

ଛାତ୍ରୀ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡ ଗିରଫ

June 21, 2026

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.