Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ ଇନୋଭେଟସର ‘ଇଣ୍ଡଷ୍ଟ୍ରି ଲିଡର୍ସ ରାଉଣ୍ଡଟେବୁଲ’ରେ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତା
ଆଜିର ଖବର

ଭାରତ ଇନୋଭେଟସର ‘ଇଣ୍ଡଷ୍ଟ୍ରି ଲିଡର୍ସ ରାଉଣ୍ଡଟେବୁଲ’ରେ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତା

May 14, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତ ଇନୋଭେଟସ ୨୦୨୬ ଅନ୍ତର୍ଗତ ‘ଇଣ୍ଡଷ୍ଟ୍ରି ଲିଡର୍ସ ରାଉଣ୍ଡଟେବୁଲ’ରେ ଅଧ୍ୟକ୍ଷତା କରିଛନ୍ତି । ଏହି ଅବସରରେ ସେ ବିଶ୍ୱର ଶିଳ୍ପ ନେତୃବୃନ୍ଦ ଏବଂ ପ୍ରତିଷ୍ଠିତ ସଂସ୍ଥାଗତ ସହଯୋଗୀମାନଙ୍କ ସହ ଭାରତର ଡିପ-ଟେକ୍ ଏବଂ ଗବେଷଣାଭିତ୍ତିକ ଅଭିନବ ଚିନ୍ତାଧାରାକୁ ସୁଦୃଢ଼ କରିବା ନେଇ ବିସ୍ତୃତ ଆଲୋଚନା କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ଇନୋଭେସନ ଇକୋସିଷ୍ଟମ ଆଜି ଆଇଆଇଟି, ଆଇଆଇଏସସି ଭଳି ପ୍ରତିଷ୍ଠିତ ଅନୁଷ୍ଠାନ ସମେତ ଦେଶର ଟାୟାର-୨ ଏବଂ ଟାୟାର-୩ ସହରର ପ୍ରତିଭାବାନ ଶକ୍ତିମାନଙ୍କ ଦ୍ୱାରା ପରିଚାଳିତ । ଏଆଇ, ସେମିକଣ୍ଡକ୍ଟର, କ୍ଲାଇମେଟ୍-ଟେକ୍, ମୋବିଲିଟି, ହେଲ୍‌ଥ-ଟେକ୍ ଏବଂ ଆଡଭାନ୍ସଡ୍ ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ ଏହି ପ୍ରତିଭାମାନେ ବିଶ୍ୱସ୍ତରୀୟ ସମାଧାନ ପ୍ରସ୍ତୁତ କରୁଛନ୍ତି ।
ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନଙ୍କ ମନ୍ତବ୍ୟକୁ ଉଦ୍ଧୃତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ବର୍ତ୍ତମାନ ପ୍ରଶ୍ନ ଭାରତ ଇନୋଭେସନ କରୁଛି କି ନାହିଁ ତାହା ନୁହେଁ, ବରଂ “ଭାରତ ସହିତ କିଏ ଇନୋଭେସନ କରିବ” ତାହା ଗୁରୁତ୍ୱପୂର୍ଣ୍ଣ । ଏହି ଦିଗରେ ଫ୍ରାନ୍ସ ଭାରତର ଏକ ପ୍ରମୁଖ ସହଭାଗୀ ଭାବେ ଉଭା ହୋଇଛି । ୨୦୨୬ ପ୍ରାରମ୍ଭରେ ସ୍ୱାକ୍ଷରିତ ହୋଇଥିବା ‘ଭାରତ-ଇୟୁ ମୁକ୍ତ ବାଣିଜ୍ୟ ଚୁକ୍ତି’କୁ ଶ୍ରୀ ପ୍ରଧାନ “ସମସ୍ତ ଚୁକ୍ତିର ଜନନୀ” ଭାବେ ବର୍ଣ୍ଣନା କରିଛନ୍ତି । ଏହା ବିଶ୍ୱ ଜିଡିପିର ଏକ ଚତୁର୍ଥାଂଶ ଏବଂ ପ୍ରାୟ ୨୦୦ କୋଟି ଜନସଂଖ୍ୟାକୁ ସଂଯୋଗ କରୁଥିବା ଏକ ପରିବର୍ତ୍ତନକାରୀ ଆର୍ଥିକ ସହଯୋଗୀ ଭାବେ ସେ ଅଭିହିତ କରିଛନ୍ତି । ତେବେ ଆଗାମୀ ଦିନରେ ଫ୍ରାନ୍ସର ନିସ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଅଧିବେଶନ ଭାରତୀୟ ଷ୍ଟାର୍ଟଅପ୍, ବିଶ୍ୱସ୍ତରୀୟ ପୁଞ୍ଜିନିବେଶକ ଏବଂ ଗବେଷଣା ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଏକ ପ୍ରମୁଖ ଆନ୍ତର୍ଜାତୀୟ ପ୍ଲାଟଫର୍ମ ସାଜିବ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଭାରତ ଆଜି ବିଶ୍ୱର ଏକ ବିଶ୍ୱସ୍ତ ପ୍ରଯୁକ୍ତି ସହଭାଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିଛି । ‘ବିକଶିତ ଭାରତ’ ଆଡ଼କୁ ଅଗ୍ରସର ହେବା ସହ ଭାରତ ସମଗ୍ର ବିଶ୍ୱ ପାଇଁ ସମାଧାନ ସହ-ନିର୍ମାଣ କରିବାରେ ବିଶ୍ୱାସ କରେ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

Dharamendr Pradhan environment Industry leaders Roudtable
Share. Facebook Twitter LinkedIn Email WhatsApp Copy Link

Related Posts

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026
Latest News

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ଆତ୍ମସମର୍ପଣ କଲା ହମାସ, ଗାଜାରୁ ବାହାରିବ ଇସ୍ରାଏଲୀ ସେନା

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.