ଆନ୍ଧ୍ରପ୍ରଦେଶ: ଅଧିକ ସନ୍ତାନ ଜନ୍ମ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ଆନ୍ଧ୍ର ସରକାର । ଶ୍ରୀକାକୁଲମରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏନେଇ ଏକ ବଡ ଘୋଷଣା କରିଛନ୍ତି । ତୃତୀୟ ସନ୍ତାନ ପାଇଁ ୩୦୦୦୦, ଚତୁର୍ଥ ସନ୍ତାନ ୪୦ ହଜାର ପ୍ରୋତ୍ସାହନ ରାଶି ଘୋଷଣା ହୋଇଛି । ଏନେଇ ଖୁବ ଶୀଘ୍ର ମାର୍ଗଦର୍ଶିକା ଅଣାଯିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ନାଇଡୁ । ପୂର୍ବରୁ ଦ୍ଵିତୀୟ ସନ୍ତାନ ଜନ୍ମରେ ୨୫୦୦୦ ଟଙ୍କା ସହାୟତା ମିଳୁଥିଲା ।


