ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଏସପି ଶୁଭେନ୍ଦୁ ପାତ୍ରଙ୍କୁ ବଦଳି କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଆଦେଶ ଅନୁସାରେ ନୂତନ ଗଞ୍ଜାମ ଏସପି ଭାବେ ହରିଶ ବି.ସିଙ୍କୁ ନିଯୁକ୍ତି ଦିଆଯାଇଛି।
ନୂତନ ଏସପି ଭାବେ ହରିଶ ବି.ସି ଦାୟିତ୍ୱ ଗ୍ରହଣ କରିଥିବା ସୂଚନା ମିଳିଛି। ଜିଲ୍ଲାରେ ଆଇନ ଶୃଙ୍ଖଳା ସୁଧାର ଏବଂ ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ଏସ ପି ଶ୍ରୀ ହରିଶଙ୍କୁ ଦାୟିତ୍ୱ ଭାର ପ୍ରଦାନ କରାଯାଇଛି।


