Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଖ୍ୟାତ ଜାତୀୟତାବାଦୀ ନାଟ୍ୟକାର ପରଶୁରାମ ହରିଚନ୍ଦନଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ
ଆଜିର ଖବର

ପ୍ରଖ୍ୟାତ ଜାତୀୟତାବାଦୀ ନାଟ୍ୟକାର ପରଶୁରାମ ହରିଚନ୍ଦନଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ

May 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଖ୍ୟାତ ଜାତୀୟତାବାଦୀ ନାଟ୍ୟକାର ପରଶୁରାମ ହରିଚନ୍ଦନଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ
ପ୍ରଖ୍ୟାତ ଜାତୀୟତାବାଦୀ ନାଟ୍ୟକାର ପରଶୁରାମ ହରିଚନ୍ଦନଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ

ବାଣପୁର: ବାଣପୁର ମାଟିର ଅନନ୍ୟ ସାରସ୍ଵତ ସାଧକ, ବିଶିଷ୍ଟ ଗାନ୍ଧିବାଦୀ, ଅଗ୍ରଗଣ୍ୟ ସମାଜସେବୀ, ସୁନାମଧନ୍ୟ ନାଟ୍ୟକାର ପରଶୁରାମ ହରିଚନ୍ଦନଙ୍କ ୪୯ତମ ଶ୍ରାଦ୍ଧୋତ୍ସବ ଜନ୍ମମାଟି ଗମ୍ଭାରୀମୁଣ୍ଡା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ପରଶୁରାମ ହରିଚନ୍ଦନ ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ଏବଂ ଚ଼ିଲିକା ସାହିତ୍ୟ ସମାଜର ପୂର୍ଣ୍ଣ ସହଯୋଗରେ ଆୟୋଜିତ ଏହି ଉତ୍ସବରେ ବର୍ଷିୟାନ୍ ଶିକ୍ଷାବିତ ଗୋଲକବିହାରୀ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ଓଡ଼ିଶାର ପ୍ରଖ୍ୟାତ ନାଟ୍ୟକାର, ଉତ୍କଳ ବିଶ୍ଵବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପୂର୍ବତନ ପ୍ରମୁଖ ପ୍ରଫେସର୍ ଡ଼ଃ ବିଜୟ କୁମାର ଶତପଥୀ ମୁଖ୍ୟ ଅତିଥି, “ବିଶ୍ୱମୁକ୍ତି “ସାହିତ୍ୟ ପତ୍ରିକାର ସଂପାଦକ କବି ପ୍ରଫେସର ଶଶାଙ୍କ ଚୂଡାମଣି ବିଶିଷ୍ଠ ଅତିଥି, ନାଚୁଣୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ପ୍ରମୁଖ ଗବେଷକ ଡକ୍ଟର ସତ୍ୟ ଷଡ଼ଙ୍ଗୀ ମୁଖ୍ୟବକ୍ତା, ପରଶୁରାମ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରେମରାଜ ପ୍ରଧାନ, ଓଡ଼ିଶା ସାହିତ୍ୟ ଏକାଡ଼େମୀର ସହ ସଚ଼ିବ ସଞ୍ଜୟ କୁମାର ଛୁଆଳ ସିଂ, ଚିଲିକା ମଣ୍ଡଳର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ ଓ ଚ଼ିଲିକା ସାହିତ୍ୟ ସମାଜର ସଭାପତି କବି ବାଳ ମୁକୁନ୍ଦ ଦାସ ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇ ନାଟ୍ୟକାର ପରଶୁରାମ ହରିଚନ୍ଦନଙ୍କ ସାରସ୍ଵତ ସାଧନା, ଓ ସମାଜସେବାସଂପର୍କରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ତାଙ୍କ ରଚିତ ବିପ୍ଳବୀ କୃତ୍ତିବାସ, ଛିନ୍ନାଙ୍ଗୀ, ଅଭିଶପ୍ତ ଦୁର୍ଗ ଏବଂ କପିଳେନ୍ଦ୍ର ଦେବ ପରି ଜାତୀୟତାବାଦୀ ନାଟକ ପରାଧୀନ ଭାରତବର୍ଷର ଯୁବ ବର୍ଗଙ୍କୁ କିପରି ଫିରିଙ୍ଗି ବିରୁଦ୍ଧରେ ଲଢ଼େଇ କରି ଭାରତ ମାତା କୁ ସ୍ଵାଧୀନ କରିବା ନିମନ୍ତେ ସ୍ଵାଧୀନତା ଆନ୍ଦୋଳନରେ ଯୋଗଦାନ କରିବାକୁ ଅସୀମ ପ୍ରେରଣା ଯୋଗାଇ ଦେଇଥିଲା ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ମନ୍ତବ୍ୟ ପ୍ରଦାନ କରି ଓଡ଼ିଆ ଭାଷା ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଥିବା ତାଙ୍କ ରଚ଼ିତ କାଳଜୟୀ ଏହିସବୁ ନାଟକ ଯୁଗଯୁଗ ଧରି ଏ ଜାତିକୁ ମୁକ୍ତିର ମାର୍ଗପ୍ରଦର୍ଶନ କରୁଥିବ ବୋଲି ପ୍ରକାଶ କରି ତାଙ୍କ ସ୍ମୃତି ପ୍ରତି ଗଭୀର ଶୁଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସତ୍ୟବାଦୀ ଓଡ଼ିଆ ଭାଷା ସାହିତ୍ୟ ବିଶ୍ଵବିଦ୍ୟାଳୟର ଅଧ୍ୟାପିକା ଡଃ ସର୍ମିଷ୍ଠା ମହାପାତ୍ର ଏହି ସଭାକୁ ସଂଯୋଜନା କରିଥିବା ବେଳେ ପୂର୍ବତନ ବିଧାୟକ ଡ଼ା. ବିଭୂତି ଭୂଷଣ ହରିଚନ୍ଦନ, ସାହିତ୍ୟ ପ୍ରାଣ ସମାଜସେବୀ ଦୁଷ୍ମନ୍ତ କୁମାର ହରିଚ଼ନ୍ଦନ, ଶିକ୍ଷାବିତ୍ ଦୁର୍ଗାପ୍ରସାଦ ମହାରଣା, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ନାଟ୍ୟ ଗୌରବ ମହେଶ୍ୱର ଜେନା, ଶିକ୍ଷାବିତ୍ ଗଙ୍ଗାଧର ପ୍ରଧାନ, ଶିଶିର କୁମାର ଦାସ, ରଙ୍କ ନାଥସେଠୀ, ଗୋଲକବିହାରୀ ପରୀଡ଼ା, ରବୀନ୍ଦ୍ରନାଥ ମାନସିଂ, ବୈରାଗୀ ଚରଣ ବଳ, ସଂଧ୍ୟାଦେବୀ, ବିଷ୍ଣୁପ୍ରିୟା ବାରିକ, କୈଳାସ ଚନ୍ଦ୍ର ସାମନ୍ତସିଂହାର, ନାରାୟଣ ପାଲଟାସିଂ, ବାମନଚରଣ ଦାସ, ଭଗବାନ ପ୍ରଧାନ, ବ୍ରଜକିଶୋର ମହାପାତ୍ର, ପରଶୁରାମ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ କର୍ମଚାରୀ, ପତିତ ପାବନ ବାଣୀ ମନ୍ଦିରର ଶିକ୍ଷକ ଶିକ୍ଷୟିତ୍ରୀ, ସ୍ମୃତି କମିଟିର ସମସ୍ତସଭ୍ୟ ଏବଂ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବି ଉପସ୍ଥିତ ରହି ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଅବସରରେ ହରିଚନ୍ଦନଙ୍କ ସ୍ମୃତିରେ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ପତ୍ରିକା ବିଶ୍ୱମୁକ୍ତିର ଏକ ସ୍ଵତନ୍ତ୍ର ସଂଖ୍ୟା ଲୋକାର୍ପିତ ହୋଇଥିଲା। ସ୍ମୃତି କମିଟିର ସଂପାଦକ ବିଶିଷ୍ଠ ନାଟ୍ୟକାର ଡ଼ା. ସୁରେନ୍ଦ୍ର ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଗାୟକ କଳାକାର ଚିରଞ୍ଚିପରୀଡ଼ା ଓ ସାଥୀ ଭଜନ ପରିବେଷଣ କରିଥିଲେ। ଶେଷରେ ପରଶୁରାମ ମହାବିଦ୍ୟାଳୟର କୃତ୍ତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଗମ୍ଭରୀମୁଣ୍ଡା ପରଶୁରାମ ହରିଚନ୍ଦନ ଶ୍ରଦ୍ଧାଞ୍ଜଳି
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.