ଭୁବନେଶ୍ବର : ବାରଙ୍ଗ ଥାନା ଆଇଆଇସି ନିରଞ୍ଜନ ବେହେରାଙ୍କୁ ବଦଳି କରାଯାଇଛି । ନିରଞ୍ଜନ ବେହେରାଙ୍କୁ କଟକ ଡ଼ିସିପି ଅଫିସକୁ ବଦଳି କରାଯାଇଛି । ପୁରୀଘାଟ ଥାନା ଅଧିକାରୀ ବିଶ୍ଵରଞ୍ଜନ ନାୟକଙ୍କୁ ବାରଙ୍ଗ ଆଇଆଇସି ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି । ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ଗ୍ରାମବାସୀ ରାସ୍ତାରୋକ କରିବା ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି ।


