Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ଏସଆଇଆର ଅଭିଯାନରେ ୪୩.୪୭ ପ୍ରତିଶତ ପରିଗଣନା ଫର୍ମ ବଣ୍ଟନ ଶେଷ
ଆଜିର ଖବର

ଓଡ଼ିଶାରେ ଏସଆଇଆର ଅଭିଯାନରେ ୪୩.୪୭ ପ୍ରତିଶତ ପରିଗଣନା ଫର୍ମ ବଣ୍ଟନ ଶେଷ

June 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏସଆଇଆର
ରାଜ୍ୟରେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲା ଏସଆଇଆର

ଭୁବନେଶ୍ଵର: ରାଜ୍ୟରେ ମତଦାତା ସୂଚୀକୁ ଅଧିକ ସ୍ୱଚ୍ଛ, ସଂଶୋଧିତ ଓ ତ୍ରୁଟିଶୂନ୍ୟ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଥିବା ‘ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ’ (ଏସଆଇଆର) ସଫଳତାର ସହ ସାତ ଦିନରେ ପହଞ୍ଚିଛି। ଗତ ଛଅ ଦିନର ବ୍ୟାପକ ସଫଳତା ପରେ ଆଜି ମଧ୍ୟ ରାଜ୍ୟର କୋଣ-ଅନୁକୋଣରେ ଭୋଟରମାନଙ୍କ ମଧ୍ୟରେ ଏହି ଅଭିଯାନକୁ ନେଇ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ରାଜ୍ୟର ସମୁଦାୟ ୧କୋଟି ୪୫ଲକ୍ଷ ୧୫ହଜାର ୨୧୨ଜଣ ଅର୍ଥାତ ମୋଟ ଭୋଟର ର ୪୩.୪୭ ପ୍ରତିଶତ ଭୋଟରଙ୍କୁ ସଫଳତାର ସହ ପରିଗଣନା ଫର୍ମ ବଣ୍ଟନ କରାଯାଇ ସାରିଛି।

ଆସନ୍ତା ୨୮ ଜୁନ ୨୦୨୬ ର ସମୟସୀମା ପୂର୍ବରୁ ହିଁ ଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ସଫଳତାର ସହ ଶେଷ ହେବାକୁ ଯାଉଛି।

ଗତ ମେ ୩୦ ରେ SIR ନିର୍ଦ୍ଦେଶନାମା ଜାରି ହେବାର ପ୍ରଥମ ୦୭ ଦିନ ମଧ୍ୟରେ ରାଜ୍ୟରେ ସମୁଦାୟ ୩କୋଟି ୩୩ ଲକ୍ଷ ୯୯ହଜାର ୫୯୧ ଜଣମତଦାତାଙ୍କ ମଧ୍ୟରୁ ୧ କୋଟି ୪୫ଲକ୍ଷ ୧୮ହଜାର ୨୧୨ଜଣଙ୍କର ଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ହୋଇସାରିଛି, ଯାହାକି ମୋଟ ସଂଖ୍ୟାର ପ୍ରାୟ ୪୩.୪୭ ପ୍ରତିଶତ।

ଆସନ୍ତା ଜୁନ ୨୮ ତାରିଖ ପୂର୍ବରୁ ବାକି ଥିବା ଫର୍ମ ଓ ଦସ୍ତାବିଜ ବଣ୍ଟନ ଓ ସଂଗ୍ରହ କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି।

ଏହି ସ୍ବତନ୍ତ୍ର ଅଭିଯାନକୁ ଶତପ୍ରତିଶତ ସଫଳ କରିବା ପାଇଁ ସାରା ରାଜ୍ୟରେ ୪୫,୨୫୫ ଜଣ ବୁଥସ୍ତରୀୟ ଅଧିକାରୀ (ବିଏଲ୍ଓ) ନିୟୋଜିତ ହୋଇଛନ୍ତି। ବିଏଲ୍ଓମାନେ ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ତଥା ଦୁର୍ଗମ ଅଞ୍ଚଳ ସମେତ ସହର ଓ ଗ୍ରାମାଞ୍ଚଳର ପ୍ରତିଟି ଘରକୁ ଯାଇ ପରିଗଣନା ଫର୍ମ ବଣ୍ଟନ ସହ ତଥ୍ୟ ସଂଗ୍ରହ କାର୍ଯ୍ୟ ଜାରି ରଖିଛନ୍ତି।

ଘରକୁ ଘର ପରିଗଣନା ସମୟରେ ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ଲେଖାଏଁ ପୂର୍ବମୁଦ୍ରିତ ପରିଗଣନା ଫର୍ମ (ସଂଲଗ୍ନ-III) ଯୋଗାଇ ଦିଆଯାଉଛି। ଭୋଟରମାନେ ଫର୍ମ ପୂରଣ କରିବା ପରେ ବିଏଲ୍ଓ ଗୋଟିଏ ନକଲ ନିଜ ପାଖରେ ରଖୁଛନ୍ତି ଏବଂ ଦ୍ଵିତୀୟ ନକଲରେ ନିଜ ଦସ୍ତଖତ କରି ଭୋଟରଙ୍କୁ ରସିଦ ବା ସ୍ବୀକୃତି ପତ୍ର ଭାବେ ଫେରସ୍ତ କରୁଛନ୍ତି। ଏହି ସ୍ୱୀକୃତି ପତ୍ରକୁ ଭୋଟରମାନେ ଭବିଷ୍ୟତ ପାଇଁ ସାଇତି ରଖିବାକୁ କୁହାଯାଇଛି।

ଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କୁ ଅଧିକ ସଫଳ ଏବଂ ସୁଦୂରପ୍ରସାରୀ କରିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସକ୍ରିୟ ହୋଇଉଠିଛି। ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚିବା ପାଇଁ ଏକ ବ୍ୟାପକ ଜନ-ସଚେତନତା ଅଭିଯାନ ଆରମ୍ଭ କରାଯାଉଛି।

ନାଗରିକମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ସଚେତନତା ରଥ ଗାଁ କୁ ଗାଁ ବୁଲି ସଚେତନ କରିବା ସହିତ

ସହରଗୁଡ଼ିକରେ ମାଇକ୍ ପ୍ରଚାର, ହୋର୍ଡିଂ, ଏଲ୍.ଇ.ଡି ସ୍କ୍ରିନ୍ ଏବଂ ସୋସିଆଲ୍ ମିଡିଆ ମାଧ୍ୟମରେ ଯୁବପିଢ଼ିଙ୍କୁ ସାମିଲ କରାଯାଉଛି।

ଏହି ପରିଗଣନା ପ୍ରକ୍ରିୟାକୁ ସହଜ କରିବା ପାଇଁ ଭୋଟରମାନଙ୍କଠାରୁ କୌଣସି ପ୍ରକାରର ଅତିରିକ୍ତ ଦସ୍ତାବିଜ ବା ଡକ୍ୟୁମେଣ୍ଟ ସଂଗ୍ରହ କରାଯାଉ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାବ୍ୟତୀତ ଭୋଟରମାନେ ଚାହିଁଲେ ନିର୍ବାଚନ କମିଶନଙ୍କ ସରକାରୀ ୱେବସାଇଟ୍ (voters.eci.gov.in) ରୁ ଏହି ଫର୍ମ ଡାଉନଲୋଡ୍ କରି, ତଥ୍ୟ ପୂରଣ କରି ନିଜେ ମଧ୍ୟ ଅପଲୋଡ୍ କରିପାରିବେ।

ଅଭିଯାନକୁ ସମନ୍ୱିତ ଏବଂ ସ୍ୱଚ୍ଛ କରିବା ଦିଗରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିଯୁକ୍ତ ୩୩,୦୨୬ ଜଣ ବୁଥସ୍ତରୀୟ ଏଜେଣ୍ଟ (ବିଏଲ୍ଏ) ମଧ୍ୟ କ୍ଷେତ୍ର ସ୍ତରରେ ବିଏଲ୍ଓମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ରାଜ୍ୟର କୌଣସି ବି ଯୋଗ୍ୟ ମତଦାତା ଯେପରି ଏହି ପ୍ରକ୍ରିୟାରୁ ବାଦ୍ ନପଡ଼ନ୍ତି, ସେଥିପାଇଁ ନିର୍ବାଚନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି।

Odisha SIR ସ୍ୱତନ୍ତ୍ର ସଘନ ସଂଶୋଧନ
Share. Facebook Twitter LinkedIn Email WhatsApp Copy Link

Related Posts

ବାପ – ଝିଅଙ୍କୁ ଧକ୍କା ଦେଲା ଆମ ବସ

June 27, 2026

ଜୁନ୍ ୨୯ ରେ ରାଜଧାନୀରେ ବିଶାଳ ଶିକ୍ଷକ ସମାବେଶ: ସମନ୍ୱୟ ସମିତିର ସରକାରଙ୍କୁ ଚେତାବନୀ

June 27, 2026

ଭୁବନେଶ୍ୱରରେ ପୁଣି ବ୍ରାଉନସୁଗାର କାରବାରର ପର୍ଦ୍ଦାଫାସ, ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ; ଜଣେ ଗିରଫ

June 27, 2026

ପ୍ରେମ ପ୍ରତ୍ୟାଖ୍ୟାନର ଭୟଙ୍କର ପ୍ରତିଶୋଧ! ଯୁବତୀଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ଜାଳିବା ଉଦ୍ୟମ

June 27, 2026
Latest News

ରାମ ମନ୍ଦିର ମାମଲା: ଏବେ ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ଗୁରୁତର ଅଭିଯୋଗ, ତଦନ୍ତ ଦାବି

June 27, 2026

ବାପ – ଝିଅଙ୍କୁ ଧକ୍କା ଦେଲା ଆମ ବସ

June 27, 2026

ଜୁନ୍ ୨୯ ରେ ରାଜଧାନୀରେ ବିଶାଳ ଶିକ୍ଷକ ସମାବେଶ: ସମନ୍ୱୟ ସମିତିର ସରକାରଙ୍କୁ ଚେତାବନୀ

June 27, 2026

ଭୁବନେଶ୍ୱରରେ ପୁଣି ବ୍ରାଉନସୁଗାର କାରବାରର ପର୍ଦ୍ଦାଫାସ, ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ; ଜଣେ ଗିରଫ

June 27, 2026

ପ୍ରେମ ପ୍ରତ୍ୟାଖ୍ୟାନର ଭୟଙ୍କର ପ୍ରତିଶୋଧ! ଯୁବତୀଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ଜାଳିବା ଉଦ୍ୟମ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.