Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟର ଦ୍ରୁତଗତିରେ ଚାଲିଛି SIR: ମାତ୍ର ୧୦ ଦିନରେ ୨ କୋଟିରୁ ଅଧିକ ଭୋଟରଙ୍କ ପାଖରେ ଫର୍ମ
ଆଜିର ଖବର

ରାଜ୍ୟର ଦ୍ରୁତଗତିରେ ଚାଲିଛି SIR: ମାତ୍ର ୧୦ ଦିନରେ ୨ କୋଟିରୁ ଅଧିକ ଭୋଟରଙ୍କ ପାଖରେ ଫର୍ମ

June 9, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସ୍ୱତନ୍ତ୍ର ସଘନ ସଂଶୋଧନ
SIR drive enters final stage across the state

ଭୁବନେଶ୍ଵର: ରାଜ୍ୟରେ ଚାଲିଥିବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (ଏସ ଆଇ ଆର) ବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏକ ପ୍ରଶଂସନୀୟ ମାଇଲଖୁଣ୍ଟ ହାସଲ କରିଛି। ମାତ୍ର ୧୦ ଦିନର ସ୍ୱଳ୍ପ ଅବଧି ମଧ୍ୟରେ ରାଜ୍ୟର ୨ କୋଟିରୁ ଅଧିକ ଭୋଟରଙ୍କ ପାଖରେ ଫର୍ମ ପହଞ୍ଚାଇବାରେ ନିର୍ବାଚନ ପ୍ରଶାସନ ସଫଳ ହୋଇଛି।

ସୋମବାର ସୁଦ୍ଧା ରାଜ୍ୟର ସମୁଦାୟ ଭୋଟରଙ୍କ ମଧ୍ୟରୁ ୭୫ ପ୍ରତିଶତରୁ ଅଧିକଙ୍କୁ ଏହି ଫର୍ମ ବଣ୍ଟନ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଭୋଟର ସୂଚୀକୁ ଅଧିକ ସ୍ୱଚ୍ଛ, ସତେଜ ଏବଂ ତ୍ରୁଟିଶୂନ୍ୟ କରିବା ପାଇଁ ରାଜ୍ୟବ୍ୟାପୀ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହି ପ୍ରକ୍ରିୟାରେ ବିଏଲ୍ଓ ମାନେ ଘରକୁ ଘର ବୁଲି ଫର୍ମ ସଂଗ୍ରହ ଓ ବଣ୍ଟନ କରୁଛନ୍ତି। ମାତ୍ର ୧୦ ଦିନ ଭିତରେ ୨ କୋଟି ୭୦ଲକ୍ଷ ରୁ ଅଧିକ ଭୋଟରଙ୍କ ନିକଟରେ ପହଞ୍ଚିବା ପ୍ରଶାସନିକ ତତ୍ପରତା ଓ ସମନ୍ୱୟର ଏକ ବଡ଼ ଉଦାହରଣ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ”ଭୋଟରମାନଙ୍କ ମଧ୍ୟରେ ସଚେତନତା ଏବଂ ପ୍ରଶାସନିକ ଦଳର ନିଷ୍ଠା ଯୋଗୁଁ ଏତେ କମ୍ ସମୟ ମଧ୍ୟରେ ଏହି ସଫଳତା ମିଳିଛି। ସମସ୍ତ ଯୋଗ୍ୟ ଭୋଟର ନିଜର ବିଏଲ୍ଓ ଙ୍କ ସହ ତୁରନ୍ତ ଯୋଗାଯୋଗ କରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ ତଥ୍ୟ ସହ ପରିଗଣନା ଫର୍ମ ଦାଖଲ କରି ଏହି ପ୍ରକ୍ରିୟାରେ ନିଜର ନାମ ଅନ୍ତର୍ଭୁକ୍ତ ସୁନିଶ୍ଚିତ କରିବାକୁ କୁହାଯାଇଛି। ଭୋଟର ତାଲିକାରେ ନାମ ସାମିଲ, ସଂଶୋଧନ କିମ୍ବା ଏହି ସମ୍ପର୍କିତ ଯେକୌଣସି ଜନସାଧାରଣ ସୂଚନା ଓ ସହାୟତା ପାଇଁ ନିର୍ବାଚନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ମାଗଣା ହେଲ୍ପଲାଇନ ନମ୍ବର ୧୯୫୦ କୁ କଲ୍ କରି ସବିଶେଷ ସୂଚନା ପାଇପାରିବେ।

ସାଧାରଣ ଲୋକଙ୍କ ସୁବିଧା ପାଇଁ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଭୋଟରମାନେ ଚାହିଁଲେ ବିଏଲ୍ଓଙ୍କ ପାଖକୁ ନଯାଇ ସିଧାସଳଖ ଅନଲାଇନ୍ ମାଧ୍ୟମରେ ମଧ୍ୟ ନିଜର ଫର୍ମ ଦାଖଲ କରିପାରିବେ।

Odisha SIR ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ ସ୍ୱତନ୍ତ୍ର ସଘନ ସଂଶୋଧନ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ଉପକୂଳରେ ହେବ ସ୍ଥାପତ୍ୟ ପାର୍କ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନେଲେ ପ୍ରସ୍ତୁତି ବୈଠକ

July 24, 2026

ବାହୁଡା ଯାତ୍ରା: ଆରମ୍ଭ ହେଲା ପହଁଣ୍ଡି ବିଜେ, ଅପରାହ୍ନରେ ବାହୁଡିବେ ମହାପ୍ରଭୃ

July 24, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କର ମଧ୍ୟରାତ୍ରି ଭିଡିଓ ପାଇଁ କଂଗ୍ରେସ କ୍ଷୁବ୍ଧ: ମଲ୍ଲିକାର୍ଜୁନ କଲେ ଏହି ଦାବି

July 24, 2026

ଆଜି ରାଜ୍ୟ ସରକାର ଓ HCLTech ମଧ୍ୟରେ ସ୍ୱାକ୍ଷରିତ ହେବ ବୁଝାମଣାପତ୍ର

July 24, 2026
Latest News

NEET ପେପର ଲିକ୍ ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ: ଉତ୍ତର ରଖିଲେ କେନ୍ଦ୍ର ସରକାର

July 24, 2026

୧୦ ବର୍ଷ ଜେଲଦଣ୍ଡ ଏବଂ ୧ କୋଟି ଟଙ୍କା ଜରିମାନା!: ପେପର ଲିକ୍ ବିରୋଧରେ ସରକାରଙ୍କ ଯୋଜନା କ’ଣ?

July 24, 2026

ଚିଲିକା ଉପକୂଳରେ ହେବ ସ୍ଥାପତ୍ୟ ପାର୍କ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନେଲେ ପ୍ରସ୍ତୁତି ବୈଠକ

July 24, 2026

“ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଆବଶ୍ୟକ,”: ସୋନମ ୱାଙ୍ଗଚୁକ୍ ଅନଶନ ଭାଙ୍ଗିବା ପରେ ମଧ୍ୟ ସିଜେପି ଅଟଳ

July 24, 2026

ବାହୁଡା ଯାତ୍ରା: ଆରମ୍ଭ ହେଲା ପହଁଣ୍ଡି ବିଜେ, ଅପରାହ୍ନରେ ବାହୁଡିବେ ମହାପ୍ରଭୃ

July 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.