Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ
ଆଜିର ଖବର

ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ

June 14, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Prithiviraj Harichandan reviews 2 projects in Ganjam
Prithiviraj Harichandan reviews 2 projects in Ganjam

ଭୁବନେଶ୍ଵର: ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଋଷିକୂଲ୍ୟା ନଦୀ ଉପରେ ୧୫୨ କୋଟି ୧୦ ଲକ୍ଷ ଟଙ୍କାରେ ତିଆରି କରାଯାଉଥିବା କଂସାରୀଗଣ୍ଡ ବ୍ୟାରେଜକୁ ବୁଲି ଦେଖିବା ସହିତ ଏହାକୁ ମାର୍ଚ୍ଚ ମାସ ତଥା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ ୧୬ଟି ଗ୍ରାମର ୧ ଲକ୍ଷ ୫୨ ହଜାର ୬୦୦ ଲୋକ ଉପକୃତ ହୋଇପାରିବେ। ପରେ ମନ୍ତ୍ରୀ ଶ୍ରୀ ହରି ଚନ୍ଦନ ଛତ୍ରପୁର ବ୍ଲକର ଗଙ୍ଗାପୁର ଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ବୁଲି ଦେଖିବା ସହିତ ଏହାର କାର୍ଯ୍ୟରେ ଯଥେଷ୍ଟ ବିଳମ୍ବ ଘଟିଥିବାରୁ ଏହାକୁ ଶୀଘ୍ର ଶେଷ କରିବା ପାଇଁ କହିଛନ୍ତି। ଏହି ସମୟରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଗଞ୍ଜାମ ଜିଲ୍ଲା ପରିଷଦର ସିଡିଓ ସମୀର କୁମାର ଜେନା ଓ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Ganjam Prithiviraj Harichandan ଗଞ୍ଜାମ ଜିଲ୍ଲା ପୃଥ୍ଵୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ବିସ୍ତୃତ ରାଶିଫଳ: ପହିଲି ରଜରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

June 14, 2026

ସାୟନୀ ଘୋଷଙ୍କୁ ଯୁବ ସଭାପତି ପଦରୁ ହଟାଇଲା ଟିଏମସି, ଅର୍ଣ୍ଣବ ବାନାର୍ଜୀଙ୍କୁ ନୂଆ ଦାୟିତ୍ୱ

June 14, 2026

କୋଇଲା ଖଣିରେ ଶ୍ୱାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ

June 14, 2026

ଇରାନ-ଆମେରିକା ଚୁକ୍ତି ନେଇ ବଡ଼ ଅପଡେଟ୍: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବ ବୋଲି ଟ୍ରମ୍ପଙ୍କ ଦାବି

June 14, 2026
Latest News

ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ

June 14, 2026

ବିସ୍ତୃତ ରାଶିଫଳ: ପହିଲି ରଜରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

June 14, 2026

ସାୟନୀ ଘୋଷଙ୍କୁ ଯୁବ ସଭାପତି ପଦରୁ ହଟାଇଲା ଟିଏମସି, ଅର୍ଣ୍ଣବ ବାନାର୍ଜୀଙ୍କୁ ନୂଆ ଦାୟିତ୍ୱ

June 14, 2026

କୋଇଲା ଖଣିରେ ଶ୍ୱାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ

June 14, 2026

ଇରାନ-ଆମେରିକା ଚୁକ୍ତି ନେଇ ବଡ଼ ଅପଡେଟ୍: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବ ବୋଲି ଟ୍ରମ୍ପଙ୍କ ଦାବି

June 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.