ରଣପୁର: ଓଡିଶା ଯୁଗ୍ମ ପ୍ରେବେଶିକା ପରୀକ୍ଷାରେ (ଓଜେଇ) ୨୦୨୬ ଏମଟେକ୍ ରେ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଲୋଧା ଚୁଆ ପଞ୍ଚାୟତ ଅଡ଼ାଲ ଗ୍ରାମର ସ୍ଵାଗତ କୁମାର ବେହୁରା। ଡ଼ିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମର ରାଜ୍ୟ ସଭାପତି ସତ୍ୟବ୍ରତ ନାୟକ ଆଜି ଅଡ଼ାଲ ସ୍ଥିତ ବାସଭବନରେ ଭେଟି ସ୍ଵାଗତଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ଦେଇ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧି ପ୍ରତିଭାସମ୍ମାନ-୨୦୨୬ ରେ ସମ୍ମାନିତ କରି ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶିକ୍ଷାବିତ ପ୍ରାଣନାଥ ବେହୁରା, ବିଭୂତି କୁମାର ଜେନା, ମିର ଅବୁବକର ସିଦ୍ଧିକ୍, ପ୍ରକାଶ ଚନ୍ଦ୍ର ନାୟକ, ସଞ୍ଜୟ ମହାନ୍ତି, ସମ୍ବିର୍ଦ୍ଧନା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।


