ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଉତ୍ତରାଗଡ଼ିଆ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଛି ରକ୍ତାକ୍ତ କାଣ୍ଡ। ଅତର୍କିତ ଭୁଜାଲି ଆକ୍ରମଣରେ ସରସଦା ପଞ୍ଚାୟତର ୧୩ ନମ୍ବର ୱାର୍ଡ ସଭ୍ୟ ଜଗନ ସାହୁଙ୍କ ମୃତ୍ୟୁ ହୋଇଥିବାବେଳେ ବଟକୃଷ୍ଣ ସାହୁ ଗୁରୁତର ଆହତ ହୋଇଛନ୍ତି।
ଅଭିଯୋଗ ଅନୁସାରେ, ଗତ ରାତିରେ ବଜାରରୁ ଘରକୁ ଫେରୁଥିବା ବେଳେ ଜଗନ ଓ ବଟକୃଷ୍ଣଙ୍କୁ ଗାଁର ରତ୍ନାକର ସାହୁ ଭୁଜାଲିରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଜଗନଙ୍କ ମୃତ୍ୟୁ ହୋଇଥିବାବେଳେ ବଟକୃଷ୍ଣଙ୍କୁ ଗୁରୁତର ଅବସ୍ଥାରେ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଘଟଣା ପରେ ପୁଲିସ ଅଭିଯୁକ୍ତ ରତ୍ନାକର ସାହୁ ଓ ତାଙ୍କ ସହଯୋଗୀ ଜଗଦାନନ୍ଦ ନାୟକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ପୂର୍ବରୁ ମଧ୍ୟ ଜଗନ ସାହୁଙ୍କ ଉପରେ ରତ୍ନାକର ଆକ୍ରମଣ କରିଥିବା ଅଭିଯୋଗ ରହିଥିଲା।


