Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉଦ୍ଧବ ଠାକରେ ପାଇଁ ଅଗ୍ନିପରୀକ୍ଷା: ଦଳ ରହିବ କି ଭାଙ୍ଗିବ?
ଆଜିର ଖବର

ଉଦ୍ଧବ ଠାକରେ ପାଇଁ ଅଗ୍ନିପରୀକ୍ଷା: ଦଳ ରହିବ କି ଭାଙ୍ଗିବ?

June 19, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମହାରାଷ୍ଟ୍ର ରାଜନୀତି ପୁଣି ଥରେ ଅସ୍ଥିର। ବାଲାସାହେବ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବସେନା ଖଣ୍ଡ ଖଣ୍ଡ ହେବାକୁ ଯାଉଛି। ଉଦ୍ଧବ ଠାକରେଙ୍କ ପାଇଁ ଏହି ପରିସ୍ଥିତି ଦଳର ଅସ୍ତିତ୍ୱ ଓ ଏକତା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି। ଶିବସେନା (UBT) ନିଜ ଅସ୍ତିତ୍ୱ ପାଇଁ ସଙ୍କଟର ସମ୍ମୁଖୀନ ହେଉଛି। ଶିବସେନାର 60ତମ ବାର୍ଷିକୀ ପାଖେଇ ଆସୁଥିବାରୁ, ଦଶନ୍ଧି ଧରି ମୁମ୍ବାଇରେ ଶାସନ କରୁଥିବା ଏହି ଦଳ ଏବେ ବିପଦର ସମ୍ମୁଖୀନ ହେଉଛି।

ରିପୋର୍ଟ ଅନୁସାରେ, ଉଦ୍ଧବ ଠାକରେଙ୍କ ଶିବସେନା (UBT)ର ୬ ଜଣ ସାଂସଦ ଏକନାଥ ସିନ୍ଦେଙ୍କ  ଗୋଷ୍ଠୀରେ ଯୋଗ ଦେବା ପାଇଁ ସକ୍ରିୟ ଆଲୋଚନାରେ ଅଛନ୍ତି। ଏହାକୁ ନେଇ ଦିଲ୍ଲୀ ରାଜନୀତି ମଧ୍ୟରେ ହଠାତ୍ ହଲଚଲ ଦେଖାଦେଇଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖାଯିବା ଖବର ଏହି ସଙ୍କଟକୁ ଆହୁରି ଗମ୍ଭୀର କରିଦେଇଛି।

ଦଳ ଭିତରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିବାବେଳେ, ଉଦ୍ଧବ ଠାକରେ ନୂଆଦିଲ୍ଲୀରେ ସଂସଦୀୟ ବୈଠକ ଡାକିଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଜଣେ ମଧ୍ୟ ବିଦ୍ରୋହୀ ସାଂସଦ ଉପସ୍ଥିତ ହୋଇନଥିଲେ—ଯାହାକୁ ରାଜନୈତିକ ମହଲରେ “ବିଦ୍ରୋହର ଖୋଲା ସଙ୍କେତ” ବୋଲି କହୁଛନ୍ତି।

ଦଳର ଛଅ ଜଣ ସାଂସଦ ଏକନାଥ ସିନ୍ଦେରେ ଯୋଗଦେବେ ବୋଲି କଳ୍ପନାଜଳ୍ପନା ମଧ୍ୟରେ ଉଦ୍ଧବ ଠାକରେ ଏକ କଠୋର ଆକ୍ରମଣ ଆରମ୍ଭ କରିଛନ୍ତି। ସେ କହିଛନ୍ତି, “ସେ ଏକାକୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ। ଏହି ସମୟରେ ଉଦ୍ଧବ ଠାକରେଙ୍କ କଡ଼ା ମନ୍ତବ୍ୟ ରାଜନୀତିକ ତାପକୁ ଆହୁରି ଅଧିକ ବଢ଼ାଇଛି ।

ଏହି ସଙ୍କଟକୁ ରାଜନୀତିକ ଭାଷାରେ “ଅପରେସନ ଟାଇଗର” ବୋଲି କୁହାଯାଉଛି। ଦଳକୁ ଏହି ସଙ୍କଟରୁ  ରୋକିବା ପାଇଁ ସଞ୍ଜୟ ରାଉତ ଓ ଅନ୍ୟ ନେତାମାନେ ଦିଲ୍ଲୀରେ ଆଇନଗତ ଓ ରଣନୀତିକ ଚର୍ଚ୍ଚା କରୁଛନ୍ତି। ଅପରପକ୍ଷରେ ଦଳୀୟ ଚିହ୍ନ ବିବାଦ ମାମଲାକୁ ନେଇ ମଧ୍ୟ ରଣନୀତି ତୀବ୍ର ହୋଇଯାଇଛି।

ରାଜନୈତିକ ବିଶେଷଜ୍ଞମାନଙ୍କ ମତରେ, ଏହି ଘଟଣା କେବଳ ଦଳୀୟ ସଙ୍କଟ ନୁହେଁ, ବରଂ ମହାରାଷ୍ଟ୍ରର ଶକ୍ତି ସମୀକରଣକୁ ନୂଆ ଭାବରେ ଲେଖିପାରେ। କେହି କେହି ଏହାକୁ “କ୍ଷମତା ବନାମ ଆସ୍ଥା”ର ଲଢ଼େଇ ଭାବେ ଦେଖୁଛନ୍ତି। ଦଳର 60ତମ ବାର୍ଷିକୀ ପୂର୍ବରୁ ଏହି ଗଭୀର ସଙ୍କଟ ଉଦ୍ଧବ ଠାକରେଙ୍କ ନେତୃତ୍ୱ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭାହୋଇଛି। ତେବେ ବାଲାସାହେବ ଠାକରେଙ୍କ ଶିବସେନା ଏକତା ବଜାୟ ରଖି ପାରିବ, ନା ପୁଣିଥରେ ମହାରାଷ୍ଟ୍ର ରାଜନୀତି ଆଉ ଏକ ବିଭାଜନର ସାକ୍ଷୀ ହେବ, ତାହା ସମୟ କହିବ ।

Balasaheb Thackeray MAHARASHTRA POLITICS Shiv Sena UBT Uddhav Thackeray
Share. Facebook Twitter LinkedIn Email WhatsApp Copy Link

Related Posts

ଦୟାଲ ଗଙ୍ଗୱାରଙ୍କ ବିରୋଧରେ ବଡ଼ ଖୁଲାସା

June 19, 2026

ପାଠ୍ୟପୁସ୍ତକରେ ମାଳ ମାଳ ତ୍ରୁଟି : ଆଜିଠାରୁ ଆରମ୍ଭ ହେବ ତଦନ୍ତ

June 19, 2026

କେନ୍ଦୁଝରରେ ଚାଞ୍ଚଲ୍ୟ: ଅଲେଖ ମହିମା ଦିକ୍ଷୀତ ବାବାଙ୍କୁ ପଥରରେ ଛେଚି ହତ୍ୟା

June 19, 2026

ଜଳିଗଲା ଗଦି ଫ୍ୟାକ୍ଟ୍ରି, ଲକ୍ଷାଧିକ ଟଙ୍କାର କ୍ଷତି

June 19, 2026
Latest News

ଉଦ୍ଧବ ଠାକରେ ପାଇଁ ଅଗ୍ନିପରୀକ୍ଷା: ଦଳ ରହିବ କି ଭାଙ୍ଗିବ?

June 19, 2026

ଦୟାଲ ଗଙ୍ଗୱାରଙ୍କ ବିରୋଧରେ ବଡ଼ ଖୁଲାସା

June 19, 2026

ପାଠ୍ୟପୁସ୍ତକରେ ମାଳ ମାଳ ତ୍ରୁଟି : ଆଜିଠାରୁ ଆରମ୍ଭ ହେବ ତଦନ୍ତ

June 19, 2026

କେନ୍ଦୁଝରରେ ଚାଞ୍ଚଲ୍ୟ: ଅଲେଖ ମହିମା ଦିକ୍ଷୀତ ବାବାଙ୍କୁ ପଥରରେ ଛେଚି ହତ୍ୟା

June 19, 2026

ଜଳିଗଲା ଗଦି ଫ୍ୟାକ୍ଟ୍ରି, ଲକ୍ଷାଧିକ ଟଙ୍କାର କ୍ଷତି

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.