Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କବିସୂର୍ଯ୍ୟନଗର ଥାନା ପୋଲିସର ବଡ଼ ସଫଳତା: ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ, ୭ ଗିରଫ
ଆଜିର ଖବର

କବିସୂର୍ଯ୍ୟନଗର ଥାନା ପୋଲିସର ବଡ଼ ସଫଳତା: ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ, ୭ ଗିରଫ

June 23, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Kabisuryanagar Police Bust Armed Robbery Case, 7 Arrested
Kabisuryanagar Police Bust Armed Robbery Case, 7 Arrested

କବିସୂର୍ଯ୍ୟନଗର (ଗଞ୍ଜାମ): ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୋକୁଳପଲ୍ଲୀ ନିକଟସ୍ଥ ଆଇକନ ଫାର୍ମ ହାଉସରେ ଘଟିଥିବା ଏକ ସଶସ୍ତ୍ର ଡକାୟତି ଘଟଣାର ମାତ୍ର ୨୪ ଘଣ୍ଟା ମଧ୍ୟରେ ପୋଲିସ ସଫଳତାର ସହ ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁଟ ହୋଇଥିବା ସାମଗ୍ରୀ, ନଗଦ ଟଙ୍କା ଏବଂ ଅପରାଧରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରିବାରେ ସଫଳ ହୋଇଛି।

ମାମଲାର ବିବରଣୀ ଅନୁଯାୟୀ, ଗତ ଜୁନ ୧୯ ରିଖ ସନ୍ଧ୍ୟା ପ୍ରାୟ ୮ ଘଣ୍ଟା ସମୟରେ ୬ ଜଣ ଦୁର୍ବୃତ୍ତ ଗୋକୁଳପଲ୍ଲୀ ଗ୍ରାମର ରଜନୀକାନ୍ତ ମିଶ୍ରଙ୍କ ଫାର୍ମ ହାଉସରେ ପ୍ରବେଶ କରିଥିଲେ। ସେମାନେ ବନ୍ଧୁକ ଦେଖାଇ ପରିବାର ଲୋକଙ୍କୁ ବାନ୍ଧି ପକାଇବା ସହ ଘରୁ ପ୍ରାୟ ୧୫ ତୋଳା ସୁନା ଅଳଙ୍କାର, ନଗଦ ୧୨,୦୦୦ ଟଙ୍କା ଏବଂ ଦୁଇଟି ମୋବାଇଲ ଫୋନ ଲୁଟ କରି ଫେରାର ହୋଇଯାଇଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ କବିସୂର୍ଯ୍ୟନଗର ଥାନା କେସ୍ ନଂ-୪୦୭, ଧାରା ୩୧୦(୨) ବିଏନଏସ ସହ ୨୫/୨୭ ଆର୍ମସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିଲା।

ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଗଞ୍ଜାମ ଏସ୍.ପି.ଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଥିଲା। ଏହି ମିଳିତ ଅପରେସନରେ କବିସୂର୍ଯ୍ୟନଗର ଥାନା, ପୋଲସରା ଆଇଆଇସି, ବାଲିପଦର ଆଉଟପୋଷ୍ଟ ଏବଂ ଆସ୍କା ଥାନାର କର୍ମଚାରୀମାନେ ସାମିଲ ହୋଇଥିଲେ। ବୈଜ୍ଞାନିକ ଦଳ ଓ ଫିଙ୍ଗର ପ୍ରିଣ୍ଟ ବିଶେଷଜ୍ଞଙ୍କ ସହାୟତାରେ ସାକ୍ଷ୍ୟ ସଂଗ୍ରହ କରାଯିବା ସହ ଗୁଇନ୍ଦା ସୂଚନା ଆଧାରରେ କଙ୍କଣାଦେଇ ମନ୍ଦିର ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରାଯାଇଥିଲା।

ପୋଲିସ ଏହି ଚଢ଼ାଉରେ ମୁଖ୍ୟ ସୂତ୍ରଧର ସନ୍ତୋଷ ମହାପାତ୍ର ଓ ମନୋରଞ୍ଜନ ଗୌଡ଼ଙ୍କ ସମେତ ରୁଦ୍ରନାରାୟଣ ସେଠୀ, ଶୁଭମ ରାଉତ, ଜିତେନ୍ଦ୍ର ଖଟେଇ ଓରଫ ହିନ, ଦୂତିକୃଷ୍ଣ ନାୟକ ଏବଂ ରାଜୀବ କୁମାର ଦାସଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ବ୍ୟବହୃତ ଦେଶୀ ପିସ୍ତଲ ଓ ୩ ରାଉଣ୍ଡ ଜୀବନ୍ତ ଗୁଳି ସମେତ ଲୁଟ ସାମଗ୍ରୀ, ମୋବାଇଲ ଓ ୨ଟି ମୋଟରସାଇକେଲ ଜବତ ହୋଇଛି।

ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତ ହିତେଶ ସ୍ୱାଇଁ ଓ ଶ୍ୱେତା ଖଟେଇ ବର୍ତ୍ତମାନ ଫେରାର ଅଛନ୍ତି ଏବଂ ସେମାନଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି। ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯାଇ ରିମାଣ୍ଡରେ ଆଣିବାକୁ ଅନୁରୋଧ କରାଯାଇଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି।

Kabisuryanagar Police Robbery Case ଅସ୍ତ୍ରଶସ୍ତ୍ର ଜବତ କବିସୂର୍ଯ୍ୟନଗର ଥାନା ସଶସ୍ତ୍ର ଡକାୟତି ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଡିଜିପି-ଆଇଜିପି ସମ୍ମିଳନୀ: ଭବିଷ୍ୟତର ‘ସ୍ମାର୍ଟ ପୋଲିସିଂ’ ବ୍ଲୁ-ପ୍ରିଣ୍ଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

August 29, 2026

ଚିଲିକା ଲୋକଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ: ଆଇନ ମନ୍ତ୍ରୀଙ୍କ ଫୋକସରେ କୃଷି ଓ ଉଦ୍ୟାନ କୃଷି

August 29, 2026

200 କିମି ରେଞ୍ଜର ସ୍କୁଟର ଲଞ୍ଚ କଲା Ather: ଜାଣନ୍ତୁ ମୂଲ୍ୟ କେତେ?

August 29, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା!: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୋଲିସର କାର୍ଯ୍ୟାନୁଷ୍ଠାନ

August 29, 2026
Latest News

ଡିଜିପି-ଆଇଜିପି ସମ୍ମିଳନୀ: ଭବିଷ୍ୟତର ‘ସ୍ମାର୍ଟ ପୋଲିସିଂ’ ବ୍ଲୁ-ପ୍ରିଣ୍ଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

August 29, 2026

ଚିଲିକା ଲୋକଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ: ଆଇନ ମନ୍ତ୍ରୀଙ୍କ ଫୋକସରେ କୃଷି ଓ ଉଦ୍ୟାନ କୃଷି

August 29, 2026

200 କିମି ରେଞ୍ଜର ସ୍କୁଟର ଲଞ୍ଚ କଲା Ather: ଜାଣନ୍ତୁ ମୂଲ୍ୟ କେତେ?

August 29, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା!: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୋଲିସର କାର୍ଯ୍ୟାନୁଷ୍ଠାନ

August 29, 2026

ଅଗଷ୍ଟ ୩୧ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

August 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.