Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭିଜିଲାନ୍ସ ଜାଲରେ ସରପଞ୍ଚ
ଆଜିର ଖବର

ଭିଜିଲାନ୍ସ ଜାଲରେ ସରପଞ୍ଚ

July 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ। ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନିମ୍ନା ପଞ୍ଚାୟତର ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ରାସାୟନିକ ପ୍ରଲେପ ଲାଗିଥିବା ଲାଞ୍ଚ ଟଙ୍କା ଜବତ କରାଯାଇଛି।

ସୂଚନା ଅନୁସାରେ, ନିମ୍ନା ପଞ୍ଚାୟତର ଏକ ପୋଖରୀକୁ ମାଛ ଚାଷ ପାଇଁ ପାଞ୍ଚ ବର୍ଷିଆ ଠିକାରେ ନେଇଥିବା ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ପକ୍ଷରୁ ଆବଶ୍ୟକ ଚୁକ୍ତିନାମାରେ ସ୍ୱାକ୍ଷର କରିବା ଏବଂ ଜିଲ୍ଲା ମତ୍ସ୍ୟ ବିଭାଗର ସବସିଡି ଅନୁମୋଦନ ପାଇଁ ସୁପାରିଶ କରିବା ବଦଳରେ ସରପଞ୍ଚ ପ୍ରଥମେ ୪୦ ହଜାର ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି।

ତେବେ ଏସଏଚଜି ପକ୍ଷରୁ ଏତେ ପରିମାଣର ଟଙ୍କା ଦେବାରେ ଅସମର୍ଥତା ପ୍ରକାଶ କରାଯିବା ପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇ ଶେଷରେ ୨୦ ହଜାର ଟଙ୍କାରେ କଥା ଛିଣ୍ଡିଥିଲା। ଏହାପରେ ସମ୍ପୃକ୍ତ ଗୋଷ୍ଠୀର କର୍ମକର୍ତ୍ତା ସମ୍ବଲପୁର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ଭିଜିଲାନ୍ସର ପୂର୍ବ ପ୍ରସ୍ତୁତ ଯୋଜନା ଅନୁଯାୟୀ ରବିବାର ସରପଞ୍ଚଙ୍କୁ ଟଙ୍କା ଦିଆଯାଇଥିଲା। ସରପଞ୍ଚ ଟଙ୍କା ଗ୍ରହଣ କରିବା ମାତ୍ରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କୁ କାବୁ କରିଥିଲା। ପରୀକ୍ଷା ପରେ ଟଙ୍କାରେ ରାସାୟନିକ ପ୍ରଲେପ ଥିବା ସ୍ପଷ୍ଟ ହୋଇଥିଲା ଏବଂ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା।

ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହାସହ ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ତଲାସି ଏବଂ ଅଧିକ ତଦନ୍ତ ଜାରି ରହିଛି।

SHG ଭିଜିଲାନ୍ସ ସରପଞ୍ଚ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରେମରେ ବୟସ ବାଧା ନୁହେଁ! ୬୧ ବର୍ଷରେ ଗୌରୀଙ୍କୁ ଜୀବନସାଥୀ କଲେ ଆମିର ଖାନ

July 6, 2026

ସ୍ଥଳଭାଗ ଅତିକ୍ରମ କଲା ଅବପାତ

July 6, 2026

ବାରଙ୍ଗରେ ସିରିଜ୍ ମନ୍ଦିର ଚୋରି

July 5, 2026

ସେଲଫି ହେଲା କାଳ : ମହାନଦୀରେ ଭାସିଗଲେ ୩ ଯୁବକ

July 5, 2026
Latest News

ପ୍ରେମରେ ବୟସ ବାଧା ନୁହେଁ! ୬୧ ବର୍ଷରେ ଗୌରୀଙ୍କୁ ଜୀବନସାଥୀ କଲେ ଆମିର ଖାନ

July 6, 2026

ସ୍ଥଳଭାଗ ଅତିକ୍ରମ କଲା ଅବପାତ

July 6, 2026

ଭିଜିଲାନ୍ସ ଜାଲରେ ସରପଞ୍ଚ

July 5, 2026

ବାରଙ୍ଗରେ ସିରିଜ୍ ମନ୍ଦିର ଚୋରି

July 5, 2026

ସେଲଫି ହେଲା କାଳ : ମହାନଦୀରେ ଭାସିଗଲେ ୩ ଯୁବକ

July 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.