ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ୱରରେ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ସହିଦନଗର ଅଞ୍ଚଳରେ ଚଢ଼ାଉ କରି ଏକ ଟ୍ରକରୁ ପ୍ରାୟ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଏହି ଗଞ୍ଜେଇକୁ ରାଜ୍ୟ ବାହାରକୁ ଚୋରା ଚାଲାଣ କରାଯାଉଥିବା ବେଳେ ଅବକାରୀ ବିଭାଗ ଅତର୍କିତ ଚଢ଼ାଉ କରି ଚାଲାଣକୁ ବିଫଳ କରିଛି।
ଚଢ଼ାଉ ସମୟରେ ଗଞ୍ଜେଇ ବୋଝେଇ ଟ୍ରକକୁ ଜବତ କରାଯିବା ସହ ଘଟଣାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କୁ ପଚରାଉଚରା କରାଯାଉଥିବାବେଳେ ଏହି ଚୋରା ଚାଲାଣ ପଛରେ କୌଣସି ବଡ଼ ରାକେଟ କାର୍ଯ୍ୟ କରୁଥିଲା କି ନାହିଁ, ସେନେଇ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗଞ୍ଜେଇକୁ ଟ୍ରକ ଯୋଗେ ରାଜ୍ୟ ବାହାରକୁ ବେଆଇନ ଭାବେ ଚୋରା ଚାଲାଣ କରିବାର ଯୋଜନା ଥିଲା। ଗୁପ୍ତ ସୂଚନା ଆଧାରରେ ଅବକାରୀ ବିଭାଗ ଠିକ୍ ସମୟରେ ଚଢ଼ାଉ କରି ବହୁ ପରିମାଣର ଗଞ୍ଜେଇ ଜବତ କରିବା ସହ ଚୋରା ଚାଲାଣକୁ ରୋକିବାରେ ସଫଳ ହୋଇଛି।


