ଭୁବନେଶ୍ବର: ବର୍ତ୍ତମାନ ସାରା ବିଶ୍ବ ହୋଇଯାଇଛି ଜଗନ୍ନାଥମୟ। କାରଣ ହେଲା ଗତକାଲି ପ୍ରଭୃ ଦଗନ୍ନାଥ ବଳଭଦ୍ର ଏବଂ ମା ସୁଭଦ୍ରା ରତ୍ନସିଂହାସନ ଛାଡି ଜନ୍ମବେଦୀକୁ ଯାତ୍ରା କରିଛନ୍ତି। ଏହିପରି ଏକ ଭାବମୟ ପରିବେଷ ମଧ୍ୟରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଶନିବାରଠାରୁ ଆରମ୍ଭ ହେଉଛି ସଂଗୀୟ ଉତ୍ସବ-ଗୁହାରି। ଏହି ଉତ୍ସବ ଭୁବନେଶ୍ବର ରବିନ୍ଦ୍ର ମଣ୍ଡପରେ ତିନିଦିନ ଧରି ଚାଲିବ।
ଏହି ଉତ୍ସବରେ ଗୁରୁ ରାମହରି ଦାସ,ମିନାକ୍ଷୀ ରଥ, ଆଶାଲତା ଷଡଙ୍ଗୀ, ପ୍ରଫୁଲ ଚନ୍ଦ୍ର ବେହେରା, ଶରତ ବାରିକ ପ୍ରମୁଖ ବହୁ କଳାକାର ସଂଗୀତ ପରିବେଷଣ କରିବେ। ତିନିଦିନିଆ ଏହି ଉତ୍ସବରେ ପ୍ରତ୍ୟେକ ଦିନ ଦଶ ଜଣ କଣ୍ଠଶିଳ୍ପୀ ସେମାନଙ୍କ ସଂଗୀତ ମାଧ୍ୟମରେ ଜଗନ୍ନାଥଙ୍କୁ ଗୁହାରି କରିବେ। ଏହି କାର୍ଯ୍ୟକ୍ରମକୁ ଗୁରୁ କେଳୁ ଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସୁଚିସ୍ମିତା ମନ୍ତ୍ରୀ ପରିଚାଳନା କରୁଛନ୍ତି।


