Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁରେ ନୂଆ ସିନେମା ହଲ ଜଗଦମ୍ବା, ଆସନ୍ତାକାଲି ଉଦଘାଟନ କରିବେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ଆଜିର ଖବର

ବାଲୁଗାଁରେ ନୂଆ ସିନେମା ହଲ ଜଗଦମ୍ବା, ଆସନ୍ତାକାଲି ଉଦଘାଟନ କରିବେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

July 18, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁରେ ନୂଆ ସିନେମା ହଲ
ବାଲୁଗାଁରେ ନୂଆ ସିନେମା ହଲ ଜଗଦମ୍ବା, ଆସନ୍ତାକାଲି ଉଦଘାଟନ କରିବେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ବାଲୁଗାଁ: ଓଡିଆ ଚଳଚିତ୍ର ଜଗତ ପାଇଁ ଏକ ଖୁସି ଖବର। ବର୍ତ୍ତମାନ ଓଡିଶାରେ ସିନେମା ହଲର ଅଭାବ ଦେଖାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଉଦଘାଟିତ ହେବାକୁ ଯାଇଛି ଏକ ନୂଆ ସିନେମା ହଲ। ଯାହାର ନାମ ରଖାଯାଇଛି ଜଗଦମ୍ବା ସିନେମା। ଏହି ନୂଆ ସିନେମା ହଲକୁ ଆସନ୍ତାକାଲି ରବିବାର 19 ତାରିଖରେ ଉଦଘାଟନ କରିବେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ଏହି ପ୍ରେକ୍ଷାଳୟକୁ ବେଶ ଆଧୁନିକତା ସ୍ପର୍ଶରେ ନିର୍ମାଣ କରାଯାଇଛି। ଉଚ୍ଚମାନର ସାଉଣ୍ଡ ସିଷ୍ଟମ ସହିତ ସାଟେଲାଇଟ ମାଧ୍ୟମରେ ଚଳଚିତ୍ର ପ୍ରଦର୍ଶିତ କରାଯିବ। ଏହି ହଲରେ ଶହେ ସତୁରି ଆସନ ବିଶିଷ୍ଠ କରାଯାଇଛି। ଏଥିସହିତ ଦର୍ଶକମାନଙ୍କ ପାଇଁ ଆରାମରେ ବସି ଚଳଚିତ୍ର ଦେଖିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ ବୁକ ମାଇଁ ସୋ ମାଧ୍ୟମରେ ଟିକେଟ କାଟିବେ ବୋଲି କହିଛନ୍ତି ଏହି ହଲର ମାଲିକ ଶ୍ରୀଯୁକ୍ତ ଅନଙ୍ଗ ବିଶ୍ବାଳ।

ବାଲୁଗାଁରେ ଏହି ବିଶ୍ବାଳ ପରିବାର ତରଫରୁ ଅଶିଦଶକରେ ଚଳଚିତ୍ର ପ୍ରେକ୍ଷାଳୟ ନିର୍ମାଣ କରାଯାଇଥିଲା। ଯାହାର ନାମ ଥିଲା ଲକ୍ଷ୍ମୀ ସିନେମା ହଲ। ସେତେବେଳେ ଏହି ହଲ ଓଡିଶାରେ ବେଶ ନାଁ କରିଥିଲା। ହେଲେ ପରବର୍ତ୍ତି ସମୟରେ ବିଭିନ୍ନ କାରଣରୁ ତାହା ବନ୍ଦ ହୋଇଯାଇଥିଲା। ବହୁ ବର୍ଷ ପରେ ପୁଣି ଆଉ ଏକ ସିନେମା ହଲ ନିର୍ମାଣ କରାଯାଇଥିଲା, ଯାହାର ନାମ ଜଗଦମ୍ବା ରଖାଯାଇଥିଲା। ହେଲେ ତାହା ମଧ୍ୟ ବନ୍ଦ ହୋଇଯାଇଥିଲା।

ବର୍ତ୍ତମାନ ସେହି ଜଗଦମ୍ବା ନାମରେ ଏହି ନୂଆ ସିନେମା ହଲର ଉଦଘାଟିତ ହେବ। ବର୍ତ୍ତମାନ ଖୋର୍ଦ୍ଧାଠାରୁ ବ୍ରହ୍ମପୁର ମଧ୍ୟରେ କୌଣସି ସିନେମା ହଲ୍ ନାହିଁ। ଫଳରେ ବାଲୁଗାଁର ଏହି ଅତ୍ୟାଧୁନିକ ସିନେମା ହଲ ବେଶ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି। ଆସନ୍ତାକାଲି ରବିବାର ଦିନ ଉଦଘାଟନ ପରେ ବାହୁଡାରୁ ବିଧବଧ ଭାବେ ଚଳଚିତ୍ର ପ୍ରଦର୍ଶିତ କରାଯିବ ବୋଲି ଶ୍ରୀଯୁକ୍ତ ବିଶ୍ବାଳ କହିଛନ୍ତି।

balugaon ଅନଙ୍ଗ ବିଶ୍ବାଳ ଜଗଦମ୍ବା ବାଲୁଗାଁ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସିନେମା ହଲ
Share. Facebook Twitter LinkedIn Email WhatsApp Copy Link

Related Posts

ଜାପାନ ଭ୍ରମଣର ସୁଯୋଗ: କ ସ୍ୱତନ୍ତ୍ର ୧୦ ଦିନିଆ ପ୍ୟାକେଜ୍ ଆରମ୍ଭ କଲା IRCTC

August 12, 2026

ଚନ୍ଦ୍ର କୁମାର ବୋଷଙ୍କ ବଡ଼ ଘୋଷଣା: ଜେନ-ଜେଡ୍ ପାଇଁ ଗଢିବେ ନୂତନ ଦଳ

August 12, 2026

ବାଂଲାଦେଶ ପାଇଁ କପୁରଥଲା ରେଳ କୋଚ୍ ଫ୍ୟାକ୍ଟ୍ରିରେ ଏଲ୍ଏଚବି କୋଚ୍ ର ପ୍ରଥମ ରେକ୍ ପ୍ରସ୍ତୁତ

August 12, 2026

ଭୁବନେଶ୍ୱରରେ ଆୟୋଜିତ ହେଲା ଆଇସିଏମ୍‍ଆର-ଶାଇନ୍‍ ୨୦୨୬

August 12, 2026
Latest News

ଜାପାନ ଭ୍ରମଣର ସୁଯୋଗ: କ ସ୍ୱତନ୍ତ୍ର ୧୦ ଦିନିଆ ପ୍ୟାକେଜ୍ ଆରମ୍ଭ କଲା IRCTC

August 12, 2026

ଚନ୍ଦ୍ର କୁମାର ବୋଷଙ୍କ ବଡ଼ ଘୋଷଣା: ଜେନ-ଜେଡ୍ ପାଇଁ ଗଢିବେ ନୂତନ ଦଳ

August 12, 2026

ବାଂଲାଦେଶ ପାଇଁ କପୁରଥଲା ରେଳ କୋଚ୍ ଫ୍ୟାକ୍ଟ୍ରିରେ ଏଲ୍ଏଚବି କୋଚ୍ ର ପ୍ରଥମ ରେକ୍ ପ୍ରସ୍ତୁତ

August 12, 2026

ଭୁବନେଶ୍ୱରରେ ଆୟୋଜିତ ହେଲା ଆଇସିଏମ୍‍ଆର-ଶାଇନ୍‍ ୨୦୨୬

August 12, 2026

ଓଡିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି – ୭ ର ସଦସ୍ୟମାନଙ୍କ ତାମିଲନାଡ଼ୁ ଗସ୍ତ

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.