ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରେ ଏକ ନୂଆ ସିନେମା ହଲ ଜଗଦମ୍ବାର ଶୁଭ ଉଦଘାଟନ ହୋଇଯାଇଛି। ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏଥିରେ ଯୋଗଦେଇ ସିନେମା ହଲର ଉଦଘାଟନ କରିଛନ୍ତି। ଏହି ଉତ୍ସବରେ ହଲ୍ ର ମାଲିକ ଅନଙ୍ଗ ବିଶ୍ବାଳ ମଧ୍ୟ ଉପସ୍ଥିତ ଥିଲେ। ଏହି ଉଦଘାଟନ ଅବସରରେ ଏକ କ୍ଷୁଦ୍ର ପୌରାଣିକ ଚଳଚିତ୍ର ‘ନୃସିଂହ’ ପ୍ରଦର୍ଶିତ କରାଯାଇଥିଲା। ଯାହା ମନ୍ତ୍ରୀ ନିଜେ ଦେଖିବା ସହିତ ହଲର ସୁବ୍ୟବସ୍ଥା ପାଇଁ ଖୁସି ପ୍ରକଟ କରିଥିଲେ।
ଏହି ପ୍ରେକ୍ଷାଳୟଟି ବାଲୁଗାଁ ଗାନ୍ଧୀଛକଠାରୁ ଅଳ୍ପ ଦୂରରେ ଥିବା ଷ୍ଟାଇଲ ବଜାର ନିକଟରେ ନିର୍ମାଣ କରାଯାଇଛି। ଏଥିରେ ସମସ୍ତ ଅତ୍ୟାଧୁନିକ ଟେକନିକ୍ ପ୍ରୟୋଗ କରାଯାଇ ଦର୍ଶକଙ୍କ ମନୋରଂଜନ ଯୋଗାଇବା ପରି କରାଯାଇଛି। ଏହି ହଲ ରେ ରହିଛି ଶହେ ସତୁରିଟି ଆସନ। ଏଥିସହିତ ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ, ଅନଲାଇନ ଟିକେଟ ବୁକିଂ ପରି ବ୍ୟବସ୍ଥା କରାଯାଇଛି। ସେହିପରି ହଲରେ ଫୁଡ କୋର୍ଟର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆସନ୍ତା ବାହୁଡାଠାରୁ ବିଧିବଧଭାବେ ସିନେମା ପ୍ରଦର୍ଶିତ କରାଯିବ ବୋଲି ଜଣାପଡିଛି। ଯେଉଁମାନେ ଏହି ହଲରେ ସିନେମା ଦେଖିବେ ସେମାନେ “ବୁକ ମାଇ ସୋ’ ଆପ ମାଧ୍ୟମରେ ଟିକେଟ କାଟିପାରିବେ।


