Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ବାଚନୀ ତାଲିମ୍ ପର୍ଯ୍ୟବେକ୍ଷକଙ୍କ ଖୋରଧା ଜିଲ୍ଲା ପରିଦର୍ଶନ ଏବଂ ଏସଆଇଆର କାର୍ଯ୍ୟ ସମୀକ୍ଷା
ଆଜିର ଖବର

ନିର୍ବାଚନୀ ତାଲିମ୍ ପର୍ଯ୍ୟବେକ୍ଷକଙ୍କ ଖୋରଧା ଜିଲ୍ଲା ପରିଦର୍ଶନ ଏବଂ ଏସଆଇଆର କାର୍ଯ୍ୟ ସମୀକ୍ଷା

July 24, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ନିର୍ବାଚନୀ ତାଲିମ୍ ପର୍ଯ୍ୟବେକ୍ଷକଙ୍କ ଖୋରଧା ଜିଲ୍ଲା ପରିଦର୍ଶନ ଏବଂ ଏସଆଇଆର କାର୍ଯ୍ୟ ସମୀକ୍ଷା
ନିର୍ବାଚନୀ ତାଲିମ୍ ପର୍ଯ୍ୟବେକ୍ଷକଙ୍କ ଖୋରଧା ଜିଲ୍ଲା ପରିଦର୍ଶନ ଏବଂ ଏସଆଇଆର କାର୍ଯ୍ୟ ସମୀକ୍ଷା

ଖୋରଧା: କାର୍ଯ୍ୟକ୍ରମ ତଦାରଖ ନିମନ୍ତେ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଶାସନ ସଚିବ ରଶ୍ମିତା ପଣ୍ଡା, ଭାରତୀୟ ପ୍ରଶାସନିକ ଅଧିକାରୀ ଗୁରୁବାର ଏକ ଦିନିକିଆ ଖୋରଧା ଜିଲ୍ଲା ଗସ୍ତରେ ଆସି ନିର୍ବାଚନୀ ତାଲିକା ସ୍ଵତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ଅମ୍ରିତ୍ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ବେଉରା ଏବଂ ସମସ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଭୋଟର ପଞ୍ଜି କରଣ ଅଧିକାରୀ, ଅତିରିକ୍ତ ଭୋଟର ପଞ୍ଜି କରଣ ଅଧିକାରୀ ଏବଂ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳ ଜିଲ୍ଲା ସଭାପତି ତଥା ସମ୍ପାଦକ ମାନଙ୍କ ସହ ସମୀକ୍ଷା କରିଛନ୍ତି।

ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପିଣ୍ଡିକି ବାହୁ ବଳେନ୍ଦ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ୧୧୧ ଜୟଦେବ ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ପଞ୍ଜିକରଣ ଅଧିକାରୀ ଉପଜିଲ୍ଲାପାଳ, ଭୁବନେଶ୍ୱର ଡ଼ଃ ମନୋରଞ୍ଜନ ସାହୁ,୧୧୫ ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ପଞ୍ଜିକରଣ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱରରମେଶ ଚନ୍ଦ୍ର ଜେନା,୧୧୬ ବେଗୁନିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଭୋଟର ପଞ୍ଜିକରଣ ଅଧିକାରୀ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ,୧୧୭ ଖୋରଧା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଭୋଟର ପଞ୍ଜିକରଣ ଅଧିକାରୀ, ଉପଜିଲ୍ଲାପାଳ, ଖୋରଧା ସଂକଳ୍ପ ସ୍ଵସ୍ତିକ ସାହୁ,୧୧୮ ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ପଞ୍ଜିକରଣ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରମୁଖ ଯୋଗ ଦେଇ ଥିଲେ।

ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଏବଂ ଖୋରଧା ଜିଲ୍ଲା ଅତିରିକ୍ତ ନିର୍ବାଚନ ଅଧିକାରୀ ପ୍ରତାପ କୁମାର ବେହେରା ପାୱାର ପଏଣ୍ଟ ମାଧ୍ୟମରେ ନିର୍ବାଚନୀ ତାଲିକା ପର୍ଯ୍ୟବେକ୍ଷକ ଙ୍କୁ ସ୍ଵତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅଗ୍ରଗତି ସମ୍ବନ୍ଧରେ ଉପସ୍ଥାପନ କରିଥିବା ବେଳେ ପର୍ଯ୍ୟବେକ୍ଷକ ସମସ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଭୋଟର ପଞ୍ଜିକରଣ ଅଧିକାରୀଙ୍କୁ ଏସ ଆଇ ଆର କାର୍ଯ୍ୟ ସମ୍ବନ୍ଧରେ ପଚାରି ସନ୍ତୋଷ ବ୍ୟକ୍ତ କରିଥିଲେ। ସେହିପରି ଭାରତୀୟ ଜାତୀୟ କଂଗ୍ରେସ ସୌମ୍ୟ ପଟ୍ଟନାୟକ, ଭାରତୀୟ ଜନତା ପାର୍ଟି ର ବଦ୍ରୀ ନାରାୟଣ ଦାଶ ଏବଂ ସି ପି ଆଇ (ଏମ୍) ଅନନ୍ତ ମଙ୍ଗରାଜ ରାଜନୈତିକ ଦଳ ଜିଲ୍ଲା ବରିଷ୍ଠ ନେତ୍ରୁ ମଣ୍ଡଳୀ ସହ ଏସ ଆଇ ଆର କାର୍ଯ୍ୟ ସମ୍ବନ୍ଧରେ ସମୀକ୍ଷା କରି ଖୋରଧା ଜିଲ୍ଲାରେ ସ୍ଵତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ସଠିକ୍ ଢଙ୍ଗରେ ଚାଲିଥିବାରୁ ରାଜନୈତିକ ଦଳ ଜିଲ୍ଲା ପ୍ରଶାସନ କୁ ସହଯୋଗ କରୁଥିବାରୁ ଆନନ୍ଦ ପ୍ରକାଶ କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ , ସାଧାରଣ ଏବଂ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ବେଉରା ଏସ ଆଇ ଆର କାର୍ଯ୍ୟକ୍ରମର ତଥ୍ୟ ପ୍ରଦାନ କରିଥିଲେ। ଜିଲ୍ଲାରେ ଅତିରିକ୍ତ ଭୋଟର ପଞ୍ଜିକରଣ ଅଧିକାରୀ ଯଥା ବି ଡି ଓ , ତହସିଲଦାର ଏବଂପୌର /ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ମାନଙ୍କୁ ନେଇ ୩୫ ଜଣ ନିଯୁକ୍ତି ପାଇଛନ୍ତି।

ଭୋଟ କେନ୍ଦ୍ର ଗୁଡ଼ିକୁ ଯୁକ୍ତିଯୁକ୍ତ ତଥା ସଙ୍ଗତ କଲାପରେ ୧୫୭୯ ବୁଥ ସ୍ତରୀୟ ଅଧିକାରୀ ନିଯୁକ୍ତି କରାଯାଇଛି। ସେହିପରି ଭାରତୀୟ ଜନତା ପାର୍ଟି ତରଫରୁ ୧୨୩୮, ବିଜୁ ଜନତା ଦଳ ପକ୍ଷରୁ ୧୩୪୦, ଏବଂ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିର ୬୦୫ ବୁଥ ସ୍ତରୀୟ ଏଜେଣ୍ଟ ନିଯୁକ୍ତି ନେଇ ମୋଟ ୩୦୮୩ ବି ଏଲ ଏ ନିଯୁକ୍ତି ସମ୍ବନ୍ଧରେ ପର୍ଯ୍ୟବେକ୍ଷକ ଅବଗତ ହୋଇଥିଲେ।

ସେହିପରି ମ୍ୟାପିଂସ୍ଥିତି, ଭୋଟର ଚିହ୍ନଟ ଫର୍ମ ବଣ୍ଟନ, ଡିଜିଟାଇଜେସନ, ଲିଙ୍ଗ ଭେଦରେ ଜନସଂଖ୍ୟା (ପ୍ରାରମ୍ଭିକ ଭୋଟର ତାଲିକା ଚିଠା ପ୍ରସ୍ତୁତ ପରେ), ଭୋଟର ତାଲିକା ରେ ଅନିୟମିତତା, ଆପତ୍ତି ଅଭିଯୋଗ ଶୁଣାଣୀ , ପ୍ରକୃତ ଭୋଟର, ମୃତ ଭୋଟର ମାନଙ୍କୁ ତାଲିକାରୁ ବାଦ ଦେବା, ଅବୈଧାନିକ ଭୋଟରଙ୍କୁ ବାଦ ଦେବା ଆଦି ବିଷୟରେ ସମୀକ୍ଷା କରି ଖୋର୍ଦ୍ଧା ବ୍ଲକର ବି ଏଲ ଓ, ବି ଏଲ ଏ ମାନଙ୍କୁ କ୍ଷେତ୍ର କାର୍ଯ୍ୟ ସମ୍ବନ୍ଧରେ ପଚାରି ବୁଝି ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର, ସ୍ବିଟି ସୋରେନ, ଡେପୁଟି କଲେକ୍ଟର ସଂଗ୍ରାମ ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ନିର୍ବାଚନ ବିଭାଗ ସମସ୍ତ କର୍ମଚାରୀ ଯୋଗଦେଇଥିଲେ।

ଏସଆଇଆର ଖୋରଧା ଜିଲ୍ଲା ନିର୍ବାଚନୀ ତାଲିମ୍ ପର୍ଯ୍ୟବେକ୍ଷକ
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ର ସଂସଦ ନିର୍ବାଚନ : ଚାଲିଛି ମତଦାନ, ଆଜି କଲେଜକୁ ମିଳିବ ନୂଆ ନେତୃତ୍ବ

October 15, 2026

ମାତ୍ର ₹୨୦ରେ ସ୍ୱାଦଯୁକ୍ତ କ୍ଷୀର, ତାମିଲନାଡୁରେ ଲଞ୍ଚ କଲା ରିଲାଏନ୍ସ

October 15, 2026

ସିଏସ୍ଆଇଆର୍-ଆଇଏମ୍ଏମଟିରେ “୮୫ ତମ ସିଏସ୍ଆଇଆର୍ ପ୍ରତିଷ୍ଠା ଦିବସ” ପାଳିତ

October 15, 2026

ଇଣ୍ଡିଆସ୍କିଲ୍ସ ୨୦୨୬-୨୭ ପଞ୍ଜୀକରଣ ଅବଧି ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି

October 15, 2026
Latest News

ଅକ୍ଟୋବର ୧୭ ପର୍ଯ୍ୟନ୍ତ ସାଉଦି ଆରବକୁ ବିମାନସେବା ସ୍ଥଗିତ

October 15, 2026

ଛାତ୍ର ସଂସଦ ନିର୍ବାଚନ : ଚାଲିଛି ମତଦାନ, ଆଜି କଲେଜକୁ ମିଳିବ ନୂଆ ନେତୃତ୍ବ

October 15, 2026

ମାତ୍ର ₹୨୦ରେ ସ୍ୱାଦଯୁକ୍ତ କ୍ଷୀର, ତାମିଲନାଡୁରେ ଲଞ୍ଚ କଲା ରିଲାଏନ୍ସ

October 15, 2026

ସିଏସ୍ଆଇଆର୍-ଆଇଏମ୍ଏମଟିରେ “୮୫ ତମ ସିଏସ୍ଆଇଆର୍ ପ୍ରତିଷ୍ଠା ଦିବସ” ପାଳିତ

October 15, 2026

ଇଣ୍ଡିଆସ୍କିଲ୍ସ ୨୦୨୬-୨୭ ପଞ୍ଜୀକରଣ ଅବଧି ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.