Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର: ୭୦ତମ ପୁଣ୍ୟତିଥିରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି
ଆଜିର ଖବର

ବାଣପୁର: ୭୦ତମ ପୁଣ୍ୟତିଥିରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି

July 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୋଦାବରୀଶ ମିଶ୍ରଙ୍କ ୭୦ ତମ ଶ୍ରାଦ୍ଧ ଦିବସ
ଗୋଦାବରୀଶ ମିଶ୍ରଙ୍କ ୭୦ ତମ ଶ୍ରାଦ୍ଧ ଦିବସ

ବାଣପୁର: ଓଡ଼ିଆ ଭାଷା ସାହିତ୍ୟର ଯଶସ୍ୱୀ ସାଧକ, ଅଦ୍ୱିତୀୟ ସ୍ରଷ୍ଟା ପୁରୁଷ, ସତ୍ୟବାଦୀ ବନବିଦ୍ୟାଳୟର ଆଦର୍ଶ ଶିକ୍ଷକ, ପ୍ରବୀଣ ରାଜନୀତିଜ୍ଞ, ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ସଂଘର୍ଷ ସମିତିର ପୁରଧା ପୁଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୭୦ତମ ପୁଣ୍ୟତିଥିରେ ଜନ୍ମମାଟି ବାଣପୁରବାସୀଙ୍କ ତରଫରୁ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଅଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପ୍ରବଳ ଝଡ଼ ବର୍ଷା ସତ୍ତ୍ୱେ ଚ଼ିଲିକା ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଏବଂ ଶିକ୍ଷାବିତ୍ ରାଜେନ୍ଦ୍ର ପ୍ରସାଦ ରଥ, ବ୍ରଜବନ୍ଧୁ ମିଶ୍ର, କବି ଶିଶିର କୁମାରଦାସଙ୍କ ସହଯୋଗରେ ବାଣପୁରର ବିଭିନ୍ନ ଅନୁଷ୍ଠାନ ତଥା ବାଣପୁର ଐତିହ୍ୟ ସୁରକ୍ଷା ସମିତି, ମାଧ୍ୟମିକ ଶିକ୍ଷକ ମହାସଂଘ, ପ୍ରାଥମିକ ଶିକ୍ଷକସଂଘ, ସାହିତ୍ୟ ସିନ୍ଦୁରା, କବିକୃଷ୍ଣଚନ୍ଦ୍ର ପାଠାଗାର, କୁମାର ପାଠାଗାର, ପରୀଡ଼ା ପାଠାଗାର, ଗୋଦାବରୀଶ ବିଦ୍ୟାପୀଠ, ଗୋଦାବରୀଶ ମହାବିଦ୍ୟାଳୟ, ଗ୍ରାମୀଣ ମହିଳା ମହାବିଦ୍ୟାଳୟ, ଓଡ଼ିଆ ଭାଷା ସୁରକ୍ଷା ସମିତି, ଆମ ଭାଷା ସାହିତ୍ୟ ସଂସ୍କୃତି ପରିଷଦ, ନେହେରୁ ସେବାସଂଘ, ଚ଼ିଲିକା ପ୍ରେସ୍ କ୍ଲବ୍, ଶାଳିଆପ୍ରେସ୍ କ୍ଳବ୍, ଚ଼ିଲିକା ରିପୋର୍ଟରସ୍ ଆସୋସିଏସେନ୍, ଏକତା ପରିଷଦ ଟ୍ରଷ୍ଟ, ବାଇ କଣ୍ଟିଆ ଟ୍ରଷ୍ଟ, ଚିତ୍ରାଚାର୍ଯ୍ୟ ଉପେନ୍ଦ୍ର ମହାରଥି ସ୍ମୃତି କମିଟି, ଭବାନୀ ଦେବୀ ଯୁବସେବାସଂଘ, ପଲ୍ଲୀ ସଂସ୍କୃତି କଳା ପରିଷଦ, ଡ଼ାକ୍ତର ରାଧାଚରଣ ପଣ୍ଡା ସ୍କୃତି କମିଟି ପରି ବହୁ ସାହିତ୍ୟିକ, ସାମାଜିକ, ସାଂସ୍କୃତିକ, ଶିକ୍ଷା ଓ ସେବା ଅନୁଷ୍ଠାନ ତରଫରୁ ପୁଣ୍ୟଶ୍ଳୋକଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ପ୍ରଭାତରେ ତାଙ୍କ ସ୍ୱରଚିତ କାଳଜୟୀ ଉଦବୋଧନୀ କବିତା, “ତୁଙ୍ଗ ଶିଖରୀ ଚୁଳ, କୁଞ୍ଜ କାନନମାଳ, ପୂଣ୍ୟ ଜଳଧି ଜଳ ଖେଳି ଉଠୁ ସଘନେ, ପ୍ରାଚୀ ଗଗନ ଶିରେ, ଭାସି କନକ ନୀରେ, ଆସ ତପନ ଉଇଁ ଏ ଉତ୍କଳ ଭୂବନେ।” ସମବେତ କଣ୍ଠ ସ୍ୱରରେ ଗାନ କରାଯାଇ ଉପସ୍ଥିତ ଜନସାଧାରଣଙ୍କ ଦ୍ୱାରା ନିକଟସ୍ତ ପୁଷ୍କରିଣୀରେ ତିଳ ତର୍ପଣ କରାଯାଇଥିଲା।

ବାଣପୁର ବଜାର ନିକଟସ୍ଥ ଯୋଗୀ ପୋଖରୀ ନିକଟରେ ସ୍ଥାପିତ ସ୍ୱର୍ଗତ ମିଶ୍ରଙ୍କ ବହୁପୁରୁଣା ପ୍ରତିମୂର୍ତ୍ତିଟିର ଧିରେ ଧୀରେ ଅବକ୍ଷୟ ଘଟୁଥିବାରୁ ତାଙ୍କରଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ମେଡ଼ିକାଲ ଛକ ନିକଟରେ ସ୍ଥାପନ କରିବାପାଇଁ ସାହିତ୍ୟ ସମାଜ ତରଫରୁ କରାଯାଇଥିବା ଅନୁରୋଧକୁ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଟୁନାୟକ ସାଦରେ ଗ୍ରହଣ କରିଥିବାରୁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।

ଗୋଦାବରୀଶ ମହାବିଦ୍ୟାଳୟ ପଣ୍ଡିତ ଗୋଦାବରୀଶ ମିଶ୍ର ପ୍ରତିଷ୍ଠା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ହେଉଛି ଗୋବର୍ଦ୍ଧନ ପୂଜା: ଗାଈକୁ ପୂଜା କରି କ’ଣ ରଖିଲେ ଆପଣଙ୍କର ଶୁଭ ହେବ ଜାଣନ୍ତୁ

November 10, 2026

୪୮ ଘଣ୍ଟା ଜେଲ୍‌ରେ ରହିଲେ ସରକାରୀ କର୍ମଚାରୀ ସ୍ୱତଃ ନିଲମ୍ବିତ: ସୁପ୍ରିମକୋର୍ଟ

November 10, 2026

୧୩ ବର୍ଷର ବିବାହ ପରେ ଅଲଗା ହେଲେ ପବନ କଲ୍ୟାଣ ଓ ପତ୍ନୀ ଅନ୍ନା

November 10, 2026

Govardhan Puja: ଆଜି ଗୋବର୍ଦ୍ଧନ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

November 10, 2026
Latest News

ଆଜି ହେଉଛି ଗୋବର୍ଦ୍ଧନ ପୂଜା: ଗାଈକୁ ପୂଜା କରି କ’ଣ ରଖିଲେ ଆପଣଙ୍କର ଶୁଭ ହେବ ଜାଣନ୍ତୁ

November 10, 2026

୪୮ ଘଣ୍ଟା ଜେଲ୍‌ରେ ରହିଲେ ସରକାରୀ କର୍ମଚାରୀ ସ୍ୱତଃ ନିଲମ୍ବିତ: ସୁପ୍ରିମକୋର୍ଟ

November 10, 2026

୧୩ ବର୍ଷର ବିବାହ ପରେ ଅଲଗା ହେଲେ ପବନ କଲ୍ୟାଣ ଓ ପତ୍ନୀ ଅନ୍ନା

November 10, 2026

Govardhan Puja: ଆଜି ଗୋବର୍ଦ୍ଧନ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

November 10, 2026

ବର୍ଷାରେ ଧୋଇଗଲା ମ୍ୟାଚ୍: ରଦ୍ଦ ହେଲା ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ

November 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.