Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋକସଭାରେ ସମ୍ବଲପୁରୀ ହସ୍ତତନ୍ତ ଓ ଅନନ୍ୟ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ
ଆଜିର ଖବର

ଲୋକସଭାରେ ସମ୍ବଲପୁରୀ ହସ୍ତତନ୍ତ ଓ ଅନନ୍ୟ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ

August 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବରଗଡ଼ ସାଂସଦ
ଲୋକସଭାରେ ସମ୍ବଲପୁରୀ ହସ୍ତତନ୍ତ ଓ ଅନନ୍ୟ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ

ନୂଆଦିଲ୍ଲୀ: ସମ୍ବଲପୁରୀ ହସ୍ତତନ୍ତ ବୁଣାକାର, ଲୋକ ସଙ୍ଗୀତ, ଲୋକ ନୃତ୍ୟ ଏବଂ ପଶ୍ଚିମ ଓଡ଼ିଶାର ପାରମ୍ପରିକ ପର୍ବପର୍ବାଣି ସହ ଜଡ଼ିତ ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟର ନଥିକରଣ, ସଂରକ୍ଷଣ ଓ ପ୍ରଚାର ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ପଦକ୍ଷେପ ନେଉଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ‘ଆନୁଷଙ୍ଗିକ ସାଂସ୍କୃତିକ କାର୍ଯ୍ୟକଳାପ ପାଇଁ ଆର୍ଥିକ ସହାୟତା ଯୋଜନା’, ‘ସାଂସ୍କୃତିକ ସମାରୋହ ଏବଂ ପ୍ରଯୋଜନା ଅନୁଦାନ ଯୋଜନା’ ଏବଂ ‘ଭାରତର ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟ ଏବଂ ବିବିଧ ସାଂସ୍କୃତିକ ପରମ୍ପରାର ସୁରକ୍ଷା ପାଇଁ ଯୋଜନା’ ଭଳି ଯୋଜନା ମାଧ୍ୟମରେ ପାରମ୍ପରିକ କଳାରୂପ ଓ ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ପାଇଁ ସହାୟତା ପ୍ରଦାନ କରାଯାଉଛି ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି।

ସୋମବାର ଲୋକସଭାରେ ଏ ସମ୍ପର୍କରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏକ ଅଣତାରକା ପ୍ରଶ୍ନ ପଚାରିଥିଲେ। ସମ୍ବଲପୁରୀ ହସ୍ତତନ୍ତ ବୁଣାକାର, ଲୋକ ସଙ୍ଗୀତ, ଲୋକ ନୃତ୍ୟ ଏବଂ ପଶ୍ଚିମ ଓଡ଼ିଶାର ପାରମ୍ପରିକ ପର୍ବପର୍ବାଣି ସହ ଜଡ଼ିତ ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟର ନଥିକରଣ, ସଂରକ୍ଷଣ ଓ ପ୍ରଚାର ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି, ସେ ନେଇ ସାଂସଦ ଜାଣିବାକୁ ଚାହିଁଥିଲେ।

ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ଶେଖାଓ୍ୱତ କହିଛନ୍ତି, ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟ ପାଇଁ ନୋଡାଲ ଏଜେନ୍ସି ସଙ୍ଗୀତ ନାଟକ ଅକାଦମୀ ମାଧ୍ୟମରେ ସଂସ୍କୃତି ମନ୍ତ୍ରାଳୟ, ପାରମ୍ପରିକ ହସ୍ତତନ୍ତ ବୁଣାକାର, ଲୋକ ସଙ୍ଗୀତ, ଲୋକ ନୃତ୍ୟ ଏବଂ ପର୍ବପର୍ବାଣି ସହିତ ଭାରତର ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟର ନଥିକରଣ, ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ଗ୍ରହଣ କରନ୍ତି। ସଙ୍ଗୀତ ନାଟକ ଅକାଦମୀ ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାକୁ ପରିଚାଳିତ କରେ ଏବଂ ସମୟାନୁକ୍ରମେ ଅପଡେଟ୍ କରେ। ଏହାସହ ଯୋଗ୍ୟ ଅମୂର୍ତ୍ତ ଐତିହ୍ୟ ଉପାଦାନଗୁଡ଼ିକର ଅନ୍ତର୍ଭୁକ୍ତି ପାଇଁ ସମ୍ପ୍ରଦାୟ, ରାଜ୍ୟ ସରକାର ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କଠାରୁ ମିଳିଥିବା ପ୍ରସ୍ତାବଗୁଡ଼ିକୁ ବିଚାରକୁ ନିଏ। ଭାରତର ଜୀବନ୍ତ ସାଂସ୍କୃତିକ ପରମ୍ପରାକୁ ଆନ୍ତର୍ଜାତିକ ସ୍ତରରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତ ସରକାର ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ୟୁନେସ୍କୋ- ୨୦୦୩ ସମ୍ମିଳନୀରେ ଯୋଗ ଦେଇଥିବା ସେ କହିଛନ୍ତି।

ଯଦିଓ ସମ୍ବଲପୁରୀ ହସ୍ତତନ୍ତ ବୁଣାକାର, ଲୋକ ସଙ୍ଗୀତ, ଲୋକ ନୃତ୍ୟ ଏବଂ ପଶ୍ଚିମ ଓଡ଼ିଶାର ପାରମ୍ପରିକ ପର୍ବପର୍ବାଣି ସହିତ ଜଡ଼ିତ ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ପାଇଁ କୌଣସି ନିର୍ଦ୍ଦିଷ୍ଟ ପାଣ୍ଠି ସ୍ବତନ୍ତ୍ର ଭାବେ ଚିହ୍ନଟ କରାଯାଇ ନାହିଁ ତଥାପି ଭାରତର ସରକାରଙ୍କ ବିଭିନ୍ନ ଯୋଜନା ଓ ଅନୁଦାନରେ ଏହି ପରମ୍ପରାର ପ୍ରଚାର ପ୍ରସାର କରାଯାଉଛି। ଏହା ବ୍ୟତୀତ, ସଙ୍ଗୀତ ନାଟକ ଅକାଦମୀ, ଆଞ୍ଚଳିକ ସାଂସ୍କୃତି ପରିଷଦ ଭଳି ସଂଗଠନଗୁଡ଼ିକ ସାରା ଦେଶରେ ଯୋଗ୍ୟ ଅମୂର୍ତ୍ତ ସାଂସ୍କୃତିକ ପରମ୍ପରାର ସୁରକ୍ଷା ପାଇଁ ନଥିକରଣ, ଗବେଷଣା, ତାଲିମ, କର୍ମଶାଳା, ଉତ୍ସବ ଏବଂ ଅନ୍ୟାନ୍ୟ ପଦକ୍ଷେପ ପାଇଁ ସହାୟତା ପ୍ରଦାନ କରନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ସେହିପରି ସାଂସଦ ପ୍ରଦୀପ ପୁରୋହିତ ଏହି ଅନନ୍ୟ ସଂସ୍କୃତି ଓ ପରମ୍ପରାକୁ ଜାତୀୟ ବା ଆନ୍ତର୍ଜାତିକ ଐତିହ୍ୟ ପରିଚୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ପାଇଁ କିଛି ପ୍ରସ୍ତାବ ମନ୍ତ୍ରଣାଳୟକୁ ଆସିଛି କି ନା ତାହା ଜାଣିବାକୁ ଚାହିଁଥିଲେ। ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ଏହିପରି କୌଣସି ପ୍ରସ୍ତାବ ମନ୍ତ୍ରାଳୟର ବିଚାରାଧୀନ ନାହିଁ’।

ଗତ ପାଞ୍ଚ ବର୍ଷ ଭିତରେ ଏହି ଅନନ୍ୟ ଐତିହ୍ୟର ପ୍ରସାର ପାଇଁ କୌଣସି ସ୍ୱତନ୍ତ୍ର ପାଣ୍ଠି ଆବଣ୍ଟନ  ବାବଦରେ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଶେଖାଓ୍ୱତ କହିଛନ୍ତି, ‘ସମ୍ବଲପୁରୀ ହସ୍ତତନ୍ତ ବୁଣାକାର, ଲୋକ ସଙ୍ଗୀତ, ଲୋକ ନୃତ୍ୟ ଏବଂ ପଶ୍ଚିମ ଓଡ଼ିଶାର ପାରମ୍ପରିକ ପର୍ବପର୍ବାଣି ସହିତ ଜଡ଼ିତ ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ପାଇଁ କୌଣସି ନିର୍ଦ୍ଦିଷ୍ଟ ପାଣ୍ଠି ସ୍ବତନ୍ତ୍ର ଭାବେ ଚିହ୍ନଟ କରାଯାଇ ନାହିଁ।

ଗଜେନ୍ଦ୍ର ସିଂହ ଶେଖାୱତ ପ୍ରଦୀପ ପୁରୋହିତ ବରଗଡ ସାଂସଦ ଲୋକସଭା ସମ୍ବଲପୁରୀ ହସ୍ତତନ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଏସଆଇଆର-୨୦୨୬: ଖୋର୍ଦ୍ଧାରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ବୈଠକ

September 21, 2026

ଆଇଆଇଟି ବମ୍ବେ ଛାତ୍ର ଜୀବନ ହାରିବା ଘଟଣା: ପ୍ରଫେସର ସସ୍‌ପେଣ୍ଡ

September 21, 2026

ବିହାରରେ ଅଘଟଣ: ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ୬ ଶିଶୁ

September 21, 2026

କେରଳରେ ପ୍ରକୃତିର ତାଣ୍ଡବ: ଭୂସ୍ଖଳନ ଓ ଆକସ୍ମିକ ବନ୍ୟାରେ ୯ ମୃତ

September 21, 2026
Latest News

ଏସଆଇଆର-୨୦୨୬: ଖୋର୍ଦ୍ଧାରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ବୈଠକ

September 21, 2026

ଆଇଆଇଟି ବମ୍ବେ ଛାତ୍ର ଜୀବନ ହାରିବା ଘଟଣା: ପ୍ରଫେସର ସସ୍‌ପେଣ୍ଡ

September 21, 2026

ବିହାରରେ ଅଘଟଣ: ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ୬ ଶିଶୁ

September 21, 2026

କେରଳରେ ପ୍ରକୃତିର ତାଣ୍ଡବ: ଭୂସ୍ଖଳନ ଓ ଆକସ୍ମିକ ବନ୍ୟାରେ ୯ ମୃତ

September 21, 2026

କାନାଡାରେ ବିମାନ ଦୁର୍ଘଟଣାଗ୍ରସ୍ତ: ୨ ଭାରତୀୟ ପାଇଲଟ୍ ଛାତ୍ରଙ୍କ ମୃତ୍ୟୁ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.