Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାସ୍ତାରେ ଜଳିଲା ଟାୟାର, ଭାପୁରରେ ଉତ୍ତେଜନା
ଆଜିର ଖବର

ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାସ୍ତାରେ ଜଳିଲା ଟାୟାର, ଭାପୁରରେ ଉତ୍ତେଜନା

August 11, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୟାଗଡ଼: ଡାକ୍ତରଙ୍କ ଭୁଲ ଇଞ୍ଜେକସନ୍‌ ଯୋଗୁଁ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗକୁ ନେଇ ନୟାଗଡ଼ ଜିଲ୍ଲା ଭାପୁରରେ ଉତ୍ତେଜନା ପ୍ରକାଶ ପାଇଛି। ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ପରିବାର ଓ ସ୍ଥାନୀୟ ଲୋକେ ମେଡିକାଲ ପରିସରରେ ହୋହଲ୍ଲା କରିବା ସହ ରାସ୍ତାରୋକ କରିଥିଲେ।

ସୂଚନା ଅନୁସାରେ, ଭାପୁର ବ୍ଲକ ଗୋଳାପୋଖରୀ ଗାଁର ଗୋପାଳ ଚନ୍ଦ୍ର ବେହେରାଙ୍କ କଲେଜ ପଢୁଆ ଝିଅ ସନ୍ତୋଷୀ ବେହେରା ଜ୍ୱରରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ତେବେ ଇଞ୍ଜେକସନ୍‌ ଦେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଅଭିଯୋଗ କରିଛନ୍ତି।

ଘଟଣା ପରେ ମେଡିକାଲ ପରିସରରେ ପ୍ରାୟ ୧୨ ଘଣ୍ଟା ଧରି ମୃତଦେହ ରହିଥିଲା। ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପରିବାର ମୃତଦେହ ଉଠାଇବାକୁ ମନା କରିଥିଲେ। ଏପଟେ ସ୍ଥାନୀୟ ଲୋକେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

ଖବର ପାଇ ନୟାଗଡ଼ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।

ପରେ ପରିବାର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନୟାଗଡ଼ ଜିଲ୍ଲା ହସ୍ପିଟାଲକୁ ପଠାଇବାକୁ ରାଜି ହୋଇଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ପରେ ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

ଉତ୍ତେଜନା ଛାତ୍ରୀ ମୃତ୍ୟୁ ଭୁଲ ଇଞ୍ଜେକସନ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ବାଣୀ ବିହାରରେ ବୋମାମାଡ଼ ଅଭିଯୋଗ, ଛାତ୍ର ସଂସଦ ନିର୍ବାଚନକୁ ନେଇ ତେଜିଲା ଉତ୍ତେଜନା; ୫ ପ୍ଲାଟୁନ୍ ଫୋର୍ସ ମୁତୟନ

October 12, 2026

UPI Payment Charges: ବଡ଼ ବ୍ୟବସାୟୀଙ୍କୁ ଲାଗିପାରେ MDR ଫି, EMI ପେମେଣ୍ଟକୁ ମିଳିପାରେ ଛାଡ଼!

October 12, 2026

ଦ୍ୱିତୀୟ ଦିନ ମାତା ବ୍ରହ୍ମଚରିଣୀଙ୍କ ପୂଜାରେ ଏହି ଭୋଗ ଅର୍ପଣ କରନ୍ତୁ, ଜାଣନ୍ତୁ ତାଙ୍କର ପୂଜା ପଦ୍ଧତି ଓ କଥା

October 12, 2026

ଟାଇମ୍ସ ଫ୍ୟାଶନ୍ ୱିକ୍ ରେ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର ଝଲକ ଦେଖାଇଲା ଓରମାସ୍

October 12, 2026
Latest News

ବାଣୀ ବିହାରରେ ବୋମାମାଡ଼ ଅଭିଯୋଗ, ଛାତ୍ର ସଂସଦ ନିର୍ବାଚନକୁ ନେଇ ତେଜିଲା ଉତ୍ତେଜନା; ୫ ପ୍ଲାଟୁନ୍ ଫୋର୍ସ ମୁତୟନ

October 12, 2026

UPI Payment Charges: ବଡ଼ ବ୍ୟବସାୟୀଙ୍କୁ ଲାଗିପାରେ MDR ଫି, EMI ପେମେଣ୍ଟକୁ ମିଳିପାରେ ଛାଡ଼!

October 12, 2026

ବିମାନବନ୍ଦରରେ କ୍ଷେପଣାସ୍ତ୍ର ମାଡ଼: ଭାରତୀୟଙ୍କ ସମେତ ୧୩ ମୃତ

October 12, 2026

ଦ୍ୱିତୀୟ ଦିନ ମାତା ବ୍ରହ୍ମଚରିଣୀଙ୍କ ପୂଜାରେ ଏହି ଭୋଗ ଅର୍ପଣ କରନ୍ତୁ, ଜାଣନ୍ତୁ ତାଙ୍କର ପୂଜା ପଦ୍ଧତି ଓ କଥା

October 12, 2026

ଟି-୨୦ରେ ସୂର୍ଯ୍ୟକୁମାରଙ୍କ ରେକର୍ଡ ଭାଙ୍ଗିଲେ ଅଭିଷେକ ଶର୍ମା

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.