Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶୋ’ରୁମ୍‌ରେ ଚୋରର ହାଇଡ୍ରାମା: କଫି ପିଇଲା, ନାଚିଲା, ବାଇକ୍‌ ନେଇ ମାରିଲା ଛୁ’
ଆଜିର ଖବର

ଶୋ’ରୁମ୍‌ରେ ଚୋରର ହାଇଡ୍ରାମା: କଫି ପିଇଲା, ନାଚିଲା, ବାଇକ୍‌ ନେଇ ମାରିଲା ଛୁ’

August 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାରାଣସୀ: ଚୋରି କରିବାକୁ ଆସିଥିଲା, କିନ୍ତୁ ଚୋରର କାରନାମା ଏବେ ଚର୍ଚ୍ଚାର ବିଷୟ। ଉତ୍ତରପ୍ରଦେଶର ବାରାଣସୀର ଏକ ପ୍ରସିଦ୍ଧ ବାଇକ୍‌ ଶୋ’ରୁମ୍‌ରେ ଜଣେ ଚୋର ପଶି ପ୍ରଥମେ କଫି ତିଆରି କରି ପିଇଥିଲା, ପରେ ବାଇକ୍‌ କଭରରେ ଲୁଙ୍ଗି ତିଆରି କରି ପିନ୍ଧି ନାଚିଥିଲା। ଏତିକିରେ ସରିନଥିଲା ତା’ର କାରନାମା। ଶୋ’ରୁମ୍‌ରେ ଗାଧୋଇବା ସହ ପୋଷାକ ଧୋଇ ଶୁଖାଇବା ପରେ ଶେଷରେ ମ୍ୟାନେଜରଙ୍କ ନୂଆ KTM Adventure ବାଇକ୍‌ ନେଇ ଫେରାର ହୋଇଥିଲା।

ଚୋରି ହୋଇଥିବା ବାଇକ୍‌ର ମୂଲ୍ୟ ପ୍ରାୟ ୪.୭୧ ଲକ୍ଷ ଟଙ୍କା। ଘଟଣାର ସମସ୍ତ ଦୃଶ୍ୟ ଶୋ’ରୁମ୍‌ରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାଟି ଚର୍ଚ୍ଚାକୁ ଆସିଛି। ତେବେ ପୁଲିସ ଏବେ ଅଭିଯୁକ୍ତକୁ ଗିରଫ କରିବା ସହ ଚୋରି ହୋଇଥିବା ବାଇକ୍‌ ମଧ୍ୟ ଜବତ କରିଛି।

ସୂଚନା ଅନୁସାରେ, ମାଦୁଆଡିହ ଥାନା ଅଞ୍ଚଳରେ ଥିବା ଏହି ବାଇକ୍‌ ଶୋ’ରୁମ୍‌କୁ ସୋମବାର ରାତି ପ୍ରାୟ ୧୦ଟାରେ କର୍ମଚାରୀମାନେ ବନ୍ଦ କରି ଚାଲିଯାଇଥିଲେ। ପ୍ରାୟ ୧୧ଟା ୩୦ରେ ଜଣେ ଯୁବକ ଶୋ’ରୁମ୍‌ ନିକଟରେ ପହଞ୍ଚିଥିଲା। ସେ ଦେବୀଙ୍କ ଫଟୋ ଧରିଥିବା ବେଳେ ବର୍ଷା ଆରମ୍ଭ ହେବା ପରେ ଏକ ବ୍ୟାନର ଚିରି ନିଜକୁ ଘୋଡ଼ାଇ ଦେଇଥିଲା।

ପରେ କଟର ସାହାଯ୍ୟରେ ଶୋ’ରୁମ୍‌ର କାଚ ଦ୍ୱାର କାଟିବାକୁ ଲାଗିଥିଲା। ଅଧଘଣ୍ଟାରୁ ଅଧିକ ସମୟର ଚେଷ୍ଟା ପରେ କାଚ ଭାଙ୍ଗି ସେ ଶୋ’ରୁମ୍‌ ଭିତରକୁ ପଶିଥିଲା।

ଶୋ’ରୁମ୍‌ ଭିତରକୁ ପଶିବା ପରେ ଚୋରର ଅଜବ କାରନାମା ଆରମ୍ଭ ହୋଇଥିଲା। ସେ ନିଜ ପାଇଁ କଫି ତିଆରି କରି ପିଇଥିଲା। ଏହାପରେ ନିଜ ପୋଷାକ ଧୋଇ ଶୁଖାଇବା ସହ ଶୋ’ରୁମ୍‌ରେ ଗାଧୋଇଥିଲା। ଏପରିକି ବାଇକ୍‌ କଭରକୁ ଲୁଙ୍ଗି ଭଳି ବ୍ୟବହାର କରି ନାଚିଥିବା ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ ହୋଇଛି।

ଯିବା ପୂର୍ବରୁ ସେ ଶୋ’ରୁମ୍‌ର ବ୍ରାଣ୍ଡେଡ୍‌ ଟି-ସାର୍ଟ ଓ କ୍ୟାପ୍‌ ପିନ୍ଧିଥିଲା। ପରେ ଭୋର ପ୍ରାୟ ୪ଟା ସମୟରେ ମ୍ୟାନେଜରଙ୍କ ନୂଆ KTM Adventure ବାଇକ୍‌ ନେଇ ଶୋ’ରୁମ୍‌ରୁ ଚମ୍ପଟ ମାରିଥିଲା।

ସକାଳେ ଶୋ’ରୁମ୍‌ର ଗାର୍ଡ ଭଙ୍ଗା କାଚ ଦେଖି ମ୍ୟାନେଜରଙ୍କୁ ଖବର ଦେଇଥିଲେ। ଏହାପରେ ପୁଲିସକୁ ସୂଚନା ଦିଆଯାଇଥିଲା। ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ପରେ ପୁଲିସ ଅଭିଯୁକ୍ତର ଗତିବିଧି ସମ୍ପର୍କରେ ସୁରାକ୍‌ ପାଇଥିଲା। ଘଟଣାସ୍ଥଳରୁ ମିଳିଥିବା ଆଙ୍ଗୁଠି ଛାପ ମଧ୍ୟ ତଦନ୍ତରେ ସହାୟକ ହୋଇଥିଲା।

ବାରାଣସୀ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତା’ ବିରୋଧରେ ମାମଲା ରୁଜୁ କରିଛି। ଚୋରି ହୋଇଥିବା KTM Adventure ବାଇକ୍‌ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତକୁ ପଚରାଉଚରା କରି ଚୋରି ପଛରେ ତା’ର ଉଦ୍ଦେଶ୍ୟ ଓ ଅନ୍ୟ କୌଣସି ବ୍ୟକ୍ତିର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ତଦନ୍ତ ଚାଲିଛି।

ତେବେ ଚୋରିଠାରୁ ଅଧିକ ଏବେ ଚର୍ଚ୍ଚାରେ ରହିଛି ଅଭିଯୁକ୍ତର ଅଜବ କାରନାମା। କଫି ପିଇବାଠାରୁ ଆରମ୍ଭ କରି କଭରରେ ଲୁଙ୍ଗି ପିନ୍ଧି ନାଚିବା ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବାରୁ ଭିଡିଓଟି ସୋସିଆଲ ମିଡିଆରେ ମଧ୍ୟ ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଛି।

KTM Adventure Robbery Case
Share. Facebook Twitter LinkedIn Email WhatsApp Copy Link

Related Posts

ଘୋଡ଼ାହାଡ଼ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ୨ ନାବାଳକ ଛାତ୍ରଙ୍କ ମୃତ୍ୟୁ

September 16, 2026

ଭାରତ ସହିତ ବାଣିଜ୍ୟ ଚୁକ୍ତିକୁ ମଞ୍ଜୁରୀ ଦେଲା ନ୍ୟୁଜିଲ୍ୟାଣ୍ଡ: ୯୫% ରପ୍ତାନି ଉପରେ ଉଚ୍ଛେଦ ହେବ ଶୁଳ୍କ!

September 16, 2026

UPI ଶୁଳ୍କ ଲାଗୁ କରିବାର ନିଷ୍ପତ୍ତି ଉପରେ କ୍ଷୁବ୍ଧ ମନ୍ତ୍ରୀ ସଞ୍ଜୟ ନିଷାଦ: ନିଜ ସରକାରଙ୍କୁ କଲେ ପ୍ରଶ୍ନ

September 16, 2026

୨୦୨୭ ନିର୍ବାଚନ ପୂର୍ବରୁ କଂଗ୍ରେସର ମାରାଥନ୍ ପ୍ରସ୍ତୁତି, ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି ରାହୁଲ

September 16, 2026
Latest News

ଘୋଡ଼ାହାଡ଼ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ୨ ନାବାଳକ ଛାତ୍ରଙ୍କ ମୃତ୍ୟୁ

September 16, 2026

ଭାରତ ସହିତ ବାଣିଜ୍ୟ ଚୁକ୍ତିକୁ ମଞ୍ଜୁରୀ ଦେଲା ନ୍ୟୁଜିଲ୍ୟାଣ୍ଡ: ୯୫% ରପ୍ତାନି ଉପରେ ଉଚ୍ଛେଦ ହେବ ଶୁଳ୍କ!

September 16, 2026

UPI ଶୁଳ୍କ ଲାଗୁ କରିବାର ନିଷ୍ପତ୍ତି ଉପରେ କ୍ଷୁବ୍ଧ ମନ୍ତ୍ରୀ ସଞ୍ଜୟ ନିଷାଦ: ନିଜ ସରକାରଙ୍କୁ କଲେ ପ୍ରଶ୍ନ

September 16, 2026

୨୦୨୭ ନିର୍ବାଚନ ପୂର୍ବରୁ କଂଗ୍ରେସର ମାରାଥନ୍ ପ୍ରସ୍ତୁତି, ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି ରାହୁଲ

September 16, 2026

ଟ୍ରେନ ଟିକେଟର ଦାମ ବଢ଼ିବ କି? UPIରେ ₹୨,୦୦୦ରୁ ଅଧିକ ପେମେଣ୍ଟ ନେଇ ବଡ଼ ଅପଡେଟ୍

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.