ଭୁବନେଶ୍ଵର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ବିଶ୍ବ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ସିଲ୍ଭର ମିଟକୁ ଶୁଭାରମ୍ଭ କରିଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ, ଆଥଲେଟିକ୍ସ ଫେଡେରେସନ ଅଫ୍ ଇଣ୍ଡିଆ ଏବଂ ବିଶ୍ବ ଆଥଲେଟିକ୍ସର ମିଳିତ ସହଯୋଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଆରମ୍ଭରେ ଓଡ଼ିଶାର ପାରମ୍ପରିକ ନୃତ୍ୟଗୀତ ସହ କ୍ରୀଡ଼ାବିତ୍ ଓ ସହାୟକମାନଙ୍କୁ ସ୍ୱାଗତ କରାଯାଇଛି।
ପ୍ରତିଯୋଗୀତାରେ ପୁରୁଷ ଓ ମହିଳା ବର୍ଗରେ ୧୮ଟି କ୍ରୀଡ଼ା ପ୍ରତିଯୋଗିତାରେ ବିଶ୍ୱର ଶତାଧିକ କ୍ରୀଡ଼ାବିତ୍ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଓଡ଼ିଶାର ଶ୍ରାବଣୀ ନନ୍ଦ, ସ୍ୱାଧୀନ କୁମାର ମାଝୀ, ବାପି ହାଂସନ୍ଦା, ପ୍ରଜ୍ଞା ପ୍ରଶାନ୍ତି ସାହୁ, ଅନିମେଶ କୁଜୁର ଓ କିଶୋର ଜେନା ଏହି ପ୍ରତିଯୋଗୀତାରେ ଭାଗ ନେଇଛନ୍ତି।


