Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜରାସ୍ତାରେ ନ୍ୟାୟ ମାଗୁଛି ଶିକ୍ଷକ ସମାଜ, ନିରବଦ୍ରଷ୍ଟା ସାଜିଛି ସରକାର: ସମନ୍ୱୟ ସମିତି
ଆଜିର ଖବର

ରାଜରାସ୍ତାରେ ନ୍ୟାୟ ମାଗୁଛି ଶିକ୍ଷକ ସମାଜ, ନିରବଦ୍ରଷ୍ଟା ସାଜିଛି ସରକାର: ସମନ୍ୱୟ ସମିତି

August 24, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଅଷ୍ଟମ ଦିନରେ ଶିକ୍ଷକ ସମାଜର ଅହରୋତ୍ର ଧାରଣା
ଅଷ୍ଟମ ଦିନରେ ଶିକ୍ଷକ ସମାଜର ଅହରୋତ୍ର ଧାରଣା

ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୋୟର୍ ପି.ଏମ୍‌.ଜି. ଗାନ୍ଧିମାର୍ଗରେ ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ଖରାବର୍ଷା ଓ ଶୀତ କାକରକୁ ଭ୍ରୂକ୍ଷେପ ନକରି ଅହୋରାତ୍ର ଗଣଧାରଣାରେ ଆଠ ଦିନ ହେଲା ବସି ରହିଛନ୍ତି। ସମସ୍ୟା ସମାଧାନ ନିମନ୍ତେ ସରକାରଙ୍କ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି ଓ ସରକାରଙ୍କ ନୀରବତା ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀମାନଙ୍କୁ ବ୍ୟଥିତ କରିଛି ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ କହିଛନ୍ତି।

ସୂଚନା ଥାଉକି, ଆଠ ଦିନ ହେଲା ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ଦାବି ହାସଲ ପାଇଁ ଅହୋରାତ୍ର ଧାରଣାରେ ବସି ରହିଛନ୍ତି। ଅନ୍ୟ ପଟରେ ସରକାର ସେମାନଙ୍କ ସମସ୍ୟାକୁ ଅଣଦେଖା କରି ଚାଲିଛନ୍ତି ବୋଲି ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି। ସରକାର ସମସ୍ୟା ସମାଧାନ କରିବା ପାଇଁ ବିଭିନ୍ନ ସମୟରେ କମିଟି ମାନ ଗଠନ କରିଛନ୍ତି। ଯଥା-ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି, ପଲିଟିକାଲ କମିଟି, ସଚିବସ୍ତରୀୟ କମିଟି ଏବଂ ଶେଷରେ ଉଚ୍ଚସ୍ତରୀୟ କମିଟି ଗଠନ କରିସାରିଛନ୍ତି। ଉଚ୍ଚସ୍ତରୀୟ କମିଟି ଛଅମାସ ମଧ୍ୟରେ ସରକାରଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିଥିଲେ ମଧ୍ୟ ସମସ୍ୟା ସମାଧାନକୁ ବିଳମ୍ବ କରିବା ଲକ୍ଷ୍ୟରେ ସରକାର ଏହି ଉଚ୍ଚସ୍ତରୀୟ କମିଟିର ସମୟକୁ ଆଉ ଛଅମାସ ବର୍ଦ୍ଧିତ କରିଛନ୍ତି। ତୁରନ୍ତ ଏହି ଉଚ୍ଚସ୍ତରୀୟ କମିଟିର ରିପୋର୍ଟକୁ ନେଇ ଏକ ବୈଠକ ବସାଇ ସମସ୍ତ ବର୍ଗର ଶିକ୍ଷକମାନଙ୍କର ସମସ୍ୟା ଯଥାଶୀଘ୍ର ସମାଧାନ କରନ୍ତୁ ବୋଲି ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି।

ଯୋଗ୍ୟ ବିବେଚିତ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟ କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ୩୦ ବର୍ଷରୁ ଊର୍ଦ୍ଧ୍ୱ କାଳ ଧରି ବିନା ବେତନରେ ଶିକ୍ଷାଦାନ କରିଚାଲିଛନ୍ତି। ସେମାନଙ୍କର ଦୟନୀୟ ଅବସ୍ଥା ଆଖିରେ ନଦେଖିଲେ ହୃଦବୋଧ ହେବନାହିଁ। କେତେଦିନ ଆଉ ଭୋକ ଉପାସରେ ଶିକ୍ଷାଦାନ କରିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ବିଦ୍ୟାଳୟରେ ଅଧ୍ୟୟନରତ ବିଦ୍ୟାର୍ଥିମାନେ ପୋଷାକ, ମଧ୍ୟାହ୍ନ ଭୋଜନ, ପୁସ୍ତକ ଓ ଅନ୍ୟାନ୍ୟ ସୁବିଧାରୁ ବଂଚିତ ଏହା ଶିକ୍ଷା ଅଧିକାର ଆଇନ ୨୦୦୯କୁ ଉଲଙ୍ଘନ କରୁଛି।

ସେହିପରି ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଟି ୩୦ ବର୍ଷ ଚାକିରି କଲା ପରେ ଅବସର ନେବା ବେଳେ ଶୂନ୍ୟ ହସ୍ତରେ ବିଦାୟ ନେଉଛନ୍ତି। ତା ପାଇଁ ପେନସନ୍‌, ଚାକିରି ସର୍ତ୍ତାବଳୀ କିମ୍ବା ଅବସରକାଳୀନ ସୁବିଧା ନାହିଁ। ଚାକିରିରୁ ବିଦାୟ ନେଲା ପରେ ଶିକ୍ଷକ କର୍ମଚାରୀଟିଏ ତାର ବଂଚିବାର ଅଧିକାର ହରାଇ ବସିଛି ତାର ଦୈନଦିନ ଗୁଜୁରାଣ ମେଣ୍ଟାଇବା ପାଇଁ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛି। ବାର୍ଦ୍ଧକ୍ୟ ଅବସ୍ଥାରେ ଔଷଧ ଟୋପାଏ, ଖାଇବାକୁ ଖାଦ୍ୟ ଓ ପିନ୍ଧିବାକୁ ବସ୍ତ୍ର ପାଇଁ ମଧ୍ୟ ତା ପାଖରେ ପଇସାଟିଏ ନାହିଁ। ରାଜ୍ୟ ସରକାର ଏସବୁ ସ୍ଥିତିକୁ ହୃଦ୍‌ବୋଧ କରି ସମସ୍ୟା ସମାଧାନ କରିବାର ଆବଶ୍ୟକତା ରହିଛି ବୋଲି ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି।

ବର୍ତ୍ତମାନର ଲୋକଙ୍କର ସରକାର ଏହି ଦାବିଗୁଡ଼ିକର ଗମ୍ଭୀରତାକୁ ହୃଦୟଙ୍ଗମ କରି ଅନୁଦାନରୁ ବାଦ୍ ପଡ଼ିଥିବା ସ୍ୱଳ୍ପ ସଂଖ୍ୟକ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ ସହିତ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଇଥିôବା ଓ ଅବସର ନେବାକୁ ଯାଉଥିବା ଶିକ୍ଷକ ଓ କର୍ମଚାରୀମାନଙ୍କ ପାଇଁ ଚାକିରି ସର୍ତ୍ତାବଳୀ ସହିତ ପେନସନ୍ ପ୍ରଦାନ ଏବଂ ଖାଲି ପଡ଼ିଥିବା ସ୍ଥାନରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ନିଯୁକ୍ତି କରିବା ପାଇଁ ସମନ୍ୱୟ ସମିତି ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଛନ୍ତି।

ଅହୋରାତ୍ର ଧାରଣାର ଅଷ୍ଟମ ଦିବସରେ ଆନ୍ଦୋଳନ ସ୍ଥଳରେ ସିପିଆଇ(ଏମ୍‌)ର ସେକ୍ରେଟାରିଏଟ୍ ମେମ୍ବର ଶ୍ରୀଯୁକ୍ତ ସନ୍ତୋଷ ଦାସ, ଖୋର୍ଦ୍ଧା ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଗୋପିନାଥ ମହାରଣା ପ୍ରମୁଖ ଉପସ୍ଥିତ ରହି ପ୍ରତିବାଦ ସଭାରେ ଉଦ୍‌ବୋଧନ ଦେବା ସହିତ ଏହି ଆନ୍ଦୋଳନ ପ୍ରତି ତାଙ୍କର ଦଳ ଓ ସଂଗଠନର ସମର୍ଥନ ଜଣାଇଛନ୍ତି।

ରାଜ୍ୟ ସରକାର ତୁରନ୍ତ ସମନ୍ୱୟ ସମିତିର ନେତୃତ୍ୱମାନଙ୍କ ସହିତ ଆଲୋଚନା କରି ସମସ୍ୟା ସମାଧାନର ରାସ୍ତା ବାହାର କରନ୍ତୁ ନଚେତ୍ ଆଗାମୀ ଦିନରେ ଏଥିପାଇଁ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ରାଜ୍ୟସରକାର ଦାୟୀ ରହିବେ ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ଡ଼. ପ୍ରଶାନ୍ତ କୁମାର ପ୍ରଧାନ, ନିର୍ମଳା ପଣ୍ଡା, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ରଞ୍ଜନ କୁମାର ପଣ୍ଡା, ଏମ୍‌.ଏ. କାସିମ୍ ବେଗ୍‌, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାଶ, ରାଜା ଓସିମ୍‌, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ବନମାଳୀ ବାରିକ, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥୀ, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି।

ଅଷ୍ଟମ ଦିବସ ଅହୋରାତ୍ର ଧାରଣା ସମନ୍ୱୟ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ରକ୍ତଚାପ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

October 12, 2026

ଦିଲ୍ଲୀ ପ୍ରତିବାଦ: ଧାରା ୨୧ କ’ଣ କହୁଛି? ଗୋପାଳନରୁ ମାନେକା ଗାନ୍ଧୀ ଯାଏଁ ବଦଳିଛି ନ୍ୟାୟର ପରିଭାଷା

October 12, 2026

ହାଇୱା ଗାଡ଼ି ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

October 12, 2026

‘ବିରାଟଙ୍କୁ ଅବସର ପାଇଁ ବାଧ୍ୟ କରାଯାଇଥିଲା’: ଗୁରୁତର ଅଭିଯୋଗ ଆଣିଲେ ପୂର୍ବତନ ଖେଳାଳି

October 12, 2026
Latest News

ରକ୍ତଚାପ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

October 12, 2026

ସୁପ୍ରିମକୋର୍ଟରେ ଜ୍ଞାନେଶ କୁମାରଙ୍କ ବିରୋଧରେ ଆବେଦନ ଦାଖଲ କରିବେ ରାହୁଲ ଗାନ୍ଧୀ

October 12, 2026

ଦିଲ୍ଲୀ ପ୍ରତିବାଦ: ଧାରା ୨୧ କ’ଣ କହୁଛି? ଗୋପାଳନରୁ ମାନେକା ଗାନ୍ଧୀ ଯାଏଁ ବଦଳିଛି ନ୍ୟାୟର ପରିଭାଷା

October 12, 2026

ହାଇୱା ଗାଡ଼ି ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

October 12, 2026

ସୁନା ଖଣିରେ ଏୟାରଷ୍ଟ୍ରାଇକ: ୭୨ ଶ୍ରମିକ ନିହତ

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.